Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
21 verses
1ଅନନ୍ତର ଅହସିଯଙ୍କର ମାତା ଅଥଲିଯା ନିଜ ପୁତ୍ରର ମୃତ୍ଯୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।
2ମାତ୍ର ଯୋରାମ ରାଜକନ୍ଯା, ଅହସିଯଙ୍କର ଭଗିନୀ ୟିହୋଶବୋ ଯେତବେେଳେ ଦେଖିଲେ ରାଜପୁତ୍ରମାନେ ନିହତ ହେଲ, ସେ ପୁତ୍ରମାନଙ୍କ ମଧ୍ଯରୁ ୟୋଯାଶକୁ ନଇଗେଲେ। ସେ ଶିଶୁ ଓ ତାହାର ଧାତ୍ରୀକୁ ନଇେ ଶଯନାଗାର ରେ ଲୁଗ୍ଭଇ ରଖିଲା। ତାକୁ ଲୁଗ୍ଭଇ ରଖିବାରୁ ସେ ଅଥଲିଯାଠାରୁ ହତ ହେଲା ନାହିଁ।
3ତା'ପରେ ୟୋଯାଶ ଓ ୟହୋଶବୋ ସଦାପ୍ରଭୁଙ୍କ ମନ୍ଦିର ରେ ଛଅବର୍ଷ ଗୋପନ ରେ ରହିଲେ ଓ ସେତବେେଳେ ଅଥଲିଯା ଯିହୁଦା ରେ ରାଜତ୍ବ କଲେ।
4ଏହାପରେ ସପ୍ତମ ବର୍ଷ ରେ ଯିହାୟୋଦାରଦା ଲୋକ ପଠାଇ କରୀଯମାନଙ୍କର ଓ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଅଣାଇ ସମାନଙ୍କେୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନଲୋ, ଆଉ ସେ ସମାନଙ୍କେ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିର ରେ ସମାନଙ୍କେୁ ଶପଥ କରାଇ ରାଜପୁତ୍ର ୟୋଯାଶକୁ ଦଖାଇେଲା।
5ତା'ପରେ ସେ ସମାନଙ୍କେୁ ଆଜ୍ଞା ଦଇେ କହନ୍ତି, "ତୁମ୍ଭମାନେେ ଏହା ନିଶ୍ଚଯ କରିବ। ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ବିଶ୍ରାମ ଦିନ ଆରମ୍ଭ ରେ ଏହି ପ୍ରାସାଦକୁ ପ୍ରହରା ଦବୋକୁ ନିଶ୍ଚଯ ଆସିବ।
6ଅନ୍ୟ ଏକତୃତୀଯାଂଶ ସୂର ଫାଟକରେ ରହିବେ ଓ ଆଉ ଏକତୃତୀଯାଂଶ ପ୍ରହରିମାନଙ୍କର ପଛ ଫାଟକରେ ରହିବେ। ଏହିରୂପେ ତୁମ୍ଭମାନେେ ପୁରା ଦମ୍ ରେ ପ୍ରାସାଦକୁ ଜଗିବ।
7ପୁଣି ବିଶ୍ରାମ ବାରର ଦୁଇ ଭାଗର ଲୋକ ଯେଉଁମାନେ କର୍ମକ୍ଷେତ୍ରକୁ ୟାଇ ସଦାପ୍ରଭୁଙ୍କ ମନ୍ଦିରର ପ୍ରହରୀ ରହିବେ ଓ ରାଜା ୟୋଯାଶ୍କୁ ରକ୍ଷା କରିବେ।
8ତୁମ୍ଭମାନେେ ରାଜା ଯୋଯାଶକୁ ବେଷ୍ଟନ କରି ରହିବ। ସେ ଯେତବେେଳେ ଯିବେ, ତୁମ୍ଭେ ତାଙ୍କ ସହିତ ନିଶ୍ଚଯ ରହିବ। ତୁମ୍ଭମାନେେ ସର୍ବଦା ଅସ୍ତ୍ର ରେ ସଜ୍ଜିତ ହାଇେ ରହିବ। ଯେ କୌଣସି ଲୋକ ତୁମ୍ଭର ଅତି ନିକଟକୁ ଆ ସେ ତାକୁ ହତ୍ଯା କରାୟିବ।"
9ୟିହୋଯାଦା ଯାଜକ ଯାହାସବୁ ଆଦେଶ କଲେ, ଅଧ୍ଯକ୍ଷମାନେ ତଦନୁସା ରେ ପାଳନ କଲେ। ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ତାଙ୍କର ପୁରୁଷମାନଙ୍କୁ ଆଣିଲେ, ଉଭୟ ଯେଉଁମାନେ ବିଶ୍ରାମ ଦିନ ରେ କାର୍ୟ୍ଯକୁ ଯାଉଥିଲେ ଓ ଯେଉଁମାନେ କାର୍ୟ୍ଯକୁ ନଯାଉଥିଲେ, ଏହି ଲୋକମାନେ ୟିହୋଯାଦା ଯାଜକ ନିକଟକୁ ଗଲେ।
10ଦାଉଦ ରାଜା ଯେଉଁସବୁ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ମନ୍ଦିର ରେ ରଖିଥିଲେ, ଯାଜକ ସେସବୁ କାଢି ସମାନଙ୍କେୁ ଦଇେ ଦେଲେ।
