Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
37 verses
1ସଦାପ୍ରଭୁ ମାଶାଙ୍କେୁ କହିଲେ, "ପବିତ୍ର ତମ୍ବୁଟି ମାଟେ ନାଇଲନ ସୂତାର ଦଶଟି କପଡା ରେ ନିର୍ମିତ ହବେ। ସହେି କପଡା ସବୁ ନୀଳ, ବାଇଗଣୀ ଓ ଲାଲ ସୂତା ରେ ନିର୍ମିତ ହବେ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲଇେ କରାୟିବ।
2ପ୍ରେତ୍ୟକକ କପଡା ଖଣ୍ଡମାନ ସମାନ ଆକୃତି ବିଶିଷ୍ଟ ହବେ। ପ୍ରେତ୍ୟକକ କପଡା ଅଠଇେଶ ହାତ ଲମ୍ବ ଚାରିହାତ ପ୍ରସ୍ଥ ହବେ।
3ଦୁଇଭାଗ କରି କପଡାଗୁଡିକ ଗଣ୍ଠିଲି ରେ ଏକତ୍ରୀତ କର। ପ୍ରେତ୍ୟକକ ଗଣ୍ଠିଲି ରେ ପାଞ୍ଚଖଣ୍ଡ କପଡା ରଖି ଗୋଟିଏକୁ ଅନ୍ୟ ଗୋଟିଏ ସହିତ ୟୋଡିଦିଅ।
4ଉଭୟ ପ୍ରକାର ପରଦାଗୁଡିକର ଧଡି ଝାଲରେି କାର୍ୟ୍ଯ ପାଇଁ ନୀଳ ବସ୍ତ୍ର ବ୍ଯବହାର କର।
5ପ୍ରଥମ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ୟୋଡ ସ୍ଥାନର ଦ୍ବିତୀୟ କପଡା ଧଡ଼ି ରେ ପଚାଶ ଘୁଣ୍ଡିଘରା କରିବ। ସହେି ଦୁଇ ଘୁଣ୍ଡିଘରା ଶ୍ ରଣେୀ ପରସ୍ପର ସମ୍ମୁଖୀନ ରହିବ।
6ଏକ ବଡ ତମ୍ବୁ କରିବା ପାଇଁ ଏହାପରେ ପଚାଶଟି ସ୍ବର୍ଣ୍ଣକପଡା ରେ ପରଦାଗୁଡିକ ୟୋଡିବ।
7"ଆଉ ଏକ ତମ୍ବୁ ତିଆରି କର ଯାହାକି ଏହି ପବିତ୍ର ଆବାସକୁ ଘୋଡାଇ ରହିବ। ତମ୍ବୁଟି କରିବା ପାଇଁ ଛଳେିର ଚମଡା ରେ ନିର୍ମିତ ହାଇେଥିବା ଏଗାରଟି ପରଦା ବ୍ଯବହାର କର।
8ଏହି ଏଗାର ଖଣ୍ଡ କପଡା ଏକ ପ୍ରକାର ଆକାର ବିଶିଷ୍ଟ ହବୋ ଉଚିତ୍। ଏହାର ଲମ୍ବ ତିରିଶ ହାତ ଓ ପ୍ରସ୍ଥ ଚାରିହାତ ହବୋ ଉଚିତ୍।
9ପାଞ୍ଚଖଣ୍ଡ କପଡା ଏକତ୍ର କରି ଗୋଟିଏ ବିଭାଗ କର। ଏହାପରେ ଅନ୍ୟ ଛଅଖଣ୍ଡ କପଡା ୟୋଡି ଆଉ ଏକ ବିଭାଗ କର। ତମ୍ବୁ ସାମନା ରେ ଟାଙ୍ଗିବା ପାଇଁ ଷଷ୍ଠ ଖଣ୍ଡ କପଡାଟିକୁ ଭାଙ୍ଗ କର।
10ୟୋଡ ସ୍ଥାନ ରେ ପ୍ରଥମ ଅନ୍ୟ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ଦ୍ବିତୀୟ କପଡା ବିଭାଗର ୟୋଡ ସ୍ଥାନ ରେ ଧଡି ରେ ପଚାଶ ଘୁଣ୍ଡିଘରା କରିବ।
11ଏହାପରେ ପିତ୍ତଳର ପାଚାଶଟି କଡା ତିଆରି କର ଏବଂ ସହେି ତମ୍ବୁର ବସ୍ତ୍ର ସହିତ ଏହି କଡାଗୁଡିକୁ ୟୋଡି ଦିଅ, ଏହା ଗୋଟିଏ ତମ୍ବୁ ହବେ।
12ସହେି ତମ୍ବୁ କପଡା ରେ ଅତିରିକ୍ତ ଅଂଶ ଅର୍ଥାତ୍ ଯେଉଁ ଅର୍ଦ୍ଧକେ କପଡା ଅତିରିକ୍ତ ଥିବ, ତାହା ପବିତ୍ର ତମୁ୍ବର ପଛ ପାଖ ରେ ଏହଳି ରହିବ।
13ଆଉ ତମ୍ବୁ କପଡାର ଦୀର୍ଘତାର ଯେଉଁ ଅଂଶ ଏପାଖ ରେ ଏକ ହସ୍ତ ଓ ସପୋଖ ରେ ଏକ ହସ୍ତ ଅତିରିକ୍ତ ରହିବ। ତାହା ପବିତ୍ର ତମ୍ବୁର ଏପାଶର୍ବ- ସପୋଶର୍ବ ରେ ଆଚ୍ଛାଦାନାର୍ଥେ ଝୁଲିବ।
14ଏହାପରେ ତୁମ୍ଭେ ରକ୍ତୀକୃତ ମଷେ ଚର୍ମ ରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଏକ ଶିଶୁକ ଚର୍ମ ରେ ଏକ ଛାତ କରିବ।
15"ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠ ରେ ତିଆରି ହବୋ ଉଚିତ୍।
16ସହେି ପଟାଗୁଡିକ ଦଶହାତ ଲମ୍ବ ଦେଢହାତ ଚଉଡା ହବେ।
17ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ବାରା ୟୋଡି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡିକ ସମାନ ଆକାରର ହବୋ ଉଚିତ୍।
18ପବିତ୍ର ତମ୍ବୁ ତିଆରି କରିବାପାଇଁ ଦକ୍ଷିଣ ଦିଗ ରେ କୋଡିଏଟି କାଠର ତକ୍ତା ବ୍ଯବହାର କର।
