Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
31 verses
1ସହେି ସମୟରେ ୟାରବିଯାମଙ୍କ ପୁତ୍ର ଅବିଯ ଅତିଶଯ ପୀଡିତ ହେଲେ।
2ୟାରବିଯାମ ନିଜର ପତ୍ନୀକୁ କହିଲେ, "ତୁମ୍ଭେ ଯେପରି ମାରେ ପତ୍ନୀ ବୋଲି ଜଣା ନ ପଡିବ, ସହେିପରି ଛଦ୍ମ ବେଶ ରେ ଶୀଲୋକୁ ୟାଅ। ସଠାେରେ ଅହିଯ ଭବିଷ୍ଯଦ୍ବକ୍ତା ବାସ କରନ୍ତି। ସେ ମାେତେ କହିଥିଲେ ମୁଁ ଇଶ୍ରାୟେଲ ଲୋକମାନଙ୍କ ଉପରେ ରାଜା ହବେି।
3ତା'ପରେ ନିଜ ସଙ୍ଗ ରେ ଦଶ ରୋଟୀ, କିଛି ତିଲୁଆ ଓ ଏକ ପାତ୍ର ମଧୁ ନଇେ ତାହା ନିକଟକୁ ୟାଅ। ବାଳକର କ'ଣ ହବେ, ତାହା ସେ ତୁମ୍ଭକୁ ଜଣାଇବେ।"
4ରାଜା ୟାରବିଯାମଙ୍କ ନିର୍ଦ୍ଦେଶ ଅନୁସାରେ ୟାରବିଯାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ଯଦ୍ବକ୍ତା ଅହିଯଙ୍କ ଗୃହକୁ ଗଲେ। ଅତ୍ଯନ୍ତ ବୃଦ୍ଧ ହାଇୟୋଇ ଥିବାରୁ ଅହିଯ ଅନ୍ଧ ହାଇେ ୟାଇଥିଲେ।
5ଇତ୍ଯବସ ରେ ସଦାପ୍ରଭୁ ଅହିଯକୁ କହିଲେ, "ଏହାକୁ ଦେଖ, ୟାରବିଯାମର ପତ୍ନୀ ନିଜର ପୁତ୍ର ଭାଗ୍ଯ ବିଷଯ ରେ ପଗ୍ଭରିବାକୁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ବହୁତ ପୀଡିତ ଅଛି।"
6ଅହିଯ ତା'ର ପାଦଶଦ୍ଦ ଦ୍ବାରଦେଶ ରେ ଶୁଣି କହିଲେ, " ହେ ୟାରବିଯାମର ପତ୍ନୀ, ଭିତରକୁ ଆସ। ତୁମ୍ଭେ ଅନ୍ୟ ରୂପରେ ନିଜକୁ କିହିଁକି ଦଖାେଉଛ? ମୁଁ ଏକ ଦୁଃସମ୍ବାଦ ଦବୋପାଇଁ ତୁମ୍ଭ ନିକଟକୁ ପ୍ ରରେିତ ହାଇେଅଛି।
7ତୁମ୍ଭେ ୟାଇ ୟାରବିଯାମକୁ କୁହ ଯେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ମୁଁ ଲୋକମାନଙ୍କ ମଧ୍ଯରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମାେ ଲୋକ ଇଶ୍ରାୟେଲ ଉପରେ ତୁମକୁ ରାଜା କଲି।
8ମୁଁ ଦାଉଦଙ୍କ ବଂଶଠାରୁ ରାଜ୍ଯ ଛଡାଇ ନଇେ ତୁମ୍ଭକୁ ଦଲେି। ମାତ୍ର ତୁମ୍ଭେ ମାରେ ଦାସ ଦାଉଦଙ୍କ ପରି ମାେତେ ଅନୁସରଣ କଲନାହିଁ। ସେ ମାରେ ସମସ୍ତ ଆଦେଶ ମନପ୍ରାଣ ଦଇେ ପାଳନ କଲା। ସେ କବଳେ ମାେ ଦୃଷ୍ଟି ରେ ଯାହା ଭଲ ତାହା କଲା।
9କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମାେତେ ଅନୁସରଣ କରିବା ବନ୍ଦ କଲ, ମାେତେ ବିରକ୍ତି କରିବା ପାଇଁ ନିଜ ସକାେଶ ଅନ୍ୟ ଦବେତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମାେତେ ତୁମ୍ଭର ପଛକୁ ପକାଇ ଦଇେଛ।
10ହେ ୟାରବିଯାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛନ୍ନ କରିବାକୁ ଯାଉଛ। ତୁମ୍ଭ ପରିବାରର ପ୍ରେତ୍ୟକକ ପୁରୁଷଙ୍କୁ ମୁଁ ହତ୍ଯା କରିବି। ଅଗ୍ନି ଯେପରି ଘାସକୁ ପୋଡି଼ ପାଉଁଶ କରିଦିଏ, ସହେିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ବଂସ କରି ଦବେି।
