Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
31 verses
1ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :
2ଆସଫଙ୍କ ପରିବାରରୁ : ସକ୍କୁର, ଯୋଷେଫ୍, ନଥନିଯ ଓ ଅସା ରେଲ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଚାଳନା କଲେ।
3ୟିହୂଥୂନଙ୍କ ପରିବାରରୁ : ଗଦଲିଯ, ସରୀ, ୟିଶାଯାହ, ହଶବିଯ ଓ ମତ୍ତଥିଯ। ସମାନେେ ସମୁଦାଯ ଛଅ ଜଣ ଥିଲେ ୟିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ଓ ସଦାପ୍ରଭୁଙ୍କର ଧନ୍ଯବାଦ, ପ୍ରଶଂସା କରିବା ନିମନ୍ତେ ୟିଦୂଥୂନ ବୀଣାୟନ୍ତ୍ରର ବ୍ଯବହାର କରୁଥିଲେ।
4ହମେନଙ୍କର ଯେଉଁ ପୁତ୍ରମାନେ ସବୋକାର୍ୟ୍ଯ କରୁଥିଲେ, ସମାନେେ ହେଲେ : ବୁକ୍କିଯ, ମତ୍ତନିଯ, ଉଷୀଯଲେ, ଶବୂଯଲେ ଓ ଯିରମୋେତ୍, ହନାନିଯ, ହନାନି, ଇଲୀଯାଥା, ଗିଦ୍ଦଲତି ଓ ରୋମମତି-ଏଷର, ୟଶବକାଶା, ମଲ୍ଲୋଥି, ହୋଥୀର, ମହସୀଯୋତ୍।
5ଏମାନେ ସମସ୍ତେ ହମେନଙ୍କର ପୁତ୍ରଗଣ ଥିଲେ। ହମେନ ଦାଉଦଙ୍କ ଭବିଷ୍ଯତବକ୍ତା ଥିଲେ। ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ହମେନଙ୍କୁ ବଳବାନ କରିବେ। ତେଣୁ ହମେନଙ୍କର ଅନକେ ପୁତ୍ର ଜାତ ହେଲେ। ପରମେଶ୍ବର ହମେନଙ୍କୁ ଚଉଦ ପୁତ୍ର ଓ ତିନି କନ୍ଯା ଦେଲେ।
6ହମେନ ସଦାପ୍ରଭୁଙ୍କ ମନ୍ଦିର ରେ ଗୀତଗାଯନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ସହେି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସମାନେେ ଏହି ପ୍ରକା ରେ ପରମେଶ୍ବରଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ଯକ୍ତିମାନଙ୍କୁ ମନୋନୀତ କରିଥିଲେ : ଆସଫ, ୟିଦୁଥୂନ ଓ ହମେନ।
7ଲବେୀ ଗୋଷ୍ଠୀର ସହେି ବ୍ଯକ୍ତିମାନେ ଓ ସମାନଙ୍କେର ଆତ୍ମୀଯମାନେ ଗାଯନ ବିଦ୍ଯା ରେ ତାଲିମପ୍ରାପ୍ତ ହାଇେଥିଲେ। 288 ଜଣ ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ଶିକ୍ଷା କଲେ।
8ସମାନେେ ଗୁଳାବାଣ୍ଟ ଦ୍ବାରା ପ୍ରେତ୍ୟକକ ବ୍ଯକ୍ତି ନିମନ୍ତେ ବିଭିନ୍ନ କାର୍ୟ୍ଯ ନିରୂପଣ କଲେ। ପ୍ରେତ୍ୟକକ ଲୋକ ପ୍ରତି ସମାନ ବ୍ଯବହାର କରାଗଲା। ୟୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାରା କରାଗଲା। ଛାତ୍ର ପ୍ରତି ଯେ ପ୍ରକାର ବ୍ଯବହାର, ଶିକ୍ଷକ ପ୍ରତି ମଧ୍ଯ ସେ ପ୍ରକାର ବ୍ଯବହାର କରାଗଲା।
9ପ୍ରଥମ ରେ, ଆପଣଙ୍କ ପରିବାରରୁ ଯୋଷଫଙ୍କେୁ ମନୋନୀତ କରାଗଲା।
10ତୃତୀୟ ରେ, ସକ୍କରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତ��ଙ୍କୁ ମନୋନୀତ କରାଗଲା।
11ଚତୁର୍ଥ ରେ ୟିଷ୍ରିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
12ପଞ୍ଚମ ରେ, ନଥନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
13ଷଷ୍ଠ ରେ ବୁକ୍କିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
14ସପ୍ତମ ରେ ୟିଶା ରେଲାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
15ଅଷ୍ଟମ ରେ ୟିଶାଯାହଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
16ନବମ ରେ ମତ୍ତନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
17ଦଶମ ରେ ଶିମିଯିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
18ଏକାଦଶ ରେ, ଅସା ରେଲଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
19ଦ୍ବାଦଶ ରେ, ହଶବିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
20ତ୍ରଯୋଦଶ ରେ, ଶବୂଯଲଙ୍କେ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
21ଚତୁର୍ଦ୍ଦଶ ରେ, ମତ୍ତଥିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
22ପଞ୍ଚଦଶ ରେ, ଯିରମୋେତ୍ଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
23ଷୋଡ଼ଶ ରେ, ହନାନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
24ସପ୍ତଦଶ ରେ, ୟଶବକାଶାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
25ଅଷ୍ଟଦଶ ରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
26ଊନବିଂଶ ରେ, ମଲୋ୍ଲଥିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
27ବିଂଶ ରେ, ଇଲୀଯାଥାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
28ଏକବିଂଶ ରେ, ହୋଥୀରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
29ଦ୍ବାବିଂଶ ରେ, ଗିଦ୍ଦଲତିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
30ତ୍ରଯୋବିଂଶ ରେ, ମହସୀଯୋତ୍ଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
31ଚତୁବିଂଶ ରେ, ରୋମମତି-ଏଷରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।