Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
23 verses
1ବହୁତ ଲୋକ ସହେି ଅଞ୍ଚଳ ରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ଯାମୀନମାନଙ୍କୁ ବି ରୋଧ କରୁଥିଲେ। ସମାନେେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସହେି ଶତୃମାନେ ସରୁଦ୍ଦାନିଲ୍ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସମାନଙ୍କେୁ କହିଲେ, "ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭମାନେେ ତୁମ୍ଭ ପରି ଅଟୁ। ଆମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ପ୍ରାର୍ଥନା କରୁ। ଏବଂ ସହେି ସମୟରୁ ଅଶୂରୀଯ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭମାନେେ ତାଙ୍କୁ ବଳିଦାନ କରୁଅଛୁ।"
3ମାତ୍ର ସରୁଦ୍ଦାବିଲ ଓ ଯଶୂେଯ ଓ ଇଶ୍ରାୟେଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସମାନଙ୍କେୁ କହିଲେ, "ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବା ବିଷଯ ରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସଂପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ଯ ରାଜା କୋରସ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭମାନେେ ଆପେ ଏକତ୍ରୀତ ହାଇେ ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରୁଅଛୁ।"
4ତେଣୁ ଏହି ଭୂମିରେ ବାସ କରୁଥିବା ଲୋକମାନେ, ସମାନେେ ଯିହୁଦାର ଲୋକମାନଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ନିରୁତ୍ସାହିତ ଓ ଭୟଭୀତ କଲେ।
5ସମାନଙ୍କେ ଅଭିପ୍ରାଯ ଦୁର୍ବଳ କରିବା ପାଇଁ ପାରସ୍ଯ ରାଜା କୋରସର ୟାବଜ୍ଜୀବନ ଓ ପାରସ୍ଯ ରାଜା ଦାରିଯାବସର ଅଧିକାର ପର୍ୟ୍ଯନ୍ତ ସମାନଙ୍କେ ପ୍ରତିକୂଳ ରେ ମନ୍ତ୍ରଣାକାରିମାନଙ୍କୁ ବତନେ ଦଇେ ରଖିଲେ।
6ଆଉ ଅକ୍ଷଶ୍ବରେଶର ସମୟରେ ତାହାର ଅଧିକାରର ଆରମ୍ଭ ରେ ସମାନେେ ଯିହୁଦା ଓ ୟିରୁଶାଲମ ନିବାସୀମାନଙ୍କ ବୁରୁଦ୍ଧ ରେ ଏକ ଅପବାଦ ପତ୍ର ଲେଖିଲେ।
7ଏହାପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଲମ୍, ମିତ୍ରଦାତ୍, ଟାବଲେ ଓ ତାହାର ଅନ୍ୟ ସାଥିମାନେ ପାରସ୍ଯର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସହେି ପତ୍ର ଅରାମୀଯ ଅକ୍ଷର ରେ ଲଖାେ ୟାଇ ତାହା ଅରାମୀଯ ଭାଷା ରେ ଅନୁବାଦ କରାୟାଇଥିଲା।
8ରହୂମ୍ ମନ୍ତ୍ରୀ ଓ ଶିମ୍ଶଯ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ୟିରୁଶାଲମ ବିରୁଦ୍ଧ ରେ ଏହି ପ୍ରକାର ପତ୍ର ଲେଖିଲେ।
9ରହୂମ୍ ମନ୍ତ୍ରୀ ଓ ଶିମ୍ଶଯ ଲେଖକ ଓ ସମାନଙ୍କେର ଅନ୍ୟ ସଙ୍ଗୀମାନେ ଯଥା:-ବିଗ୍ଭରକଗଣ, ସନୋପତି, ପାର୍ସୀ ଅଧିକାରୀଗଣ, ଅର୍କବୀଯମାନେ, ବାବିଲୀଯଗଣ ଏବଂ ଶୂଶରୁ ଏଲମୀଯଗଣ।
10ଆଉ ମହାମହିମ ସମ୍ଭ୍ରାଯ ଅସ୍ନପ୍ପର ଦ୍ବାରା ଆନୀତ ପୁଣି ଶମରିଯା ନଗର ରେ ଓ ଫରାତ୍ ନଦୀ ସପୋରିସ୍ଥ ଦେଶର ଅନ୍ଯାନ୍ଯ ସ୍ଥାନ ରେ ସ୍ଥାପିତ ଅନ୍ୟ ଗୋଷ୍ଠୀଯମାନେ ମଧ୍ଯ ଏହା ଲେଖିଲେ।
11ସମାନେେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁରେ ଅନୁଲିପି ଏହି ପ୍ରକାର ଥିଲା।