11ୟାରବିଯାମର କହେି ନଗର ରେ ମଲେ କୁକୁରମାନେ ତାକୁ ଖାଇବେ ଓ କହେି କ୍ଷେତ୍ର ରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।"'
12ତା'ପରେ ଭବିଷ୍ଯଦ୍ବକ୍ତା ଅହିଯ ୟାରବିଯାମର ପତ୍ନୀକୁ କହିଲେ, "ତୁମ୍ଭେ ଗୃହକୁ ଫରେିୟାଅ, ତୁମ୍ଭେ ତୁମ୍ଭ ନଗର ରେ ପହଞ୍ଚିବା ମାତ୍ ରେ ତୁମ୍ଭର ପୁତ୍ର ମୃତ୍ଯୁବରଣ କରିବ।
13ପୁଣି ସମଗ୍ର ଇଶ୍ରାୟେଲ ତା'ର ମୃତ୍ଯୁ ରେ ଶାେକ କରିବ ଓ ତାକୁ ନଇେ କବର ଦବେ। ସେ ହେଉଛି ୟାରବିଯାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ୟାରବିଯାମର ପରିବାର ରେ କବଳେ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ।
14ସଦାପ୍ରଭୁ ଇଶ୍ରାୟେଲ ପାଇଁ ଏକ ନୂଆ ରାଜା ଆଣିବାକୁ ଯାଉଛନ୍ତି ଓ ସହେି ନୂଆ ରାଜା ୟାରବିଯାମ ପରିବାରକୁ ଖୁବ୍ ଶ୍ରୀଘ୍ର ଧ୍ବଂସ କରିବେ।
15ତା'ପରେ ସଦାପ୍ରଭୁ ଇଶ୍ରାୟେଲକୁ ଆଘାତ କରିବେ। ଇଶ୍ରାୟେଲୀୟମାନେ ପାଣିଭିତ ରେ ଥରୁଥିବା ଘାସପରି ଥରିବେ। ପୁଣି ସମାନଙ୍କେ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦଇେଥିଲେ, ତହିଁରୁ ଇଶ୍ରାୟେଲକୁ ଉତ୍ପାଟନ କରି ଇଉଫ୍ ରଟେିସ ନଦୀ ଆରପାରିକୁ ଛିନ୍ନ ଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସମାନେେ ନିଜ ପାଇଁ ଆଶରୋ ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରି ଅଛନ୍ତି।
16ୟାରବିଯାମ ନିଜେ ପାପସବୁ କରିଛି ଓ ଇଶ୍ରାୟେଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ପରାଜିତ କରିବାକୁ ଦବେେ।"
17ଏହାପରେ ୟାରବିଯାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସା ରେ ଉପସ୍ଥିତ ହେଲା। ସେ ଗୃହର ଦ୍ବାରବନ୍ଧ ନିକଟରେ ପହଞ୍ଚୁ ନପହଞ୍ଚୁଣୁ ତା'ର ପୁତ୍ର ମଲା।
18ସମଗ୍ର ଇଶ୍ରାୟେଲ ତା' ପାଇଁ ଶାେକ କଲେ ଓ ତାକୁ କବର ଦେଲେ। ସଦାପ୍ରଭୁ ନିଜର ଦାସ ଅହିଯଙ୍କୁ ଯାହା ଯାହା କହିଥିଲେ, ସହେିପରି ସମସ୍ତ କାର୍ୟ୍ଯ ଘଟିଲା।
19ଏହି ୟାରବିଯାମଙ୍କର ସମସ୍ତ କାର୍ୟ୍ଯକଳାପ, ତା'ର ରାଜ୍ଯ ଶାସନର ପ୍ରକୃତ କଥା ଓ ସେ କିପରି ୟୁଦ୍ଧ କଲେ, ଏସବୁ ଇଶ୍ରାୟେଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲଖାେଅଛି।
20ୟାରବିଯାମ ବାଇଶ ବର୍ଷ ପାଇଁ ରାଜତ୍ବ କଲେ। ତାଙ୍କର ମୃତ୍ଯୁପରେ ସେ ନିଜର ପୁତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ନାଦବ୍ ରାଜତ୍ବ କଲେ।
21ଶଲୋମନଙ୍କର ପୁତ୍ର ରିହବିଯାମ ଏକଗ୍ଭଳିଶ ବର୍ଷ ବଯସ ରେ ରାଜା ହେଲେ। ସେ ୟିରୁଶାଲମରୁ ଯିହୁଦା ରେ ସତର ବର୍ଷ ରାଜତ୍ବ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇଶ୍ରାୟେଲ ମଧ୍ଯରୁ ସହେି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ।
22ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ଦୃଷ୍ଟି ରେ ପାପ କର୍ମ ରେ ଲିପ୍ତ ରହିଲେ। ସମାନେେ ସମାନଙ୍କେର ପୂର୍ବପୁରୁଷମାନଙ୍କ ଅପେକ୍ଷା ଅଧିକ ପାପକାର୍ୟ୍ଯ କରି ସଦାପ୍ରଭୁଙ୍କୁ କୋପାନ୍ବିତ କରାଇଲେ।
23ସମାନେେ ମଧ୍ଯ ପ୍ରେତ୍ୟକକ ଉଚ୍ଚ ପର୍ବତ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ମୂଳ ରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶରେୀ ସ୍ତମ୍ଭମାନ ନିର୍ମାଣ କଲେ।
24ଆଉ ମଧ୍ଯ ସେ ଭୂମିରେ ପୁରୁଷ ବେଶ୍ଯା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସହେି କୁକର୍ମ ସଠାେରେ ବାସ କରୁଥିବା ଲୋକମାନେ ମଧ୍ଯ କରୁଥିଲେ। ତେଣୁ ପରମେଶ୍ବର ସହେି ଜାତିଠାରୁ ଭୂମି ଛଡାଇ ଏବଂ ଏହା ଇଶ୍ରାୟେଲୀୟମାନଙ୍କୁ ଦଇେଥିଲେ।
25ରିହବିଯାମଙ୍କ ରାଜତ୍ବର ପଞ୍ଚମ ବର୍ଷ ରେ ମିଶରର ରାଜା ଶୀଶକ୍ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ କଲେ।
26ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ଯତୀତ ସୁବର୍ଣ୍ଣର ଢାଳସବୁ ନଇଗେଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନଇେଥିଲେ।
27ତେଣୁ ରିହବିଯାମ ସୁବର୍ଣ୍ଣ ଢାଲ ବଦଳ ରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ବାରପାଳ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ।
28ଯେତେଥର ରାଜା ସଦାପ୍ରଭୁଙ୍କ ଗୃହକୁ ଯାଉଥିଲେ ପ୍ରହରିମାନେ ତାଙ୍କ ସହିତ ସେ ଢାଲ ଧରି ଯାଉଥିଲେ। କାର୍ୟ୍ଯ ସମାପ୍ତି ପରେ ସମାନେେ ଫରେିଆସି ପ୍ରହରିଶାଳାର କାନ୍ଥ ରେ ଢାଲଗୁଡିକୁ ରଖୁଥିଲେ।
29ରିହବିଯାମଙ୍କ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।
30ରିହବିଯାମ ଓ ୟାରବିଯାମ ସର୍ବଦା ପରସ୍ପର ମଧିଅରେ ୟୁଦ୍ଧ ରେ ରତ ରହୁଥିଲେ।
31ରିହବିଯାମଙ୍କ ମୃତ୍ଯୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବର ରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିଯାମ ରାଜା ହେଲେ।