Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
27 verses
1ମିଦିଯନୀଯମାନଙ୍କର ଯାଜକ ୟିଥ୍ରୋ, ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକା ରେ ମାଶାେ ଏବଂ ତାଙ୍କର ଇଶ୍ରାୟେଲୀୟ ଲୋକମାନଙ୍କୁ ସାହାୟ୍ଯ କରିଛନ୍ତି। ଏବଂ ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇଶ୍ରାୟେଲୀୟମାନଙ୍କୁ ବାହାର କରି ଆଣିଛନ୍ତି।
2ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ ଗଲେ। ଯେତବେେଳେ ମାଶାେ ପରମେଶ୍ବରଙ୍କ ପର୍ବତ ସୀନ ରେ ଥିଲେ। ଯିଥ୍ରୋ ମାଶାଙ୍କେର ସ୍ତ୍ରୀ ସିପୋରାକୁ ସାଙ୍ଗ ରେ ନଇଗେଲେ। ସିପୋରା ମାଶାଙ୍କେ ପଖ ରେ ନଥିଲେ କାରଣ ମାଶାେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦଇେଥିଲେ।
3ଯିଥ୍ରୋମଧ୍ଯ ମାଶାଙ୍କେର ଦୁଇପୁତ୍ରଙ୍କୁ ସାଙ୍ଗ ରେ ନଇେଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାୟାଇଥିଲା କାରଣ ମାଶାେ କହିଲେ, "ମୁଁ ବିଦେଶ ରେ ପ୍ରବାସୀ ହଲିେ।"
4ଅନ୍ୟ ପୁତ୍ରଟିର ନାମ ଦଇେଥିଲେ ଇଲିଯଷେର, କାରଣ ତା'ର ଜନ୍ମ ସମୟରେ ମାଶାେ କହିଲେ, " ମାରେପିତାଙ୍କର ପରମେଶ୍ବର ମାେତେ ସାହାୟ୍ଯ କଲେ ଏବଂ ଫାରୋଙ୍କର ଖଡ୍ଗରୁ ରକ୍ଷା କଲେ।"
5ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ, ମାଶାଙ୍କେର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସହେି ସମୟରେ ମାଶାେ ପରମେଶ୍ବରଙ୍କର ପର୍ବତ ନିକଟରେ ଛାଉଣୀ ପକାଇଥିଲେ।
6ଯିଥ୍ରୋ ମାଶାଙ୍କେ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋକହିଲେ, "ମୁଁ ତୁମ୍ଭର ଶ୍ବଶୁର ଯିଥ୍ରୋଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।"
7ତେଣୁ ମାଶାେ ତାଙ୍କ ଶ୍ବଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମାଶାେ ତାଙ୍କ ଶ୍ବଶୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦଲେ। ଏବଂ ସମାନେେ ପରମେଶ୍ବରଙ୍କର ଉତ୍ତମ ଖବର ବୁଝିଲେ। ଏହାପରେ ସମାନେେ ମାଶାଙ୍କେ ତମ୍ବୁକୁ ଗଲେ ଓ ସଠାେରେ କଥା ହେଲ।
8ସଦାପ୍ରଭୁ ତାଙ୍କର ଇଶ୍ରାୟେଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସହେି ସମସ୍ତ ବିଷଯ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ। ମାଶାେ ମଧ୍ଯ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧ ରେ ଇଶ୍ରାୟେଲ ନିମନ୍ତେ ଯାହା କରିଥିଲେ, ସମାନେେ ରାସ୍ତା ରେ ସମ୍ମୁଖୀନ ହାଇେଥିବା କଠିନତା ବିଷଯ କହିଲେ। ଏବଂ କିପରି ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିଛନ୍ତି ତାହା ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ।
9ଯିଥ୍ରୋବହୁତ ଖୁସି ହେଲେ, ଯେତବେେଳେ ଜାଣିଲେ ସଦାପ୍ରଭୁ ଇଶ୍ରାୟେଲବାସୀମାନଙ୍କ ପାଇଁ ବହୁତ ଭଲ କର୍ମମାନ କରିଛନ୍ତି। ଏବଂ ସେ ବହୁତ ଖୁସି ହେଲେ ଯେ ସଦାପ୍ରଭୁ ମିଶରଠାରୁ ଇଶ୍ରାୟେ��କୁ ମୁକ୍ତ କରିଛନ୍ତି।
10ଯିଥ୍ରୋକହିଲେ, "ସଦାପ୍ରଭୁଙ୍କର ପ୍ରଶଂସା କର! ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି
11ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦବେତାଗଣଙ୍କଠାରୁ ମହାନ୍। ସମାନେେ ଯେଉଁ ବିଷଯ ରେ ସମାନଙ୍କେ ବିରୁଦ୍ଧ ରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ବର କ'ଣ କଲେ!"