11ଏହି ପ୍ରହରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଦକ୍ଷିଣ ପାଶର୍ବରୁ ବାମପାଶର୍ବ ପର୍ୟ୍ଯନ୍ତ ୟଜ୍ଞବଦେୀ ଓ ରାଜାଙ୍କ ଚତୁଃପାଶର୍ବ ରେ ହସ୍ତ ରେ ଅସ୍ତ୍ର ଧରି ଠିଆ ହାଇେ ରହିଲେ।
12ସେତବେେଳେ ସମାନେେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସମାନେେ ତାଙ୍କୁ ରାଜାକରି ଅଭିଷକେ କଲେ। ଆଉ କରତାଳି ଦଇେ କହିଲେ, "ରା��ା ଚିରଜୀବି ହୁଅନ୍ତୁ।"
13ଏଥି ରେ ଅଥଲିଯା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ମନ୍ଦିରର ଲୋକମାନଙ୍କ ନିକଟକୁ ଆସିଲା।
14ଅଥଲିଯା ଦେଖିଲେ ରାଜା ବିଧି ଅନୁସାରେ ଯେଉଁଠି ଛିଡା ହବୋ କଥା ସେଠି ଛିଡା ହାଇେଛନ୍ତି। ରାଜାଙ୍କ ନିକଟରେ ସନୋପତିମାନେ ଥିଲେ, ଲୋକମାନେ ତୂରୀ ବଜାଉଥିଲେ। ଦେଶର ସମସ୍ତ ଲୋକ ଆନନ୍ଦ କରୁଥିଲେ। ଏଥି ରେ ଅଥଲିଯା ନିଜର ବସ୍ତ୍ର ଚିରି "ରାଜଦ୍ରୋହ! ରାଜଦ୍ରୋହ!" ବୋଲି ଚିତ୍କାର କଲା।
15ଏଥି ରେ ଯାଜକ ଯିହାୟୋଦାରଦା ସୈନ୍ଯମାନଙ୍କର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ, "ଅଥଲିଯାକୁ ମନ୍ଦିର ବାହାରକୁ ନଇୟୋଅ। ୟିଏ ତା'ର ପଶ୍ଚାତ ଧାବନ କରୁଛି, ନିଶ୍ଚଯ ହତ୍ଯା କରାୟିବ। ତାକୁ କିମ୍ବା ତା'ର ଅନୁସରଣକାରୀମାନଙ୍କୁ ମନ୍ଦିର ଭିତ ରେ ହତ୍ଯା କର ନାହିଁ।"
16ତହୁଁ ଅଥଲିଯା ଅଶ୍ବଦ୍ବାରର ପଥଦଇେ ରାଜଗୃହକୁ ଗଲା ବେଳେ ସମାନେେ ତାକୁ ଧରି ବଧ କଲେ।
17ତା'ପରେ ଯିହାୟୋଦାରଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧିଅରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହାୟୋଦାରଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହବେେ।
18ଏଥି ଉତ୍ତା ରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସଠାେରେ ମନ୍ଦିର, ୟଜ୍ଞବଦେୀଗୁଡିକ ଓ ବାଲ୍ର ପ୍ରତିମାଗୁଡିକୁ ଭାଙ୍ଗି ଚୂର୍ଣ୍ଣ କରି ଦେଲେ। ସମାନେେ ମଧ୍ଯ ବାଲ୍ର ଯାଜକ ମତ୍ତନକୁ ୟଜ୍ଞବଦେୀ ସମ୍ମୁଖ ରେ ବଧ କଲେ।
19ପୁଣି ସେ ଯାଜକ ସନୋପତିମାନଙ୍କୁ, କରୀଯମାନଙ୍କୁ, ପ୍ରହରୀମାନଙ୍କୁ ଓ ସମସ୍ତ ଲୋକମାନଙ୍କୁ ଧରି ସଦାପ୍ରଭୁଙ୍କ ମନ୍ଦିରରୁ ରାଜଗୃହକୁ ଚାଲି ରେ। ସମାନେେ ପ୍ରହରୀବର୍ଗର ଦ୍ବାର ଦଇେ ରାଜଗୃହକୁ ଆସିଲେ। ତା'ପରେ ୟୋଯାଶ ସିଂହାସନ ଉପରେ ଉପବିଷ୍ଟ ହେଲେ।
20ସମସ୍ତ ଲୋକ ଆନନ୍ଦିତ ହେଲେ ଓ ନଗର ସୁସ୍ଥିର ହେଲା। ଆଉ ରାଜଗୃହ ନିକଟରେ ଅଥଲିଯା ଖଡ୍ଗ ରେ ନିହତ ହେଲା।
21ୟୋଯାଶ ସାତବର୍ଷ ବଯସ ରେ ରାଜତ୍ବ କଲେ।