Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
19 verses
1ଯେତବେେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ବାସୀ ବିରୁଦ୍ଧ ରେ ଅଭିଯୋଗ ଥାଏ, ସେତବେେଳେ ତୁମ୍ଭମାନେେ କାହିଁକି ବିଚାରାଳୟର ବିଚାରପତି ନିକଟକୁ ଯାଅ ? ପରମେଶ୍ବରଙ୍କ ଦୃଷ୍ଟି ରେ ସମାନେେ ଧାର୍ମିକ ନୁହଁନ୍ତି। ତେଣୁ ସୁବିଚାର ନିମନ୍ତେ ପରମେଶ୍ବରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ୟିବାକୁ ଲଜ୍ଜାବୋଧ ହୁଏ ନାହିଁ କି ?
2ତୁମ୍ଭମାନେେ ଅବଶ୍ଯ ଜାଣିଛ ଯେ ପରମେଶ୍ବରଙ୍କର ଲୋକମାନେ ଜଗତର ବିଚାର କରିବେ। ଅତଏବ, ଯଦି ତୁମ୍ଭମାନେେ ଜଗତର ବିଚାର କରିବ, ତା' ହେଲେ ଏହି ଭଳି େଛାଟ େଛାଟ କଥାଗୁଡ଼ିକର ବିଚାର କ'ଣ ତୁମ୍ଭମାନେେ କରିପାରିବ ନାହିଁ ?
3ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ, ଭବିଷ୍ଯତ ରେ ଆମ୍ଭେ ସ୍ବର୍ଗଦୂତମାନଙ୍କର ମଧ୍ଯ ବିଚାର କରିବା। ତା' ହେଲେ ନିଶ୍ଚିତ ରେ ତୁମ୍ଭମାନେେ ଏହି ଜାଗତିକି ବିଷୟ ଗୁଡ଼ିକର ବିଚାର କରିପାରିବ।
4ଅତଏବ, ଯଦି ତୁମ୍ଭମାନଙ୍କ ଭିତ ରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭମାନେେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ୟିବ ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗଣ୍ଯ।
5ମୁଁ ତୁମ୍ଭକୁ ଲଜ୍ଜା ଦବୋ ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ବାସୀ ଭାଇମାନଙ୍କ ମଧିଅରେ ଥିବା ବିବାଦର ବିଚାର କରିବାକୁ ତୁମ୍ଭମାନଙ୍କ ଭିତ ରେ କ'ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ ?
6କିନ୍ତୁ ଏବେ ଜଣେ ଭାଇ ଅନ୍ୟଭାଇ ବିରୁଦ୍ଧ ରେ ଅଦାଲତକୁ ଯାଉଛି, ଓ ଅବିଶ୍ବାସୀ ଲୋକଙ୍କୁ ବିବାଦ ସମାଧାନ ପାଇଁ ସୁଯୋଗ ଦେଉଛି।
7ତୁମ୍ଭମାନଙ୍କ ଭିତ ରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭମାନେେ ପରାଜିତ ହାଇେ ସାରିଛ। ତା' ଅପେକ୍ଷା ଅନ୍ୟ କହେି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଥିଲେ ଭଲ ହାଇେଥାନ୍ତା।
8ତା' ପରିବର୍ତେ ତୁମ୍ଭମାନେେ ନିଜେ ନିଜ ପ୍ରତି ଅନ୍ଯାୟ କରୁଛ ଓ ଠକୁଛ। ଖ୍ରୀଷ୍ଟ ରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ମଧ୍ଯ ଅନ୍ଯାୟ କରୁଛ।
9ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ୟୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ଯଭିଚାରୀ, ସମଲିଙ୍ଗୀ, ସ୍ବାର୍ଥପର, ଚୋର, ମଦୁଆ, ପରନିନ୍ଦକ ଓ ଠକୁଆ, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହବେେ ନାହିଁ।
11ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।
12"ସମସ୍ତ ବିଷୟ ସାଧନ କରିବା ପାଇଁ ମାେତେ ଅନୁମତି ମିଳିଛି।" କିନ୍ତୁ ପ୍ରେତ୍ୟକକ ବିଷୟ ଭଲ ନୁହେଁ। "ସମସ୍ତ ବିଷୟ ସାଧନ କରିବା ପାଇଁ ମାେତେ ଅନୁମତି ମିଳିଛି" କିନ୍ତୁ ମାେ ଉପରେ କତ୍ତୃର୍ତ୍ବ କରିବାକୁ ମୁଁ କାହାକୁ ଦବେି ନାହିଁ।
13"ଖାଦ୍ୟ ପଟେ ପାଇଁ ଓ ପଟେ ଖାଦ୍ୟ ପାଇଁ ଅଟେ।" ଏ କଥା ଠିକ୍, କିନ୍ତୁ ପରମେଶ୍ବର ଏ ଦୁହିଁକୁ ନାଶ କରିବେ। ଶରୀର ୟୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି।
14ପରମେଶ୍ବର କବଳେ ପ୍ରଭୁଙ୍କୁ ମୃତ୍ଯୁରୁ ପୂର୍ନରୁଥିତ କରି ନାହାଁନ୍ତି, ବରଂ ନିଜର ଶକ୍ତି ଦ୍ବାରା ସେ ଆମ୍ଭମାନଙ୍କୁ ମଧ୍ଯ ମୃତ୍ଯୁରୁ ପୂର୍ନରୁଥିତ କରିବେ।
15ତୁମ୍ଭମାନେେ କ'ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶଷେ ? ତା' ହେଲେ ତୁମ୍ଭମାନେେ କ'ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନଇୟିବେି, ଓ ସଗେୁଡ଼ିକୁ କୌଣସି ବେଶ୍ଯାର ଅଙ୍ଗ କରି ଦବେି ? କବେେ ନୁହେଁ।
16ଶାସ୍ତ୍ର ରେ ଲଖାେଅଛି "ଉଭୟ ଏକ ହବେେ।" ଅତଏବ ତୁମ୍ଭମାନେେ ଜାଣିବା ଉଚିତ୍ ଯେ ବେଶ୍ଯାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା' ସହିତ ଏକ ହୁଏ।
17କିନ୍ତୁ ଯେଉଁଲୋକ ପ୍ରଭୁଙ୍କ ସଙ୍ଗ ରେ ରହେ ସେ ଆତ୍ମା ରେ ତାହାଙ୍କ ସହିତ ଏକ ହୁଏ।
18ଅତଏବ ୟୌନଗତ ପାପଠାରୁ ଦୂର ରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହା ରେ କରେ। କିନ୍ତୁ ୟୌନଗତ ପାପ ଦ୍ବାରା ସେ ନିଜ ଶରୀର ବିରୁଦ୍ଧ ରେ ପାପ କରେ।
19ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ର ଆତ୍ମା ଅନ୍ତର ରେ ଅଛନ୍ତି। ପବିତ୍ର ଆତ୍ମାଙ୍କୁ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ପାଇଛ। ତୁମ୍ଭମାନେେ ନିଜେ ନିଜର ନୁହଁ।
20କାରଣ ପରମେଶ୍ବର ତୁମ୍ଭମାନଙ୍କୁ ମୂଲ୍ଯ ଦଇେ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ଯମ ରେ ପରମେଶ୍ବରଙ୍କୁ ଗୌରବ ଦିଅ।