Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
28 verses
1ଦାରିଯାବସ ଚିନ୍ତାକଲେ ସମୁଦାଯ ରାଜ୍ଯ ରେ ଶାସନ କରିବକୁ 120କ୍ଷିତିପାଳ ନିୟୁକ୍ତ କଲେ ଭଲ ହବେ।
2ସହେି ରାଜା ତିନିଜଣ ତଦାରଖକାରୀଙ୍କୁ ସୁବଦୋର ଉପ ରେ ନିୟୁକ୍ତ କଲେ, ଯେପରି ସମାନେେ ରାଜାଙ୍କୁ ଠକି ନପାରିବେ ଓ କ୍ଷତି ସହି ପାରିବେ। ଏହି ତିନିଜଣ ନିରୀକ୍ଷକ ମଧିଅରେ ଦାନିୟେଲ ଥିଲେ ଅନ୍ୟତମ।
3ଦାନିୟେଲଙ୍କ ଅନ୍ତର ରେ ଶ୍ ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ଯକ୍ଷଗଣ ଓ କ୍ଷତିପାଳମାନଙ୍କ ମଧିଅରେ ବିଖ୍ଯାତ ହାଇେଥିଲେ। ତେଣୁ ରାଜା ତାଙ୍କୁ ସମୁଦାଯ ରାଜ୍ଯ ଉପ ରେ ଶାସକ ଭାବରେ ନିୟୁକ୍ତ କରିବାକୁ ମନସ୍ଥ କଲେ।
4ଏଥି ରେ ଅନ୍ୟ ଅଧ୍ଯକ୍ଷ ଓ କ୍ଷତିପାଳମାନେ ଦାନିୟେଲଙ୍କ ପ୍ରତି ଇର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷଯ ଦୋଷ ଅନୁସନ୍ଧାନ କଲେ। ମାତ୍ର ସମାନେେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ବସ୍ତ ଥିଲେ ଓ ତାଙ୍କଠା ରେ କୌଣସି ଭାନ୍ତି ବା ଅପରାଧ ନଥିଲା। ସେ ରାଜାଙ୍କୁ ଠକୁ ନଥିଲେ ଓ କଠିନ ପରିଶ୍ରମ କରୁଥିଲେ।
5ଶଷେ ରେ ସହେି ଲୋକମାନେ କହିଲେ, "ଆମ୍ଭମାନେ ଦାନିୟେଲଙ୍କ ବିଷଯ ରେ କୌଣସି ଦୋଷ ପାଇବା ନାହିଁ। ତେଣୁ ତାଙ୍କ ପରମେଶ୍ବର ବ୍ଯବସ୍ଥା ସମ୍ବନ୍ଧ ରେ ଦୋଷ ଦେଖିବା।"
6ତେଣୁ ଏହି ଲୋକମାନେ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ, " ହେ ରାଜ ଦାରିଯାବସ, ଆପଣ ଚିରଜୀବି ହୁଅନ୍ତୁ।
7ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବଦୋରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜା ହେଲେ ଯେ, ଏକ ରାଜକୀଯ ଘୋଷଣା ପତ୍ର ହବୋ ଉଚିତ୍। ଯଦି କହେି ତିରିଶ ଦିନ ପର୍ୟ୍ଯନ୍ତ ମହାରାଜା ବିନା କୌଣସି ଦବେତା ବା ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ତବେେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାୟିବ।
8ଏବେ ହେ ମହାରାଜା, ମାଦୀଯ ଓ ପାରସିକମାନଙ୍କର ଅଟଳ ବ୍ଯବସ୍ଥାନୁସା ରେ ଏହି ନିଷଧେ ବିଧି ଯେପରି ପରିବର୍ତ୍ତିତ ନହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲଖାେ ରେ ସ୍ବାକ୍ଷର କରନ୍ତୁ।"
9ତେଣୁ ରାଜା ଦାରିଯାବସ ସହେି ଲଖାେ ଓ ନିଷଧେ ସ୍ବାକ୍ଷର କଲା।
10ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।
11ତା'ପ ରେ ସହେି ଲୋକମାନେ ଏକତ୍ରୀତ ହାଇେ ଦାନିୟେଲ ନିକଟକୁ ଗଲେ ଓ ତାଙ୍କୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ନିବଦନେ କରୁଥିବାର ଦେଖିଲେ।
12ତେଣୁ ସମାନେେ ରାଜାଙ୍କ ପାଖକୁ ଗଲେ ଓ ରାଜକୀଯ ବିଧି ବିଷଯ ରେ ତାଙ୍କୁ ମନେ ପକାଇ ଦେଲେ। ସମାନେେ କହିଲେ, " ହେ ମହାରାଜା, ଯେ କୌଣସି ଲୋକ ତିରିଶ ଦିନ ମଧିଅରେ ଆପଣଙ୍କ ବିନା କୌଣସି ଦବେତା କି ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତ ରେ ନିକ୍ଷିପ୍ତ ହବେ। ଏପରି ଏକ ନିଷଧେ ପତ୍ର ରେ ଆପଣ ସ୍ବାକ୍ଷର କରିନାହାନ୍ତି କି?"
