Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
16 verses
1ରିହବିଯାମ୍ ଜଣେ ଅତ୍ଯନ୍ତ ପରାକ୍ରମୀ ରାଜା ହାଇେ ଉଠିଲେ, ଆହୁରି ମଧ୍ଯ ସେ ନିଜ ରାଜ୍ଯକୁ ଦୃଢ଼ କଲେ। ଏହାପରେ ରିହବିଯାମ୍ ଓ ସମସ୍ତ ଇଶ୍ରାୟେଲୀୟ ସଦାପ୍ରଭୁଙ୍କ ନିଯମ ମାନିବାକୁ ମନା କଲେ।
2ରାଜା ରିହବିଯାମ୍ଙ୍କ ପଞ୍ଚମ ବର୍ଷ ରେ ଶୀଶକ୍ ୟିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସମାନେେ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ନ ଥିଲେ।
3ଶୀଶକ୍ର 12,000 ରଥ, 60 ,000 ଅଶ୍ବାରୋହୀ ଓ ଏତେ ସଂଖ୍ଯକ ସୈନ୍ଯଦଳ ଥିଲେ ଯେ, ଯାହାକୁ କୌଣସି ବ୍ଯକ୍ତି ଗଣନା କରିପାରିବ ନାହିଁ। ଶୀଶକ୍ର ବିଶାଳ ସୈନ୍ଯବାହିନୀ ରେ ଲୂବୀଯର ସୈନ୍ଯ ସୁକ୍କୀଯ ସୈନ୍ଯ ଓ କୁଶୀଯ ସୈନ୍ଯମାନେ ଥିଲେ।
4ଶୀଶକ୍ ଯିହୁଦାର ଦୃଢ଼ ନଗରଗୁଡ଼ିକୁ ପରାସ୍ତ କଲା। ଏହାପରେ ଶୀଶକ୍ ୟିରୁଶାଲମକୁ ଆସିଲା।
5ଏହାପରେ ଭବଷ୍ଯଦ୍ବକ୍ତା ଶମଯିଯ, ରିହବିଯାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସହେି ନେତାମାନେ ୟିରୁଶାଲମ ରେ ରୁଣ୍ଡ ହାଇେଥିଲେ। କାରଣ ସମାନେେ ଶୀଶକଙ୍କୁ ଅତ୍ଯନ୍ତ ଭୟ କରୁଥିଲେ। ଶମଯିଯ ସମାନଙ୍କେୁ କହିଲେ, "ସଦାପ୍ରଭୁ କହନ୍ତି : 'ତୁମ୍ଭମାନେେ ଆମ୍ଭକୁ ପରିତ୍ଯାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାୟ୍ଯ ବିନା ଶୀଶକ୍ର ସମ୍ମୁଖୀନ ହବୋ ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିଅଛୁ।"'
6ଏହାପରେ ଇଶ୍ରାୟେଲର ନେତାଗଣ ଓ ରାଜା ରିହବିଯାମ୍ ଅନୁତାପ କଲେ ଓ ନିଜ ନିଜକୁ ନମ୍ର କଲେ। ସମାନେେ କହିଲେ, "ସଦାପ୍ରଭୁ ଠକ୍ କହିଅଛନ୍ତି।"
7ସଦାପ୍ରଭୁ ଦେଖିଲେ ଯେ, ସମାନେେ ନିଜକୁ ନମ୍ର କରିଛନ୍ତି। ଏହାପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମଯିଯଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମଯିଯଙ୍କୁ କହିଲେ, " ସମାନେେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସମାନଙ୍କେୁ ଅଳ୍ପ ଉପଶମ ଦବୋ। କିନ୍ତୁ ୟିରୁଶାଲମ ଉପରେ ଆମ୍ଭର କୋରଧ ଢ଼ାଳିବା ନିମନ୍ତେ ଆମ୍ଭେ ଶୀଶକ୍କୁ ବ୍ଯବହାର କରିବା ନାହିଁ।
8କିନ୍ତୁ ୟିରୁଶାଲମର ଲୋକମାନେ ଶୀଶକ୍ର ଦାସ ହବେେ। ସମାନେେ ଯେପରି ଶିକ୍ଷା କରିବେ, ଆମ୍ଭର ସବୋ କରିବା ଅନ୍ୟ ଦେଶୀଯ ରାଜାମାନଙ୍କର ସବୋ କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଏଥିନିମନ୍ତେ ଏହା ଘଟିବ।"
