Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
27 verses
1ମହାୟାଜକ ହନାନିୟ ପାଞ୍ଚଦିନ ପରେ କତକେ ୟିହୁଦୀୟ ନେତା ଓ ତତ୍ତୁର୍ଲ୍ଲ ନାମକ ଜଣେ ଓକିଲଙ୍କୁ ନଇେ କାଇସରୀଆ ରେ ପହନ୍ଚିଲେ। ସଠାେରେ ସମାନେେ ରାଜ୍ଯପାଳଙ୍କ ସାମନା ରେ ପାଉଲଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।
2ତେଣୁ ପାଉଲଙ୍କୁ ଡ଼କା ହେଲା। ତତ୍ତୁର୍ଲ୍ଲ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ କରି କହିଲେ, " ହେ ମହାମାନ୍ଯ ଫଲେିକ୍ସ! ଆମ୍ଭ ଲୋକମାନେ ଆପଣଙ୍କ ସକାେଶ ବହୁତ ଶାନ୍ତି ରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ଯବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗଁୁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ୟ୍ଯ ହାଇପୋରୁଛି।
3ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ଯନ୍ତ କୃତଜ୍ଞ।
4ଏବେ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନକରି, ସଂକ୍ଷପରେେ ଆମ୍ଭ କଥା କହିବି। ତେଣୁ ଆପଣ ର୍ଧୈୟ୍ଯ ଧରି ଆମ୍ଭ କଥା ଶୁଣନ୍ତୁ।
5ଏ ବ୍ଯକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧିଅରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ଯ ନେତା।
6ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ଯ ଚେ଼ଷ୍ଟା କରୁଥିଲା।
7କିନ୍ତୁ ସତେିକି ବେଳେ ଆମ୍ଭେ ତାହାକୁ ଧରିନଲେୁ।
8ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧ ରେ କରଥିବା ସମସ୍ତେ ଅଭିଯୋଗର ସତ୍ଯାସତ୍ଯ ଜାଣି ପାରିବେ।"
9ତା'ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ଯ ବୋଲି କହିଲେ।
10ରାଜ୍ଯପାଳ ଯେତବେେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତବେେଳେ ପାଉଲ ଉତ୍ତର ଦଇେ କହିଲେ, "ମୁଁ ଜାଣେ ଯେ ଆପଣ ଅନକେ ବର୍ଷ ଧରି ଏ ଜାତିର ବିଚ଼ାରକର୍ତ୍ତା ଭାବରେ କାର୍ୟ୍ଯ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖ ରେ ମୁଁ ଆନନ୍ଦ ରେ ମାରେ ପକ୍ଷସମର୍ଥନ କରୁଅଛ।
11ଆପଣ ନିଜେ ଜାଣି ପାରିବେ ଯେ ମୁଁ କବେଳେ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ୟିରୁଶାଲମ ରେ ପହଞ୍ଚିଥିଲି।
12ସମାନେେ ମାେତେ ମନ୍ଦିର ରେ ବା କୌଣସି ସମାଜ ଗୃହ ରେ ବା ସହର ରେ କାହାରି ସହ ୟୁକ୍ତି ତର୍କ କରିବା ବା ଭିଡ଼ ଜମଇବୋର ଦେଖି ନାହାଁନ୍ତି।
13ଏହି ଲୋକମାନେ ମାେ ବିରୁଦ୍ଧ ରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସମାନେେ ଦଇେ ପାରିବେ ନାହିଁ।
14କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ 'ଦଳ' ବୋଲି କହନ୍ତି, ସହେି ମତାନୁଯାଯୀ ମୁଁ ମାରେ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ଉପାସନା କରେ। କିନ୍ତୁ ମାଶାଙ୍କେ ବ୍ଯବସ୍ଥା ଯାହା ସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହା ସବୁ ଲଖାେଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ବାସ କରେ।
15ଏହି ବ୍ଯକ୍ତିମାନଙ୍କ ଭଳି, ମୁଁ ମଧ୍ଯ ପରମେଶ୍ବରଙ୍କଠା ରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ଯୁରୁ ପୁନରୁତ୍ଥାନ ହବେ।
