Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
16 verses
1ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀଯ ଦାସୀ ଥିଲା।
2ସାରୀ ଅବ୍ରାମକୁ କହିଲା, "ସଦାପ୍ରଭୁ ମାେତେ ସନ୍ତାନ ସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାଯ ତା' ମାଧ୍ଯମ ରେ ମୁଁ ଏକ ପୁତ୍ର ପାଇ ପାରିବି।"
3ଅବ୍ରାମ କିଣାନ ଦେଶ ରେ ଦଶ ବର୍ଷ କଟାଇଲାପରେ ଏହିପରି ହାଇେଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀଯ ଦାସୀ ହାଗାରକୁ ତାଙ୍କ ସ୍ବାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳ ରେ ସେ ତା' ସହିତ ସହବାସ କରିପାରିବ।
4ହାଗାର ଅବ୍ରାମଙ୍କ ଦ୍ବାରା ଗର୍ଭବତୀ ହେଲା। ଯେତବେେଳେ ହାଗାର ଏପରି ଜାଣିଲା ତା'ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦଲୋ ନାହିଁ।
5କିନ୍ତୁ ସାରା ଅବ୍ରାମଙ୍କୁ କହିଲା "ଏହା ତୁମ୍ଭର ଭୁଲ ଯେ ମାରେ ଦାସୀ ମାେତେ ଖରାପ ବ୍ଯବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦଇେଥିଲି, ତା'ପରେ ସେ ଗର୍ଭବତୀ ହେଲା ଏବଂ ଏହାପରେ ସେ ମାେତେ ଯେତିକି ସମ୍ମାନ ଦବୋ ଉଚିତ୍ ସତେିକି ସମ୍ମାନ ଦେଉ ନାହିଁ। ମୁଁ ଚାହୁଁଛି ସଦାପ୍ରଭୁ ତୁମ୍ଭ ଓ ମାରେବିଚାର କରନ୍ତୁ।"
6କିନ୍ତୁ ଅବ୍ରାମ ସାରୀକୁ କହିଲେ, "ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା'ପ୍ରତି ଯାହା ଚାହଁ ତାହା କରିପାର।" ତେଣୁ ସାରୀ ତା' ପ୍ରତି କଠିନ ବ୍ଯବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।
7ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।
8ସଦାପ୍ରଭୁଙ୍କର ଦୂତ କହିଲେ, "ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?"
9ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, "ତୁମ୍ଭର ମାଲିକାଣୀ ପାଖକୁ ଫରେିୟାଅ ଓ ନିଜକୁ ତା'ର ପାଖ ରେ ସମର୍ପଣ କର।"
10ସଦାପ୍ରଭୁଙ୍କର ଦୂତ ହାଗାରକୁ ମଧ୍ଯ କହିଲେ, "ତୁମ୍ଭର ଅନକେ ବଂଶଧର ଜନ୍ମ ହବେେ। ସମାନଙ୍କେୁ ଗଣି ହବେ ନାହିଁ।"
11ସଦାପ୍ରଭୁଙ୍କର ଦୂତ ମଧ୍ଯ ଏପରି କହିଲେ, "ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ। ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ। ତୁମ୍ଭେ ତା'ର ନାମ ଇଶ୍ମାଯଲେ ଦବେ। କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତବେେଳେ ଦୁଃଖ ପାଉଥିଲ।
12ତୁମ୍ଭର ପୁତ୍ର ବନ୍ଯ ଗଦ୍ଧର୍ଭ ଭଳି ଜୀବନୟାପନ କରିବ। ତା'ର ହସ୍ତ ସମସ୍ତଙ୍କ ବିରୁଦ୍ଧ ରେ ଓ ସମସ୍ତଙ୍କର ହସ୍ତ ତା'ର ବିରୁଦ୍ଧ ���େ ଥିବ। ଏବଂ ସେ ତା'ର ଭାଇମାନଙ୍କ ସମ୍ମୁଖ ରେ ବାସ କରିବ।"
13ଏହାପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, " ଯେଉଁ ପରମେଶ୍ବର ମାେତେ ଦେଖନ୍ତି " ସେ (ସ୍ତ୍ରୀ) ଏହା କହିଲା, "କାରଣ ସେ ଚିନ୍ତା କଲା, "ମୁଁ କଣ ପ୍ରକୃତ ରେ ତାଙ୍କୁ ଏଠା ରେ ଦେଖିଲି ୟିଏ ମତେ ଦେଖନ୍ତି?"
14ତେଣୁ ସହେି କୂପର ନାମ ବରେଲହଯ-ରୋଯୀ ରଖିଲା। ସହେି କୂପ କାଦେଶ ଓ ବରଦେ ମଧିଅରେ ଅଛି।
15ହାଗାର ଅବ୍ରାମର ପୁତ୍ରକୁ ଜନ୍ମ ଦଲୋ ଏବଂ ଅବ୍ରାମ ତା'ର ନାମ ଇଶ୍ମାଯଲେ ଦେଲେ।
16ଅବ୍ରାମ ଛଯାଅଶି ବର୍ଷ ହାଇେଥିଲେ, ଯେତବେେଳେ ଇଶ୍ମାଯଲେ ହାଗାର ଠାରୁ ଜନ୍ମ ଲାଭ କଲା।