Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
18 verses
1ଅନନ୍ତର ଏକାଦଶ ବର୍ଷର ତୃତୀୟ ମାସ ଜୁନର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2" ହେ ମନୁଷ୍ଯ ପୁତ୍ର, ମିଶରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ ଏହି କଥା କୁହ,
3ଅଶୂରକୁ ଦେଖ ! ସେ ଲିବାନୋନର ଏରସ ବୃକ୍ଷସ୍ବରୂପ ଅଟେ। ତାହାର ସୁନ୍ଦର ଘନଛାଯାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା। ଆଉ ତାହାର ଶିଖର ମେଘ ମଧିଅରେ ଥିଲା।
4ଅମାପ ଜଳ ତାହାକୁ ପୁଷ୍ଟ କଲା। ଗଭୀର ତରଙ୍ଗିଣୀ ତାହାକୁ ବର୍ଦ୍ଧିତ ହେଲା ଓ ତାହାର ସୋର୍ତ ସମୂହ ବୃକ୍ଷରୋପଣ ସ୍ଥାନର ଚତୁର୍ଦ୍ଦିଗ ରେ ପ୍ରବାହିତ ହେଲା।
5ଏଣୁ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଅପେକ୍ଷା ସେ ଅତି ଉଚ୍ଚ ହେଲା। ତାହାର ଡାଳଗୁଡ଼ିକ ବହୁସଂଖ୍ଯା ରେ ବଢ଼ିବାକୁ ଲାଗିଲା। ଆଉ ଅମାପ ଜଳ ହତେୁ ତାହାର ଶାଖାସବୁ ପ୍ରସାରିତ ହାଇେ ବଢ଼ିଗଲା।
6ଆକାଶର ପକ୍ଷୀସକଳ ତାହାର ଡାଳ ରେ ବସା ବାନ୍ଧିଲେ। କ୍ଷେତ୍ରସ୍ଥ ପଶୁମାନେ ତାହାର ଶାଖାତଳେ ପ୍ରସବ କଲେ। ଏବଂ ତାହାର ଛାଯା ତଳେ ବହୁତ ଜାତିଗଣ ବାସ କଲେ।
7ଏହିରୂପେ ସେ ନିଜର ମହତ୍ତ୍ବ ରେ ତାହାର ଶାଖାଗୁଡ଼ିକର ଦୀର୍ଘତା ୟୋଗୁଁ ମନୋହର ହେଲା, କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।
8ଏପରିକି ପରମେଶ୍ବରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ଏହି ବୃକ୍ଷ ପରି ବଡ଼ ନ ଥିଲେ। ଆଉ ଦବଦୋରୁ ବୃକ୍ଷଗୁଡ଼ିକର କୌଣସି ଶାଖା ନ ଥିଲା। ଏବଂ ସାଧାରଣ ବୃକ୍ଷଗୁଡ଼ିକ ସହେିଭଳି ଶାଖା ୟୁକ୍ତ ନ ଥିଲା। ଆଉ ପରମେଶ୍ବରଙ୍କ ଉଦ୍ୟାନ ରେ କୌଣସି ବୃକ୍ଷ ସୌନ୍ଦର୍ୟ୍ଯ ରେ ତାହାପରି ନ ଥିଲେ।
9ମୁଁ ତାହାକୁ ବହୁ ଶାଖାବିଶିଷ୍ଟ କରି ତାକୁ ରମଣୀଯ କଲି। ଏଣୁ ପରମେଶ୍ବରଙ୍କ ଉଦ୍ୟାନ ଏଦୋନ ରେ ସକଳବୃକ୍ଷ ତାହାକୁ ଇର୍ଷା କଲେ।"'
10ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ' ସହେି ବୃକ୍ଷ ଅତି ଉଚ୍ଚ ହେଲା। ଗହଳିଆ ଡ଼ାଳସବୁର ଶିଖର ଦେଶ ଉଚ୍ଚତା ରେ ମେଘକୁ ସ୍ପର୍ଶ କଲା। ଆଉ ତାହା ଏତେ ଅଧିକ ଉଚ୍ଚ ହେଲା ଯେ ଏହା ଅହଂକାରୀ ହେଲା।
11ଏଥିପାଇଁ ମୁଁ ତାହାକୁ ବଳବାନ୍ ଶାସକର ହସ୍ତ ରେ ଦଇେଅଛି। ଯାହା ଫଳ ରେ ସେ ଏହାକୁ ତା'ର ଦୁଷ୍ଟାମି ଅନୁୟାଯୀ ବ୍ଯବହାର କରିବ। ମୁଁ ଏହାକୁ ଖାରଜ କରିଛି।