13ତା'ପ ରେ ସମାନେେ ରାଜାଙ୍କୁ ଉତ୍ତର ଦେଲେ, " ହେ ମହାରାଜ, ନିର୍ବାସିତ ୟିହୁଦି ସନ୍ତାନଗଣ ମଧିଅରେ ଜଣେ ବ୍ଯକ୍ତି ଦାନିୟେଲ, ସେ ଆପଣଙ୍କୁ କି ଆପଣଙ୍କ ସ୍ବାକ୍ଷରିତ ନିଷଧେ ପତ୍ରକୁ ମାନ୍ଯ କରେ ନାହିଁ। ସେ ଏବେ ମଧ୍ଯ ଦିନ ରେ ତିନିଥର ତା'ର ପରମେଶ୍ବରକୁ ପ୍ରାର୍ଥନା କରୁଛି।"
14ତହୁଁ ରାଜା ଦୁଖିତ ଓ ବିବ୍ରତ ହାଇେ ପଡିଲା। ସେ ଦାନିୟେଲକୁ ଉଦ୍ଧାର କରିବା ପାଇଁ ସ୍ଥିର କଲା। ଆଉ ତାହାକୁ ରକ୍ଷା କରିବା ପାଇଁ ସନ୍ଧ୍ଯା ପର୍ୟ୍ଯନ୍ତ ଉପାଯ ଚିନ୍ତା କଲା।
15ତା'ପ ରେ ସହେି ଲୋକମାନେ ଏକତ୍ରୀତ ହାଇେ ରାଜାଙ୍କୁ କହିଲେ, " ହେ ମହାରାଜା, ଆପଣ ଜାଣନ୍ତୁ, ମାଦୀଯ ଓ ପାରସିକମାନଙ୍କର ଏପରି ଏକ ବ୍ଯବସ୍ଥା ଅଛି, ରାଜା କୌଣସି ନିଷଧୋଜ୍ଞା ବା ବିଧି ସ୍ଥାପନ କଲେ ତାହା କବେେ ପରିବର୍ତ୍ତିତ ହୁଏ ନାହିଁ।"
16ତହୁଁ ରାଜାଙ୍କ ଆଦେଶ ରେ ସମାନେେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତ ରେ ନିକ୍ଷପେ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, "ତୁମ୍ଭେ ଯେଉଁ ପରମେଶ୍ବରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।"
17ପୁଣି ଏକ ବଡ ପଥର ଆଣାୟାଇ ଗର୍ତ୍ତ ମୁଖ ରେ ରଖାଗଲା। ପୁଣି ରାଜା ନିଜର ମୁଦ୍ରା ରେ ଓ ନିଜ ଅମାତ୍ଯଗଣଙ୍କ ମୁଦ୍ରା ରେ ତାହା ଅଙ୍କିତ କଲା। ଏହା କରାଗଲା କାରଣ ସହେି ଦାନିୟେଲଙ୍କୁ ଗର୍ତ୍ତରୁ ବାହାର କରିବାକୁ ପଥର ଘୁଞ୍ଚାଇବେ ନାହିଁ।
18ତା'ପ ରେ ରାଜା ଆପଣା ପ୍ରାସାଦକୁ ୟାଇ ଉପବାସ ରେ ରାତ୍ରି ୟାପନ କଲେ। ଆଉ ବାଦ୍ଯ ୟନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।
19ପରଦିନ ପ୍ରଭାତ ରେ ରାଜା ସିଂହମାନଙ୍କ ଗୁମ୍ଫା ନିକଟରେ ତରବର ହାଇେ ପହଚିଲେ।
20ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ବର ରେ ଡାକିଲା, " ହେ ଜୀବିତ ପରମେଶ୍ବରଙ୍କ ସବେକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ବରଙ୍କୁ ସବୋ କରୁଅଛ, ସହେି ପରମେଶ୍ବର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?"
21ଦାନିୟେଲ ଉତ୍ତର କଲେ, " ହେ ରାଜା ଚିରଜୀବୀ ହୁଅନ୍ତୁ।
22ମାରେ ପରମେଶ୍ବର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସମାନେେ ମାରେ କ୍ଷତି କରି ନାହାଁନ୍ତି। କାରଣ ମାରେପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରିନାହିଁ।"
23ରାଜା ଦାରିଯାବସ ଅତ୍ଯନ୍ତ ଆନନ୍ଦିତ ହାଇେ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଦେଶ ଦଲୋ। ଆଉ ଦାନିୟେଲ ସହେି ଗର୍ତ୍ତରୁ ଆସିଲେ, ତାଙ୍କ ଦହେ ରେ କୌଣସି କ୍ଷତ ଚିହ୍ନ ନଥିଲା। କାରଣ ସେ ଆପଣା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଥିଲେ।
24ତା'ପ ରେ ରାଜା ଦାନିୟେଲଙ୍କ ବିରୁଦ୍ଧ ରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସମାନଙ୍କେର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫା ରେ ନିକ୍ଷପେ କଲେ। ତଳେ ନପଡୁଣୁ ସିଂହମାନେ ସମାନଙ୍କେୁ ଭକ୍ଷଣ କରି ସମାନଙ୍କେର ଅସ୍ଥିଗୁଡିକୁ ଚର୍ବଣ କଲେ।
25ସେତବେେଳେ ଦାରିଯାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋ୍ଠି, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା। ତୁମ୍ଭମାନଙ୍କ ପ୍ରତି ବାହୁଲ୍ଯରୂପ ରେ ଶାନ୍ତି ହେଉ।
26"ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।
27ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ବର୍ଗ ରେ ଓ ପୃଥିବୀ ରେ ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରି ଅଛନ୍ତି।"
28ଏହିରୂପେ ଦାନିୟେଲ ଦାରିଯାବସର ରାଜତ୍ବ କାଳ ରେ ଓ ପାରସିକ କୋରସର ରାଜତ୍ବକାଳ ରେ ସଫଳକାମୀ ହେଲେ।