12ଯିଥ୍ରୋପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କଲେ। ହାରୋଣ, ମାଶାେ ଓ ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ବରଙ୍କ ସମ୍ମୁଖ ରେ ମାଶାଙ୍କେ ଶ୍ବଶୁର ସଙ୍ଗେ ଭୋଜନ କଲେ।
13ତା'ପରଦିନ ମାଶାେ ଲୋକଙ୍କର ବିଚାର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖ ରେ ସନ୍ଧ୍ଯା ପର୍ୟ୍ଯନ୍ତ ଠିଆ ହାଇେ ରହିଲେ।
14ମାଶାେ ଲୋକମାନଙ୍କର ବିଚାର କରୁଥିବାର ଯିଥ୍ରୋ ଦେଖିଲେ। ସେ ପଚାରିଲେ, "ତୁମ୍ଭେ ଏପରି କାହିଁକି କରୁଛ? ତୁମ୍ଭେ ଏକୁଟିଆ କାହିଁକି ବିଚାର କରୁଛ? ଏବଂ କାହିଁକି ତୁମ୍ଭ ନିକଟରେ ଲୋକମାନେ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ଠିଆ ହବେେ?"
15ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ, " ସମାନେେ ପରମେଶ୍ବରଙ୍କର ବିଚାର ବୁଝିବା ପାଇଁ ମାେ ନିକଟକୁ ଆସନ୍ତି।
16ସମାନଙ୍କେର କୌଣସି ବିବାଦ ହେଲ, ମାେ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧିଅରେ ବିଚାର କରେ। ସମାନଙ୍କେୁ ପରମେଶ୍ବରଙ୍କର ବିଧି ଓ ବ୍ଯବସ୍ଥା ସବୁ ଶିକ୍ଷା ଦିଏ।"
17କିନ୍ତୁ ମାଶାଙ୍କେ ଶ୍ବଶୁର ତାଙ୍କୁ କହିଲେ, "ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ।
18ଏହିସବୁ କାର୍ୟ୍ଯ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ୟ୍ଯ କରିପାରିବା ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦବେ ଏବଂ ଏହା ଲୋକମାନଙ୍କୁ କ୍ଲାନ୍ତ ଆଣିଦବେ।
19ବର୍ତ୍ତମାନ ମାେ କଥା ଶୁଣ। ମାରେ କେତକେ ଉପଦେଶ ଗ୍ରହଣ କର। ପରମେଶ୍ବର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ବରଙ୍କ ଛାମୁ ରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହାଇେ ସମାନଙ୍କେ କଥା ପରମେଶ୍ବରଙ୍କ ନିକଟରେ ଜଣାଅ।
20ତୁମ୍ଭେ ସମାନଙ୍କେୁ ବିଧି ଓ ବ୍ଯବସ୍ଥାର ଉପଦେଶ ଦିଅ ଓ ସମାନଙ୍କେ ଗନ୍ତବ୍ଯ ପଥ ଓ କର୍ତ୍ତବ୍ଯ କର୍ମ ଦଖାେଅ।
21ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍
22ସମାନେେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ। ପୁଣି ଜଟିଳ ବିଷଯ ରେ ତୁମ୍ଭ ନିକଟକୁ ଆସିବେ। ମାତ୍ର କ୍ଷୁଦ୍ର କଥାସବୁ ସମାନେେ ଆପେ ବିଚାର କରିବେ। ତାହା ହେଲ, ତୁମ୍ଭ ନିଜ କର୍ମରୁ ଉଶ୍ବାସ ହବେ। ପୁଣି ସମାନେେ ତୁମ୍ଭ ସହିତ ଭାର ବହିବେ।
23ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦବେେ, ତବେେ ତୁମ୍ଭେ ସହି ପାରିବ। ଆଉ ଏହି ସବୁ ଲୋକମାନେ କୁଶଳ ରେ ସ୍ବସ୍ଥାନକୁ ଯିବେ।"
24ଏହାପରେ ମାଶାେ ଆପଣା ଶ୍ବଶୁରଙ୍କ କଥା ରେ ମନୋୟୋଗ କରି ତାଙ୍କର ବାକ୍ଯାନୁସା ରେ ସବୁ କର୍ମ କଲେ।
25ପୁଣି ମାଶାେ ସମଗ୍ର ଇଶ୍ରାୟେଲ ମଧ୍ଯରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିୟୁକ୍ତ କଲେ।
26ତହୁଁ ସମାନେେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ ଓ କଠିନ ବିଚାରସବୁ ମାଶାଙ୍କେ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର କଥାସବୁ ନିଜେ ନିଜେ ବିଚାର କଲେ।
27ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ ବିଦାଯ ଦେଲେ ଏବଂ ଯିଥ୍ରୋସ୍ବଦେଶକୁ ଗଲେ।