Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
24 verses
1ଏଲିଯ ତିସ୍ବୀଯର ଭବିଷ୍ଯତ ବକ୍ତା ଗିଲିଯଦ ରେ ରାଜା ଆହାବ୍ଙ୍କୁ କହିଲେ, ଗିଲିଯଦର ପ୍ରବାସୀ ତିସ୍ବୀଯ ଏଲିଯ ଭବିଷ୍ଯଦ୍ବକ୍ତା ରାଜା ଆହାବ୍ଙ୍କୁ କହିଲେ, "ମୁଁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସବୋ କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶ ରେ କାକର କି ବୃଷ୍ଟିପାତ ହବେନାହିଁ। ଯଦି ମୁଁ ଆଦେଶ ଦିଏ ତବେେ ବର୍ଷା ହବେ।"
2ତତ୍ପରେ ସଦାପ୍ରଭୁ ଏଲିଯଙ୍କୁ କହିଲେ,
3"ତୁମ୍ଭେ ଏ ସ୍ଥାନ ଛାଡି ପୂର୍ବ ଦିଗକୁ ୟାଅ ଓ ୟର୍ଦ୍ଦନ ପୂର୍ବ ପାରିସ୍ଥ କରୀତ୍ ନଦୀ ନିକଟରେ ନିଜକୁ ଲୁଗ୍ଭଅ।
4ସହେି ନଦୀରୁ ତୁମ୍ଭେ ଜଳପାନ କରିବ। ତୁମ୍ଭକୁ ଖାଦ୍ୟ ଯୋଗଇବା ପାଇଁ ଆମ୍ଭେ କାଉମାନଙ୍କୁ ଆଜ୍ଞା ଦେଉଛୁ।"
5ଏଲିଯ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ କାର୍ୟ୍ଯ କଲେ। ସେ ୟର୍ଦ୍ଦନ ପୂର୍ବପାରିସ୍ଥ କରୀତ ନଦୀ ନିକଟକୁ ୟାଇ ବାସ କଲେ।
6ପୁଣି କାଉମାନେ ପ୍ରାତଃକାଳ ରେ ରୋଟୀ ଓ ମାଂସ ଓ ସନ୍ଧ୍ଯା ବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ।
7ଅନାବୃଷ୍ଟି ହତେୁ କିଛି କାଳପରେ ଝରଣାଗୁଡିକ ଶୁଷ୍କ ହାଇଗେଲା।
8ତତ୍ପରେ ସଦାପ୍ରଭୁ ଏଲିଯକୁ କହିଲେ,
9"ସୀଦୋନର ସାରିଫତ୍କୁ ୟାଇ ସଠାେରେ ବାସ କର। ସଠାେରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦଇେଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।"
10ତେଣୁ ଏଲିଯ ସାରିଫତ୍କୁ ଗଲେ। ସେ ନଗର ଦ୍ବାର ନିକଟରେ ଏକ ବିଧବା ସ୍ତ୍ରୀକୁ କାଠ ସଂଗ୍ରହ କରୁଥିବାର ଦେଖିଲେ। ଏଲିଯ ତାକୁ କହିଲେ, "ତୁମ୍ଭ ପାତ୍ର ରେ କିଛି ଜଳ ପିଇବାକୁ ଆଣ।"
11ସେ ପାଣି ଆଣିବାକୁ ଯାଉଥିବା ବେଳେ ଏଲିଯ ପୁନର୍ବାର ଡାକି କହିଲେ, " ମାରେଅନୁରୋଧ ମାେ ପାଇଁ ଖଣ୍ଡେ ରୋଟୀ ମଧ୍ଯ ଆଣ।"
12ବିଧବାଟି ଉତ୍ତର ଦଲୋ, "ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ମୁଁ ପ୍ରତିଜ୍ଞା କରି କହୁଛି, ମାେ ପାଖ ରେ ଖଣ୍ଡେ ହେଲେ ରୁଟୀ ନାହିଁ, କବଳେ କଳସ ରେ ମୁଠିଏ ମଇଦା ଓ ପାତ୍ର ରେ ଅଳ୍ପ ତଲେ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମାେ ପାଇଁ ଓ ମାେ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧା ରେ ମରିବୁ।"
13ଏଲିଯ ସହେି ବିଧବାକୁ କହିଲେ, "ଦୁଃଖ କର ନାହିଁ। ଘରକୁ ୟାଇ ତୁମ୍ଭ କହିବାନୁସା ରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ େଛାଟ ପିଠା କରି ମାେ ନିକଟକୁ ଆଣ। ତା'ପରେ ତୁମ୍ଭପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର।
14ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ' ଯେ ପର୍ୟ୍ଯନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ୟ୍ଯନ୍ତ ସେ କଳସ ରେ ମଇଦା ଶୂନ୍ଯ ହବେନାହିଁ କି ପାତ୍ର ରେ ତୈଳର ଅଭବ ରହିବ ନାହିଁ।"'
15ତେଣୁ ସେ ସ୍ତ୍ରୀ ଲୋକଟି ଘରକୁ ଗଲା ଓ ଏଲିଯଙ୍କ ବାକ୍ଯାନୁସା ରେ କାର୍ୟ୍ଯ କଲା। ଏଲିଯ, ସହେି ସ୍ତ୍ରୀ ଲୋକ ଓ ତା'ର ପୁତ୍ର ପାଇଁ ଅନକେ ଦିନ ପର୍ୟ୍ଯନ୍ତ ୟଥେଷ୍ଟ ଭୋଜନ କରିବାକୁ ଥିଲା।
16ସହେି ମଇଦା କଳସ ଓ ତୈଳପାତ୍ର କବେେ ଶୂନ୍ଯ ହେଲା ନାହିଁ। ସଦାପ୍ରଭୁ ଏଲିଯ ମାଧ୍ଯମ ରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।
17କିଛିଦିନ ଉତ୍ତା ରେ ସହେି ସ୍ତ୍ରୀ ଲୋକର ପୁତ୍ରଟି ଅସୁସ୍ଥ ହେଲା। ତା'ର ପୀଡା ଏତେ ବଢିଗଲା ଯେ ତା'ର ପ୍ରଶ୍ବାସ ମଧ୍ଯ ବନ୍ଦ ହାଇଗେଲା।
18ସହେି ସ୍ତ୍ରୀ ଲୋକଟି ଏଲିଯକୁ କହିଲେ, " ହେ ପରମେଶ୍ବରଙ୍କ ଲୋକ, ମାେ ବିରୁଦ୍ଧ ରେ ତୁମ୍ଭର କ'ଣ ଅଛି? ତୁମ୍ଭେ କ'ଣ ମାରେ ପାପ ସ୍ମରଣ କରଇବୋକୁ ଓ ମାରେପୁତ୍ରର ମୃତ୍ଯୁର କାରଣ ହବୋ ପାଇଁ ଆସିଅଛ?"
19ତହୁଁ ଏଲିଯ ତାକୁ କହିଲେ, "ତୁମ୍ଭ ପୁତ୍ରକୁ ମାେତେ ଦିଅ।" ଏଲିଯ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କଠାେରୀକୁ ନଇୟୋଇ ଆପଣା ଶୟ୍ଯା ରେ ତାକୁ ଶୁଆଇ ଦେଲେ।
20ତା'ପରେ ଏଲିଯ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, " ହେ ସଦାପ୍ରଭୁ ମାରେ ପରମେଶ୍ବର, ଏହି ସ୍ତ୍ରୀ ଲୋକଟି ମାେତେ ତା'ର ଗୃହ ରେ ଆଶ୍ରଯ ଦଇେଛି। ତୁମ୍ଭେ ତା'ର ପୁତ୍ରକୁ ବଧକରି ତା'ପ୍ରତି କାହିଁକି ଅମଙ୍ଗଳ ଘଟାଇଲ?"
21ତା'ପରେ ଏଲିଯ ବାଳକ ଉପରେ ତିନିଥର ନିଜକୁ ଲମ୍ବାଇ ଦେଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, " ହେ ସଦାପ୍ରଭୁ ମାରେ ପରମେଶ୍ବର, ଏହି ମୃତ ଶରୀରକୁ ଜୀବନ ପ୍ରଦାନ କର।"
22ସଦାପ୍ରଭୁ ଏଲିଯର ପ୍ରାର୍ଥନାର ଉତ୍ତର ଦେଲେ ଏବଂ ବାଳକଟି ପ୍ରଶ୍ବାସ ନବୋକୁ ଆରମ୍ଭ କଲା ଓ ପୁଣି ଜୀବନ ଫରେି ପାଇଲା।
23ତା'ପରେ ଏଲିଯ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସହେି ସ୍ତ୍ରୀ ଲୋକଟିକୁ କହିଲେ, " ଦେଖ, ତୁମ୍ଭର ପୁତ୍ର ଜୀବିତ।"
24ତହୁଁ ସ୍ତ୍ରୀ ଲୋକଟି ଏଲିଯଙ୍କୁ କହିଲା, "ତୁମ୍ଭେ ଯେ ପରମେଶ୍ବରଙ୍କ ଲୋକ ଓ ତୁମ୍ଭ ମୁଖ ରେ ସଦାପ୍ରଭୁଙ୍କ ବାକ୍ଯ ଯେ ସତ୍ଯ ମୁଁ ଏହା ଏବେ ଜାଣିଲି।"