12ଆମ୍ଭମାନେେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ୟିହୁଦୀଯ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସମାନେେ ୟିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସମାନେେ ସହେି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସମାନେେ ପ୍ରାଚୀର ପୁନଃନିର୍ମାଣ ସ��ାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି।
13ଆମ୍ଭମାନେେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତବେେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ୟ୍ଯ ସମାପ୍ତ ହବେ, ସେତବେେଳେ ସହେି ଲୋକମାନେ କର, ରାଜସ୍ବ ବା ମାଶୁଲ ଦବେେ ନାହିଁ। ପୁଣି ଶଷେ ରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହବେ।
14ଆମ୍ଭମାନେେ ରାଜାଙ୍କ ନିକଟରେ ଅନୁରକ୍ତ ହବୋକୁ ଚୁକ୍ତି କରିଅଛୁ ଓ ମହାରାଜାଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ। ତେଣୁ ଆମ୍ଭମାନେେ ଲୋକ ପଠାଇ ମହାରାଜାଙ୍କୁ ଏହା ଜଣାଇଲୁ।
15ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତବେେ ସହେି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସମାନେେ ପୂର୍ବକାଳ ରେ ତହିଁ ମଧିଅରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ବଂସ ହାଇେଅଛି।
16ଆମ୍ଭମାନେେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ ହେଲା, ତଦ୍ବାରା ନଦୀ ସପୋର ରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।
17ଏଥି ରେ ରାଜା ମନ୍ତ୍ରି ରହୂମର ଓ ଲେଖକ ଶିମ୍ଶଯର ଓ ସମାନଙ୍କେ ଶମରିଯା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସପୋରିସ୍ଥ ଦେଶୀଯ ଅନ୍ଯାନ୍ଯ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା, ତୁମ୍ଭମାନଙ୍କର ମଙ୍ଗଳ ହେଉ।
18ତୁମ୍ଭମାନେେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇ ଅଛ ତାହା ଆମ୍ଭ ସାକ୍ଷାତ ରେ ସ୍ପଷ୍ଟରୂପେ ପାଠ କରାୟାଇ ଅଛି।
19ପୁଣି ଆମ୍ଭ ଆଜ୍ଞା ରେ ଅନୁସନ୍ଧାନ କରାଯାନ୍ତେ ଦଖାୟୋଇଅଛି, ଯେ ପୂର୍ବକାଳ ରେ ଏହି ନଗର ରାଜଗଣ ବିରୁଦ୍ଧ ରେ ବିଦ୍ରୋହ କରିଅଛି ଓ ତହିଁ ମଧିଅରେ ରାଜଦ୍ରୋହ ଓ ଗଣ୍ତଗୋଳ କରାୟାଇଅଛି।
20ମଧ୍ଯ ୟିରୁଶାଲମ ରେ ପରାକ୍ରାନ୍ତ ରାଜଗଣ ଥିଲେ। ସମାନେେ ନଦୀ ସପୋରିସ୍ଥ ତାବତ୍ ଦେଶ ରେ ରାଜତ୍ବ କଲେ। ଆଉ ସମାନଙ୍କେୁ କର, ରାଜସ୍ବ ଓ ମାଶୁଲ ଦିଆଗଲା।
21ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଗ୍ଭରିତ ନୋହିବା ପର୍ୟ୍ଯନ୍ତ ସେ ନଗର ରେ ଯେପରି ନିର୍ମିତ ନୋହିବ ଏଥିପାଇଁ ସହେି ଲୋକମାନଙ୍କୁ ଆଜ୍ଞା କର, ସମାନେେ କାର୍ୟ୍ଯରୁ ନିବୃତ୍ତ ହାଇବେେ।
22ସାବଧାନ୍, ତୁମ୍ଭମାନେେ ଏ ବିଷଯ ରେ ହଳୋ କରନାହିଁ। ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ।
23ତହିଁରେ ରହୂମର ଓ ଲେଖକ ଶିମ୍ଶଯର ଓ ସମାନଙ୍କେ ସଙ୍ଗୀମାନଙ୍କ ନିକଟରେ ଅଭିକ୍ଷସ୍ତ ରାଜାର ପୁତ୍ରର ଅନୁଲିପି ପଢାୟା'ନ୍ତେ ସମାନେେ ଶୀଘ୍ର ୟିରୁଶାଲମକୁ ୟିହୁଦୀଯମାନଙ୍କ ନିକଟକୁ ୟାଇ ବଳ ଓ କ୍ଷମତାଦ୍ବାରା ସମାନଙ୍କେୁ କାର୍ୟ୍ଯରୁ ନିବୃତ୍ତ କଲେ।
24ତେଣୁ ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରକାର୍ୟ୍ଯ ବନ୍ଦ ହେଲା। ପୁଣି ପାରସ୍ଯ ରାଜା ଦାରିଯାବସର ଅଧିକାରର ଦ୍ବିତୀୟ ବର୍ଷ ପର୍ୟ୍ଯନ୍ତ ତାହା ବନ୍ଦ ହାଇେ ରହିଲା।