16ସେଥିପାଇଁ ମୁଁ ପରମେଶ୍ବର ଓ ଲୋକମାନଙ୍କ ପାଖ ରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ସର୍ବଦା ଚେ଼ଷ୍ଟା କରେ।
17"ମୁଁ ବହୁତ ବର୍ଷ ପର୍ୟ୍ଯନ୍ତ ୟିରୂଶାଲମରୁ ଦୂର ରେ ଥିଲି। ତା'ପରେ ମାେ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାୟ୍ଯ ଦବୋ ପାଇଁ ଓ ପରମେଶ୍ବରଙ୍କ ପାଖ ରେ ଦାନ ଉତ୍ସର୍ଗ କରିବା ପାଇଁ ୟିରୂଶାଲମକୁ ଫରେିଲି।
18ମୁଁ ମନ୍ଦିର ରେ ନିଜକୁ ଶୁଚ଼ି କରିବାକୁ ଯାଇଥିଲି। ଶୁଚ଼ିକରଣ ଉତ୍ସବ ସରିଗଲାପରେ କେତକେ ଯିହୂଦୀମାନେ ସଠାେରେ ମାେତେ ଦେଖିଲେ। ମୁଁ ସଠାେରେ କୌଣସି ଗଣ୍ଡଗୋଳ ସୃଷ୍ଟି କରିନାହିଁ କି ମାେ ସହିତ କୌଣସି ଲୋକ ମଧ୍ଯ ନଥିଲେ।
19ସେ ସମୟରେ ଏସିଆର କେତକେ ଯିହୂଦୀ ସଠାେରେ ଥିଲେ। ଯଦି ସମାନଙ୍କେର ମାେ ବିରୁଦ୍ଧ ରେ କିଛି ଆପତ୍ତି ଥାଏ ତବେେ ସମାନେେ ଆପଣଙ୍କ ନିକଟରେ ଉପସ୍ଥିତ ହବୋ ଉଚ଼ିତ୍,
20ନଚେ଼ତ୍ ଆପଣ ଏଠା ରେ ଉପସ୍ଥିତ ଥିବା ଯିହୂଦୀମାନଙ୍କୁ ପଚ଼ାରନ୍ତୁ, ସମାନଙ୍କେ ପରିଷଦ ସଭା ରେ, ସମାନଙ୍କେ ସମ୍ମୁଖ ରେ ମୁଁ ଯେତବେେଳେ ଠିଆ ହଲିେ, ସେତବେେଳେ ସମାନେେ ମାଠାେ ରେ କଣ ସବୁ ଦୋଷ ଦେଖିଲେ?
21ମୁଁ କବଳେ ଗୋଟିଏ କଥା ସମାନଙ୍କେ ମଧିଅରେ ଠିଆ ହାଇେ ଜାରେ ରେ କହିଥିଲି ଯେ, 'ମୃତ୍ଯୁରୁ ଲୋକମାନଙ୍କର ପୁନରୁତ୍ଥାନ ହବେ ବୋଲି ବିଶ୍ବାସ କରୁଥିବାରୁ ମାରେଆଜି ସଭା ସମ୍ମୁଖ ରେ ବିଚ଼ାର ହେଉଛି।"'
22ଫଲେୀକ୍ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟ ରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, " ସନୋଧ୍ଯକ୍ଷ ଲୂସିଯା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଚ଼ାର କରିବି।"
23ଫଲେିକ୍ସ୍ ଶତ ସନୋପତିଙ୍କ ଜିମା ରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀ ରେ ରଖି କିଛି ସ୍ବାଧୀନତା ଦବୋ ପାଇଁ ମଧ୍ଯ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ଯକୀୟ ଜିନିଷ ନଇେ ଆସନ୍ତି, ତବେେ ସମାନଙ୍କେୁ ବାଧା ନଦବୋ ନିମନ୍ତେ ମଧ୍ଯ ସେ ସହେି ଶତ ସନୋପତିଙ୍କୁ ଆଦେଶ ଦେଲେ।
24କିଛି ଦିନ ପରେ ଫଲେୀକ୍ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନଇେ ଆସିଲେ। ସେ ଯିହୂଦୀ ଥିଲେ। ଫଲେୀକ୍ସ୍ ପାଉଲଙ୍କୁ ଡ଼କାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ବିଷୟ ରେ ଶୁଣିଲେ।
25କିନ୍ତୁ ପାଉଲ ଯେତବେେଳେ ଧାର୍ମିକ ଜୀବନ, ଆତ୍ମସଂୟମ ଓ ଆଗାମୀ ବିଚ଼ାର ବିଷୟ ରେ କହିଲେ, ସେତବେେଳେ ଫଲେୀକ୍ସ୍ ଭୟଭୀତ ହାଇଗେଲେ। ଫଲେୀକ୍ସ୍ କହିଲେ, "ବର୍ତ୍ତମାନ ତୁମ୍ଭେ ଯାଅ। ମାରେ ସମୟ ହେଲେ ମୁଁ ତୁମ୍ଭକୁ ଡ଼ାକିବି।"
26କିନ୍ତୁ ଫଲେୀକ୍ସ୍ ପାଉଲଙ୍କ ସହିତ କଥା ହବୋର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦବେେ। ତେଣୁ ସେ ପାଉଲଙ୍କୁ ଅନକେଥର ଡ଼କାଇ କଥା ହେଉଥିଲେ।
27କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ଯପାଳ ହେଲେ। ଫଲେୀକ୍ସ୍ ଆଉ ରାଜ୍ଯପାଳ ପଦ ରେ ରହିଲେ ନାହିଁ। ତେଣୁ ଫଲେୀକ୍ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥା ରେ କାରାଗାର ରେ ରଖି ଚ଼ାଲିଗଲେ।