9ଶୀଶକ୍ ୟିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହ ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଆହୁରି ମଧ୍ଯ ସେ ଶ ଲୋମ ନିର୍ମାଣ କରିଥିବା ସୁବର୍ଣ୍ଣ ଢ଼ାଲ ନଇଗେଲେ।
10ରାଜା ରିହବିଯାମ୍ ସହେି ସୁବର୍ଣ୍ଣ ଢ଼ାଲ ରଖିବା ସ୍ଥାନ ରେ ପିତ୍ତଳର ଢ଼ାଲମାନ ନିର୍ମାଣ କଲେ। ରାଜାଙ୍କ ଗୃହର ପ୍ରବେଶଦ୍ବାରକୁ ଜଗିବା ନିମନ୍ତେ ନିୟୁକ୍ତ ହାଇେଥିବା ସନୋଧ୍ଯକ୍ଷମାନଙ୍କୁ ରିହବିଯାମ୍ ସହେି ପିତ୍ତଳ ଢ଼ାଲମାନ ଦେଲେ।
11ରାଜା ଯେତେଥର ସଦାପ୍ରଭୁଙ୍କ ମନ୍ଦିର ଭିତ ରେ ପ୍ରବେଶ କଲେ, େସତେଥର ରକ୍ଷୀମାନେ ସହେି ପିତ୍ତଳ ଢ଼ାଲଗୁଡ଼ିକୁ ଆଣିଲେ। ପୁଣି ସମାନେେ ପୁନର୍ବାର ସହେି ପିତ୍ତଳ ଢ଼ାଲଗୁଡ଼ିକୁ ରକ୍ଷୀଗୁଡ଼ିକୁ ଫରୋଇ ଆଣିଲେ।
12ରିହବିଯାମ୍ ଯେତବେେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିଯାମଙ୍କଠାରୁ ଆପଣା କୋର୍ଧ ଫରୋଇ ନଇଗେଲେ। ତେଣୁ ସଦାପ୍ରଭୁ ରିହବିଯାମ୍ଙ୍କୁ ସମ୍ପୂର୍ଣ୍ଣରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା।
13ରାଜା ରିହବିଯାମ୍ ୟିରୁଶାଲମ ରେ ନିଜକୁ ଶକ୍ତିଶାଳୀ କଲେ। ସେ ଯେତବେେଳେ ରାଜା ହେଲେ, ସେତବେେଳେ ତାଙ୍କୁ ଏକଚାଳିଶ ବର୍ଷ ବଯସ ହାଇେଥିଲା। ରିହବିଯାମ୍ ସତର ବର୍ଷ ପର୍ୟ୍ଯନ୍ତ ୟିରୁଶାଲମ ରେ ରାଜା ହାଇେ ରହିଲେ। ଇଶ୍ରାୟେଲର ସମସ୍ତ ବଂଶ ମଧ୍ଯରୁ ସଦାପ୍ରଭୁ ୟିରୁଶାଲମ ନଗରକୁ ହିଁ ମନୋନୀତ କରିଥିଲେ। ସଦାପ୍ରଭୁ ୟିରୁଶାଲମ ରେ ତାଙ୍କର ନାମ ସ୍ଥାପନ କରିବାକୁ ମନୋନୀତ କଲେ। ରିହମିଯାମ୍ଙ୍କୁ ମାତା ଥିଲେ ନଯମା। ନଯମା ଅମ୍ମାନେ ଦେଶରୁ ଆସିଥିଲେ।
14ରିହବିଯାମ୍ ମନ୍ଦକର୍ମ କଲେ, କାରଣ ସେ ତାଙ୍କ ହୃଦଯ ରେ ସଦାପ୍ରଭୁଙ୍କର ବାଧ୍ଯ ହବୋ ନିମନ୍ତେ ସିଦ୍ଧାନ୍ତ ନଇେ ନ ଥିଲେ।
15ରିହବିଯାମ୍ ଯେତବେେଳେ ରାଜା ଥିଲେ, ତାଙ୍କର ରାଜତ୍ବର ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯେଉଁ କର୍ମସବୁ କରିଥିଲେ, ସହେିସବୁ ଭବିଷ୍ଯଦ୍ବକ୍ତା ଶମଯିଯଙ୍କ ଲିଖିତ ସକଳ ବିଷଯ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷଯ ରେ ଲିପିବଦ୍ଧ କରାୟାଇଅଛି। ସହେି ବ୍ଯକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିଯାମ୍ ଓ ୟାରବିଯାମ୍ ଏହି ଦୁଇ ରାଜାଙ୍କ ମଧିଅରେ, ସମାନଙ୍କେ ରାଜତ୍ବ କାଳ ରେ ସବୁ ସମୟରେ ୟୁଦ୍ଧ ଲାଗି ରହିଥିଲା।
16ରିହବିଯାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିଯାମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦିଆଗଲା। ଏହାପରେ ରିହବିଯାମ୍ଙ୍କ ପୁତ୍ର ଅବିଯ ନୂତନ ରାଜା ହେଲେ।