12ପୁଣି ଜାତିମାନଙ୍କ ମଧିଅରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ୟାଇଛନ୍ତି। ପର୍ବତମାନଙ୍କ ଉପ ରେ ଓ ସମସ୍ତ ଉପତ୍ୟକା ରେ ତାହାର ଶାଖାସବୁ ପଡ଼ିଅଛି। ଆଉ ଦେଶର ସବୁ ଜଳ ପ୍ରବାହ ନିକଟରେ ତାହାର ଡ଼ାଳସବୁ ଭଙ୍ଗା ୟାଇଛି। ତେଣୁ ପୃଥିବୀସ୍ଥ ୟାବତୀଯ ଜାତି ତାହାର ଛାଯା ତଳୁ ଚାଲିୟାଇଛନ୍ତି ଓ ତାକୁ ପରିତ୍ଯାଗ କରିଛନ୍ତି।
13ଏଣିକି ଆକାଶର ପକ୍ଷୀମାନେ ତାହାର ଭାଙ୍ଗି ୟାଇଥିବା ଶାଖା ଉପ ରେ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁମାନେ ତାହାର ଭଗ୍ନ ଶାଖାମାନଙ୍କ ମଧିଅରେ ରହିବେ।
14"ଆଉ ଜଳରାଶିର ନିକଟବର୍ତ୍ତୀ କୌଣସି ବୃକ୍ଷ ଆପଣା ଦୀର୍ଘତା ଯୋଗୁଁ ଗର୍ବିତ ହବେ ନାହିଁ ଓ ସମାନେେ ମେଘଗୁଡ଼ିକୁ ଛୁଇଁବା ପାଇଁ ଚେଷ୍ଟା କରିବେ ନାହିଁ। ଆଉ ଜଳ ସଚେିତ ବୃକ୍ଷସବୁ କିପରି ସମାନେେ ଡେଙ୍ଗା ହବେେ, ଏ ବିଷଯ ରେ ଅହଂକାର କରିବେ ନାହିଁ। କାରଣ ସମାନଙ୍କେ ମଧ୍ଯରୁ ସମସ୍ତେ ମୃତ୍ଯୁ ଅବଶ୍ଯାମ୍ଭାବିତ ଅଟେ, ପୃଥିବୀ ତଳକୁ ୟିବାକୁ ଠିକ୍ ଲୋକମାନେ କବରକୁ ଗଲାପରି। ସମାନେେ ଅନ୍ୟମାନଙ୍କୁ ଯୋଗ ଦବେେ, ୟିଏ ପୂର୍ବରୁ ଗର୍ତ୍ତ ଭିତରକୁ ୟାଇଥିଲେ।"
15ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, " ସେ ମୃତ୍ଯୁସ୍ଥାନକୁ ଗଲେ, ମୁଁ ସହେିଦିନ ଶାେକ କଲି। ମୁଁ ତାହାକୁ ଅଗାଧ ଜଳଧି ରେ ଆଚ୍ଛାଦନ କଲି ଓ ତହିଁର ସୋର୍ତସମୂହକୁ ନିବୃତ୍ତ କଲି। ତହିଁରେ ମହାଜଳରାଶି ରୁଦ୍ଧ ହେଲା। ପୁଣି ମୁଁ ତାହା ପାଇଁ ଲିବା ନୋନକୁ ଶାେକାକୁଳ କଲି। ଆଉ କ୍ଷେତ୍ରସ୍ଥ ବୃକ୍ଷମାନେ ଦୁଃଖ ରେ ମ୍ଲାନ ହେଲେ।
16ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦଲୋ ବେଳେ, ତାହାର ପତନ ଶବ ରେ ଗୋଷ୍ଠୀଯମାନେ କମ୍ପିତ ହେଲେ। ପୁଣି ପୃଥିବୀ ରେ ଥିବା ଏଦନର ସମସ୍ତ ଜଳ ସଚେିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀ ରେ ସାନ୍ତ୍ବନା ଦିଆଗଲା।
17ଅନ୍ୟ ଦେଶମାନଙ୍କରୁ ଏହାର ମିତ୍ରଗଣ ଯେଉଁମାନେ ଏହାର ଛାଇ ରେ ବାସ କରୁଥିଲେ, ସମାନେେ ଏହା ସହିତ ସିୟୋନ ତଳକୁ ଗଲେ। ଯେଉଁମାନେ ଖଡ୍ଗ ରେ ହତ ହାଇେଥିଲେ ତାଙ୍କ ସହିତ ମିଳିତ ହେଲେ।
18"ମିଶର, ୟିଏକି ମହାନତା ରେ ଗୌରବ ରେ ଏଦନର ବୃକ୍ଷଗୁଡ଼ିକ ତୁମ୍ଭପରି ? ଏହା ବ୍ଯତୀତ ତୁମ୍ଭେ ଏଦନର ବୃକ୍ଷଗୁଡ଼ିକ ସହିତ ପୃଥିବୀ ଭୂତଳକୁ ଅଣାୟିବ। ଆଉ ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧିଅରେ ଖଡ୍ଗହତ ଲୋକମାନଙ୍କ ସହିତ ଶଯନ କରିବ। "ହଁ, ଫାରୋ ଓ ତାହାର ଲୋକମାନଙ୍କ ପ୍ରତି ଏହା ହିଁ ଘଟିବ।" ସଦାପ୍ରଭୁ, ମାରେ ପ୍ରଭୁ ତାହା କରିଛନ୍ତି।