Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
18 verses
1ତେଣୁ ଅବ୍ରାମ ମିଶର ପରିତ୍ଯାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷଧରି ଲୋଟ ସହିତ ନଗେଭେକୁ ୟାତ୍ରା କଲେ।
2ଅବ୍ରାମ ପଶୁ ଓ ସୁନାରୂପା ରେ ଅତି ଧନବାନ ଥିଲେ।
3ଅବ୍ରାମ ତାଙ୍କର ୟାତ୍ରା ଚ଼ାଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥଲେ ଆଡ଼କୁ ଗଲେ। ସେ ବୈଥଲେ ଓ ଅଯର ମଧ୍ଯବର୍ତ୍ତୀ ଯେଉଁ ସ୍ଥାନ ରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହାଇେଥିଲା ସହେିଠାକୁ ଗଲେ।
4ସହେି ସ୍ଥାନ ରେ ପୂର୍ବରୁ ଅବ୍ରାମ ଏକ ୟଜ୍ଞବଦେୀ ନିର୍ମାଣ କରିଥିଲେ। ତେଣୁ ସଠାେରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା କଲେ।
5ସହେି ସମୟରେ ଲୋଟ ମଧ୍ଯ ଅବ୍ରାମଙ୍କ ସହିତ ୟାତ୍ରା କରୁଥିଲେ। ଲୋଟଙ୍କର ମଧ୍ଯ ମଷେ, ପଶୁପଲ ଓ ତମ୍ବୁ ଥିଲା।
6ଅବ୍ରାମ ଓ ଲୋଟଙ୍କର ବହୁତ ପଶୁ ଓ ତମ୍ବୁମାନ ଥିବାରୁ ସମାନେେ ସଠାେରେ ଆଉ ଏକତ୍ର ବାସ କରିବା ଉପଯୋଗୀ ହେଲାନାହିଁ।
7ସହେି ସମୟରେ ସଠାେରେ କିଣାନୀଯ ଓ ପିରିଜୀଯ ଲୋକମାନେ ସଠାେରେ ବାସ କରୁଥିଲେ। ଅବ୍ରାମଙ୍କର ଓ ଲୋଟଙ୍କର ମଷେପାଳକମାନଙ୍କ ମଧିଅରେ ଝଗଡ଼ା ହେଲା।
8ତେଣୁ ଅବ୍ରାମ ଲୋଟଙ୍କୁ କହିଲେ, "ତୁମ୍ଭେ ଆମ୍ଭ ମଧିଅରେ କଳହ ହବୋ ଉଚ଼ିତ ନୁହେଁ। ତୁମ୍ଭର ଲୋକ ଓ ମାେ ଲୋକ ମଧିଅରେ କଳହ ହବୋ ଠାକ୍ ନୁହେଁ କାରଣ ଆମ୍ଭମାନେେ ପରସ୍ପର ଭାଇ।
9ଏହା ଉତ୍ତମ ଯେ, ଆମ୍ଭେ ଅଲଗା ଭାବରେ ବାସ କରିବା ଉଚ଼ିତ୍। ତୁମ୍ଭର ଇଛା ଅନୁସାରେ ତୁମ୍ଭେ ସ୍ଥାନ ବାଛ। ତୁମ୍ଭେ ଯଦି ଉତ୍ତରକୁ ୟିବ ତବେେ ମୁଁ ଦକ୍ଷିଣକୁ ୟିବି। ତୁମ୍ଭେ ଯଦି ଦକ୍ଷିଣକୁ ୟିବ ତବେେ ମୁଁ ଉତ୍ତରକୁ ୟିବି।"
10ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।
11ତେଣୁ ଲୋଟ ୟର୍ଦ୍ଦନ ଉପତ୍ୟକାକୁ ବାଛିଲେ। ଏହି ଦୁଇଲୋକ ଅଲଗା ହାଇଗେଲେ ଓ ଲୋଟ ପୂର୍ବଦିଗକୁ ୟାତ୍ରା କଲେ।
12ଅବ୍ରାମ କିଣାନୀଯଙ୍କ ଦେଶ ରେ ରହିଲେ ଏବଂ ଲୋଟ ଉପତ୍ୟକା ନଗରୀ ରେ ବାସ କଲେ। ଲୋଟ ଅଧିକରୁ ଅଧିକ ସଦୋମ ପାଖକୁ ତାଙ୍କର ଛାଉଣୀକୁ ନଇଗେଲେ।
13ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।
14ଲୋଟ ଗଲାପରେ, ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, "ତୁମ୍ଭର ଚ଼ତୁପାଶର୍ବକୁ ଦେଖ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ଦେଖ।
15ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖ ରେ ତୁମ୍ଭେ ଚ଼ିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦବେି।
16ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।
17ତେଣୁ ତୁମ୍ଭମାନେେ ୟାଅ ଏବଂ ସମସ୍ତ ଦେଶ ରେ ଭ୍ରମଣ କର। ବର୍ତ୍ତମାନ ମୁଁ ଏହା ତୁମ୍ଭକୁ ଦଲେି।"
18ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରି ରେ ଆଲୋନ୍ ବୃକ୍ଷମୂଳକୁ ୟାଇ ସଠାେରେ ବାସ କଲେ। ସହେି ସ୍ଥାନ ରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ୟଜ୍ଞବଦେୀ ସ୍ଥାପନ କଲେ।