Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
18 verses
1ଏହି ବାକ୍ଯଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ୟିରୁଶାଲମର ରାଜା ଦାଉଦଙ୍କର ପୁତ୍ର,
2ସମସ୍ତ ମୂଲ୍ଯହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ଯହୀନ, ସମସ୍ତ ମୂଲ୍ଯହୀନ ଅଟେ।
3ମନୁଷ୍ଯ ସୂର୍ୟ୍ଯ ତଳେ, ଯାହା କିଛି ପରିଶ୍ରମ କରେ ସେଥିରୁ ସେ କ'ଣ ଲାଭ ପାଏ?
4ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାଯୀ।
5ସୂର୍ୟ୍ଯ ଉଦଯ ହୁଅନ୍ତି, ସୂର୍ୟ୍ଯ ଅସ୍ତ ୟାନ୍ତି। ପୁଣି ଆପଣା ଉଦଯ ସ୍ଥାନକୁ ୟିବା ପାଇଁ ସତ୍ବର ହୁଅନ୍ତି।
6ପବନ ଦକ୍ଷିଣ ଦିଗକୁ ବ ହେ, ପବନ ଉତ୍ତର ଦିଗକୁ ବ ହେ। ପବନ ନିଜ ପଥରେ ଘୁ ରେ ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେ ରେ।
7ନଦୀ ସବୁ ସମୁଦ୍ରକୁ ବହିୟାନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।
8ସମଗ୍ର ବିଷଯ କ୍ଲାନ୍ତିପୂର୍ଣ୍ଣ ମନୁଷ୍ଯ ତାହା ବର୍ଣ୍ଣନା କରିପା ରେ ନାହିଁ। ତେଣୁ ଦର୍ଶନ ରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣ ରେ ତୃପ୍ତି ନୁହେଁ।
9ଯାହା ହାଇେଅଛି, ତାହାହିଁ ହବେ ଓ ଯାହା କରାୟାଇ ଅଛି, ତାହା ହିଁ କରାୟିବ। ସୂର୍ୟ୍ଯ ତଳେ କୌଣସି ବିଷଯ ନୂତନ ନୁହେଁ।
10ଜଣେ ଲୋକ କ ହେ, " ଦେଖ, ଏହା ନୂଆ।" କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା।
11ପୂର୍ବକାଳିନ ଲୋକମାନଙ୍କ ବିଷଯ ରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ଯତକାଳ ରେ ଯେଉଁମାନେ ଉତ୍ପନ୍ନ ହବେେ ସମାନଙ୍କେ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ଯତ ଲୋକମାନଙ୍କ ମଧିଅରେ ନ ଥିବ।
12ମୁଁ ଉପଦେଶକ ୟିରୁଶାଲମ ରେ ଇଶ୍ରାୟେଲର ଉପ ରେ ରାଜା ଥିଲି।
13ମୁଁ ମନ ଯୋଗ କରି ଅଧ୍ଯଯନ ପାଇଁ ଏବଂ ଜ୍ଞାନ ଦ୍ବାରା ସବୁକିଛି ବୁଝିବା ପାଇଁ ଯାହା ସ୍ବର୍ଗତଳେ ହୁଏ। ଏହି କାର୍ୟ୍ଯ, ଯାହା ପରମେଶ୍ବର ମନୁଷ୍ଯମାନଙ୍କୁ ଦଇେଛନ୍ତି ବ୍ଯସ୍ତ ରହିବାକୁ ଅତି ଅପ୍ରିତିକର ଅଟେ।
14ସୂର୍ୟ୍ଯ ତଳେ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ ସବୁ ଅସାର, ପବନକୁ ଧରିବା ପରି।
15ତୁମ୍ଭେ ଏସବୁ ପରିବର୍ତ୍ତନ କରିପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାୟାଇ ନ ପା ରେ। ଯାହା ସଠାେ ରେ ନାହିଁ ତୁମ୍ଭମାନେେ ତାହା ଗଣିପାରିବ ନାହିଁ।
16ମୁଁ ନିଜକୁ ନିଜେ କ ହେ, "ମୁଁ ବଡ଼ ଜ୍ଞାନୀ ୟିରୁଶାଲମ ରେ ମାେ ପୂର୍ବରୁ ଯେଉଁ ରାଜା ଥିଲେ, ମୁଁ ସମାନଙ୍କେଠାରୁ ଜ୍ଞାନବାନ୍। ମୁଁ ବହୁତ ଜ୍ଞାନ ପ୍ରାପ୍ତ ହାଇେଅଛି। ମାରେ ହୃଦଯ ଜ୍ଞାନ ଓ ବିଦ୍ଯା ରେ ମହାନୁଭବୀ ହାଇେଅଛି?"
17ତା'ପ ରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷଯ ରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନଲେି। ଏବଂ ଏହାହିଁ ପବନର ପଶ୍ଚାତ୍ଧାବନ ବୋଲି ମୁଁ ଜାଣିଲି।
18ବହୁତ ଜ୍ଞାନ ରେ ବହୁତ କ୍ଲେଶ ଥାଏ। ଯେ ବିଦ୍ଯା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ।