Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
24 verses
1"ଉତ୍ତର ସୀମା ଭୂମଧ୍ଯ ସାଗରଠାରୁ ପୂର୍ବକୁ ହତ୍ଲୋନ, ହମାତ୍ ମଧିଅରେ ଏବଂ ହତ୍ସ ରେ-ଐନନ୍ ପର୍ୟ୍ଯନ୍ତ ବିସ୍ତାର କରିଥିଲା। ଏହା ଦମ୍ମେଶକ ଓ ହମାତର ସୀମା ଉପ ରେ ଥିଲା। ପରିବାରବର୍ଗଙ୍କ ନିମନ୍ତେ ପୂର୍ବରୁ ପଶ୍ଚିମ ସୀମା ମଧିଅରେ ଦେଶ ବିଭାଗ ହବେ ଓ ଉତ୍ତରରୁ ଦକ୍ଷିଣ ସୀମା ମଧିଅରେ ପରିବାରବର୍ଗଙ୍କ ପାଇଁ ଦେଶ ବିଭାଗ ହବେ। ଆଉ ପରିବାରବର୍ଗଙ୍କ ନାମ ଏହିପରି : ଯଥା : ଦାନ, ଆଶରେ, ନପ୍ତାଲି, ମନଃଶି, ଇଫ୍ରଯିମ, ରୁବନ୍େ ଓ ଯିହୁଦା।
8"ପୁଣି ଦେଶ ତୁମ୍ଭେ ଉପହାର ରୂପେ ଦଇେଛ ତାହା ଯିହୁଦାର ଉତ୍ତର ସୀମା ରେ ରହିବ। ପୁଣି ଯିହୁଦାର ସୀମା ନିକଟରେ ପୂର୍ବରୁ ପଶ୍ଚିମ ସୀମା ପର୍ୟ୍ଯନ୍ତ ତୁମ୍ଭମାନଙ୍କ ଦତ୍ତ ଉପହାର ଭୂମି ରହିବ। ତାହାର ଲମ୍ବ 25,000 ହାତ ଓ ପୂର୍ବରୁ ପଶ୍ଚିମ ସୀମା ପର୍ୟ୍ଯନ୍ତ ଅନ୍ଯାନ୍ଯ ଅଂଶର ସମାନ ହବେ। ଆଉ ଏହାର ମଧ୍ଯବର୍ତ୍ତୀ ସ୍ଥାନ ରେ ମନ୍ଦିର ହବେ।
9ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ଉପହାର ଭୂମି ନିବଦନେ କରିବ, ତାହାର ର୍ଦୈଘ୍ଯ 25,000 ଓ ପ୍ରସ୍ଥ 10,000 ହାତ ହବେ।
10ସହେି ବିଶଷେ ଭୂମି
11ତାହା ସାଦୋକର ସନ୍ତାନଗଣ ମଧ୍ଯରୁ ପବିତ୍ରୀକୃତ ଯାଜକମାନଙ୍କ ବଂଶଧର ନିମନ୍ତେ ହବେ। ଯେଉଁମାନେ ମାେତେ ବିଶ୍ବସ୍ତ ଭାବରେ ସବୋ କରିଛନ୍ତି, କାରଣ ସମାନେେ ଆମର ରକ୍ଷଣୀଯ। ଇଶ୍ରାୟେଲର ପରିବାରବର୍ଗ ବିପଥଗାମୀ ହବୋ ସମୟର ଲବେୀୟମାନେ ଯେପରି ବିପଥଗାମୀ ହେଲେ, ସମାନେେ ସପରେି ବିପଥଗାମୀ ହେଲେ ନାହିଁ।
12ସମାନେେ ମହାପବିତ୍ର ଭୂମିରୁ ଲବେୀୟମାନଙ୍କ ସୀମା ପାଖ ରେ ଏକ ବିଶଷେ ଭାଗ ପାଇବେ।
13"ସୀମା ସହିତ ଯାଜକମାନେ, ଲବେୀୟମାନେ 25,000 ହାତ ର୍ଦୈଘ୍ଯ, 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ପାଇବେ। ସମୁଦାଯ ଭୂମିର ର୍ଦୈଘ୍ଯ 25,000 ଓ ପ୍ରସ୍ଥ 10,000 ହାତ ହବେ।
14ସମାନେେ ସହେି ଭୂମିରୁ କିଛି ବିକ୍ରଯ କରିବେ ନାହିଁ କି ତାହା ପରିବର୍ତ୍ତନ କରିବେ ନାହିଁ। ଏହା ଭୂମିର ସବୁଠୁ ଉତ୍ତମ ଅଂଶ, ଆଉ ତାହା ହାତେ ମଧ୍ଯ ପରିବର୍ତ୍ତିତ ହବେ ନାହିଁ। କାରଣ ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗିକୃତ ହାଇେଅଛି।
15"ଆଉ 25,000 ହାତ ର୍ଦୈଘ୍ଯ ଓ 5,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଅବଶିଷ୍ଟ ରହିବ ତାହା ସର୍ବସାଧାରଣ ବ୍ଯବହାର, ନଗର, ବସତିସ୍ଥାନ ଓ ଚାରଣ ଭୂମି ନିମନ୍ତେ ରହିବ ଓ ତାହାର ମଧ୍ଯସ୍ଥାନ ରେ ନଗର ରହିବ।
16ନଗରର ପରିମାପ ଏହିପରି ହବେ। ଏହାର ଉତ୍ତର ସୀମା, ଦକ୍ଷିଣ ସୀମା, ପୂର୍ବ ସୀମା ଓ ପଶ୍ଚିମ ସୀମା ପ୍ରେତ୍ୟକକ 4,500 ହାତ ବିଶିଷ୍ଟ ହବେ।
17ଆଉ ନଗରର ଚାରଣ ଭୂମି ହବେ। ତାହାର ଉତ୍ତର ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସୀମା ପ୍ରେତ୍ୟକକ 250 ହାତ ବିଶିଷ୍ଟ ଭୂମି ହବେ।
18ପୁଣି ପବିତ୍ର ଉପହାର ଭୂମି ର୍ଦୈଘ୍ଯାନୁସା ରେ ଯେଉଁ ଅବଶିଷ୍ଟ ଭୂମି ପୂର୍ବ ଆଡ଼େ 10,000 ହାତ ଓ ପଶ୍ଚିମ ଆଡ଼େ 10,000 ହାତ ହବେ। ଆଉ ତାହା ନଗରର କାର୍ୟ୍ଯ କର୍ତ୍ତାମାନଙ୍କ ପାଇଁ ଖାଦ୍ୟ ଉତ୍ପନ୍ନ କରିବ।
19ଆଉ ଇଶ୍ରାୟେଲର ୟାବତୀଯ ପରିବାରବର୍ଗ ସହେି ଭୂମିରେ କୃଷି କରିବେ।
20"ସମୁଦାଯ ଉପହାର ଭୂମିର ର୍ଦୈଘ୍ଯ 25,000 ହାତ ଓ ପ୍ରସ୍ଥ 25,000 ହାତ ହବେ। ସ୍ବତନ୍ତ୍ର ବ୍ଯବହାର ନିମନ୍ତେ ଏହି ଭୂମିକୁ ବ୍ଯବହାର କରାୟିବ। ସେଥିରୁ ଏକ ଭାଗ ଯାଜକମାନଙ୍କ ନିମନ୍ତେ, ଏକ ଭାଗ ଲବେୀୟମାନଙ୍କ ନିମନ୍ତେ ଓ ଏକ ଭାଗ ନଗର ନିମନ୍ତେ ରହିବ।
21"ଭୂମିର ଅଂଶ ପବିତ୍ର ମନ୍ଦିର ପାଇଁ ଅଲଗା ରଖାଗଲା ଏବଂ ସହର ମୁଖ୍ଯଙ୍କ ପାଖକୁ ୟିବା ଉଚିତ୍। ଅର୍ଥାତ୍ ଅନ୍ଯାନ୍ଯ ଅଂଶ ଅନୁସାରେ ପୂର୍ବସୀମା ଆଡ଼େ 25,000 ହାତ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗ ରେ ପଶ୍ଚିମ ଆଡ଼େ 25,000 ହାତ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହବେ। ଆଉ ପବିତ୍ର ଉପହାର ଭୂମି ଓ ମନ୍ଦିରର ପବିତ୍ର ସ୍ଥାନ ତହିଁର ମଧ୍ଯବର୍ତ୍ତୀ ହବେ। ଆହୁରି ଅଧିପତିଙ୍କ ଅଂଶର ମଧ୍ଯସ୍ଥିତ ଲବେୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ ଯେଉଁ ଭୂମି ଯିହୁଦା ଓ ବିନ୍ଯାମୀନର ସୀମାର ମଧ୍ଯବର୍ତ୍ତୀ ଅଛି ତାହା ଅଧିପତିଙ୍କ ପାଇଁ ହବେ।
23"ୟର୍ଦ୍ଦନ ନଦୀର ପୂର୍ବ ରେ ବାସ କରୁଥିବା ପରିବାରବର୍ଗଙ୍କ ପାଇଁ ଏହି ସ୍ବତନ୍ତ୍ର ଭୂମିର ଦକ୍ଷିଣ ରେ ରହିବ। ଏହିସବୁ ପରିବାରବର୍ଗମାନେ ୟର୍ଦ୍ଦନ ନଦୀର ପୂର୍ବଦିଗ ରେ ବାସ କରନ୍ତି। ପୂର୍ବ ସୀମାରୁ ମହହା ସମୁଦ୍ର ପର୍ୟ୍ଯନ୍ତ ପ୍ରେତ୍ୟକକ ପରିବାରବର୍ଗଙ୍କର ଗୋଟିଏ ଗୋଟିଏ ବିଭାଗ ଭୂମି ରହିବ। ଉତ୍ତରରୁ ଦକ୍ଷିଣ ପର୍ୟ୍ଯନ୍ତ ଯେଉଁ ପରିବାରଗୁଡ଼ିକ ରହିବେ ସହେି ପରିବାରବର୍ଗଗୁଡ଼ିକ ହେଲେ : ବିନ୍ଯାମୀନ,ଶିମିଯୋନ, ଈଷାଖର, ସବଲୁନ ଓ ଗାଦ।
28"ପୁଣି ଗାଦର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମୀରାବତ୍-କାଦେଶସ୍ଥ ଜଳ ପର୍ୟ୍ଯନ୍ତ ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ୟ୍ଯନ୍ତ ଦେଶର ସୀମା ହବେ।
29ସହେି ହେଉଛି ଦେଶ ଯାହାକୁ ତୁମ୍ଭମାନେେ ଇଶ୍ରାୟେଲ ପରିବାରବର୍ଗର ଉତ୍ତରାଧିକାରୀମାନଙ୍କ ମଧିଅରେ ଭାଗ କରିବ ଓ ଏଗୁଡ଼ିକ ସମାନଙ୍କେର ଭିନ୍ନ ଭିନ୍ନ ଅଂଶ ଅଟେ।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
30"ଆଉ ଏହିସବୁ ନଗରର ନିର୍ଗମନ ସ୍ଥାନ ହବେ। ଇଶ୍ରାୟେଲଙ୍କ ପରିବାରବର୍ଗ ପ ରେ ସମାନେେ ନାମିତ ହବେେ।
31ଇଶ୍ରାୟେଲର ପରିବାରବର୍ଗର ନାମାନୁସା ରେ ଉତ୍ତର ରେ ତିନି ଦ୍ବାର ହବେ। ସଗେୁଡ଼ିକ ହେଲେ ରୁବନରେ ଦ୍ବାର, ଯିହୁଦାର ଦ୍ବାର ଓ ଲବେୀର ଦ୍ବାର।
32"ନଗରର ପୂର୍ବଦିଗ ରେ 4,500 ହାତ ପରିମିତ ଭୂମି ହବେ ଓ ସଠାେ ରେ ତିନି ଦ୍ବାର ହବେ। ଯଥା : ଯୋଷଫେର ଦ୍ବାର, ବିନ୍ଯାମୀନର ଦ୍ବାର ଓ ଦାନର ଦ୍ବାର।
33"ନଗରର ଦକ୍ଷିଣ ପାଶର୍ବ 4,500 ହାତ ହବେ ଓ ସଠାେ ରେ ମଧ୍ଯ ତିନି ଦ୍ବାର ରହିବ। ଯଥା : ଶିମଯେୋନର ଦ୍ବାର, ଉଷାଖର ଦ୍ବାର ଓ ସବୂଲୂନର ଦ୍ବାର।
34"ପୁଣି ପଶ୍ଚିମ ପାଶର୍ବର ଭୂମି 4,500 ହାତ ପରିମିତ ହବେ ଓ ସଠାେ ରେ ମଧ୍ଯ ତିନିଦ୍ବାର ହବେ। ଯଥା : ଗାଦର ଦ୍ବାର, ଆଶରରେ ଦ୍ବାର ଓ ନପ୍ତାଲିର ଦ୍ବାର।
35"ନଗରର ଚତୁର୍ଦ୍ଦିଗର ର୍ଦୈଘ୍ଯ 18,000 ହାତ ପରିମିତ ହବେ। ଆଉ ବର୍ତ୍ତମାନଠାରୁ ନଗରର ନାମ ହବେ, "ସଦାପ୍ରଭୁ ତହିଁ ବିଦ୍ଯମାନ।"