19ସହେି କୋଡିଏ ତକ୍ତା ତଳେ ରଖିବା ପାଇଁ ଚାଳିଶ ରୂପାର ଆଧାର କର। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ।
20ପୁଣି ପବିତ୍ର ତମ୍ବୁର ଅନ୍ୟ ପାଶର୍ବ ରେ ଉତ୍ତର ଦିଗ ରେ କୋଡିଏ ପଟା ହବେ।
21ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରହିବ। ଏହିପରି ରୂପାର ଚାଳିଶଟି ଆଧାର ହବେ।
22ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାଶର୍ବ ନିମନ୍ତେ ଛଅ ଖଣ୍ଡ ପଟା ହବେ।
23ପବିତ୍ର ତମ୍ବୁର ସହେି ପଛପଟେ ପ୍ରେତ୍ୟକକ ପାଖ କୋଣ ରେ ଦୁଇଖଣ୍ଡ ତକ୍ତା ରହିବ।
24ତହିଁ ତଳେ ୟୋଡ ହବେ ଓ ସହେିପରି ତହିଁ ମୁଣ୍ଡ ରେ ପ୍ରଥମ କଡା ନିକଟରେ ୟୋଡ ହବେ, ଏହିପରି ଦୁଇଥର ହବେ। ତାହା ସବୁ ଦୁଇ କଣ ନିମନ୍ତେ ହବେ।
25ତମ୍ବୁର ପଶ୍ଚିମ ମୁଣ୍ଡ ପାଇଁ, ମାଟେ ଆଠ ଖଣ୍ଡ ତକ୍ତା କରିବ। ଷୋହଳଟି ରେ ୗପ୍ୟ ଆଧାର ହବେ, ଦୁଇଟି ଆଧାର ପ୍ରେତ୍ୟକକ ତକ୍ତା ତଳେ।
26"ଅର୍ଗଳ ତିଆରି କରିବାପାଇଁ ତୁମ୍ଭମାନେେ ଶିଟୀମ୍ କାଠ ବ୍ଯବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚଟି ଅର୍ଗଳ ତିଆରି କରିବ ଏକ ପାଶର୍ବ ରେ।
27ଅନ୍ୟ ଏକ ପାଶର୍ବ ରେ ପାଞ୍ଚଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାଶର୍ବ ପଶ୍ଚିମ ଦିଗ ରେ ନିର୍ମାଣ କର।
28ପୁଣି ମଧ୍ଯସ୍ଥିତ ଅର୍ଗଳ ପଟାର ମଧ୍ଯ ଦେଶ ରେ ଏ ମୁଣ୍ଡରୁ ସେ ମୁଣ୍ଡ ୟାଏଁ ପାଇବ।
29"ସବୁ ଢାଞ୍ଚାଗୁଡିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣ ରେ କଡା ତିଆରି କର।
30ମୁଁ ପର୍ବତ ଉପରେ ଦଖାଇେଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର।
31"ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ରେ ଏକ ପରଦା ପ୍ରସ୍ତୁତ କରିବ। ସେଥି ରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର।
32ତୁମ୍ଭେ ସହେି ପରଦାକୁ ଶିଟୀମ୍ କାଠର ଚାରି ସ୍ତମ୍ଭ ଉପରେ ଟାଙ୍ଗିବ ଏବଂ ସଗେୁଡିକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣର ଆଙ୍କୁଡା ସହିତ ସ୍ତମ୍ଭ ଉପରେ ରୂପାର ଆଧାର ବ୍ଯବହାର କର।
33ସୁବର୍ଣ୍ଣ କଡା ରେ ସହେି ପରଦା ଟାଙ୍ଗି ଦିଅ। ତା'ପରେ ପରଦାର ପଛପଟ ନିଯମ-ସିନ୍ଦୁକ ରଖ। ସହେି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍।
34ତୁମ୍ଭେ ନିଯମ-ସିନ୍ଦୁକର ଆଚ୍ଛାଦନ ମହାପବିତ୍ର ସ୍ଥାନ ଭିତ ରେ ରଖିବ।
35"ପରଦାର ବାହାର ପାଶର୍ବ ରେ ମଜେ ରଖିବା ଉଚିତ୍ ଏବଂ ମଜେର ବିପରୀତ ପାଶର୍ବ ରେ ପବିତ୍ର ତମ୍ବୁର ଦକ୍ଷିଣକୁ ଦୀପ ରଖିବା ଉଚିତ୍। ପବିତ୍ର ତମ୍ବୁର ଉତ୍ତର ପାଶର୍ବକୁ ମଜେ ରଖ।
36"ପବିତ୍ର ତମ୍ବୁର ଦ୍ବାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୁମ୍ର ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତା ରେ ବୁଣାୟିବା ଉଚିତ୍।
37ସହେି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡାଇବ। ପୁଣି ସୁବର୍ଣ୍ଣ ରେ ତହିଁର ଆଙ୍କୁଡା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।"