Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
9 verses
1ୟୋଥାମ୍ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଥିଲା ୟିରୁଶା। ୟିରୁଶା ସାଦୋକ୍ଙ୍କର କନ୍ଯା ଥିଲେ।
2ୟୋଥାମ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କର୍ମ କଲେ। ତାଙ୍କର ପିତା ଉଷିୟ ଯେଉଁପରି କରିଥିଲେ, ସେ ସହେିପରି ପରମେଶ୍ବରଙ୍କର ବାଧ୍ଯ ହେଲେ। କିନ୍ତୁ ଯୋଥମ୍ ତାଙ୍କର ପିତାଙ୍କ ପରି ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରବେଶ କରି ନ ଥିଲେ। କିନ୍ତୁ ଲୋକମାନେ ମନ୍ଦକର୍ମ କରିବା ଜାରି ରଖିଲେ।
3ୟୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଉର୍ଦ୍ଧ୍ବସ୍ଥ ଦ୍ବାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ।
4ଯୋଥମ୍ ଯିହୁଦାର ପାର୍ବତ୍ଯାଞ୍ଚଳମାନଙ୍କ ରେ ମଧ୍ଯ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ଯ ମଧିଅରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ।
5ଯୋଥମ୍ ଅେମ୍ମାନୀୟ ଲୋକମାନଙ୍କର ରାଜା ଓ ତାଙ୍କର ସୈନ୍ଯଦଳ ବିରୁଦ୍ଧ ରେ ମଧ୍ଯ ୟୁଦ୍ଧ କଲେ ଓ ସମାନଙ୍କେୁ ପରାସ୍ତ କଲେ। ତେଣୁ ତିନିବର୍ଷ ପର୍ୟ୍ଯନ୍ତ ପ୍ରେତ୍ୟକକ ବର୍ଷ ଅମ୍ମାନେୀୟମାନେ ୟୋଥାମ୍ଙ୍କୁ 100 ତାଳନ୍ତ ରୂପା ଦଶ ସହସ୍ର ଗହମ ଓ ଦଶ ସହସ୍ର ବୁଶଇେ ପରିମାଣର ବାର୍ଲି ଦେଲେ।
6ଯୋଥମ୍ ବିଶ୍ବସ୍ତ ଭାବରେ ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କର ବାଧ୍ଯ ହବୋରୁ ପରାକ୍ରମୀ ହାଇେ ଉଠିଲେ।
7ଯୋଥମ୍ ଅନ୍ୟ ଯେ ସମସ୍ତ କାର୍ୟ୍ଯ କରିଥିଲେ ଓ ସେ କରିଥିବା ୟୁଦ୍ଧର ବିବରଣୀ "ଇଶ୍ରାୟେଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ" ଲଖାେ ୟାଇଅଛି।
8ଯୋଥମ୍ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ।
9ଏହାପରେ ୟୋଥମ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ। ଆହସ୍ ଯୋଥମ୍ଙ୍କ ସ୍ଥାନ ରେ ରାଜା ହେଲେ। ଆହସ୍ ଯୋଥମ୍ଙ୍କ ପୁତ୍ର ଥିଲେ।