Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
29 verses
1ପରମେଶ୍ବର ଯାକୁବକୁ କହିଲେ, "ବୈଥଲକେୁ ୟାଅ, ସଠାେରେ ବାସକର ଏବଂ ସଠାେରେ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳି ଉତ୍ସର୍ଗ କରିବା ପାଇଁ ଏକ ୟଜ୍ଞବଦେୀ ସ୍ଥାପନ କର। ୟିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାଯନ ବେଳେ ଆର୍ବିଭାବ ହାଇେଥିଲେ।"
2ତେଣୁ ଯାକୁବ ତା'ର ପରିବାର ଓ ତା'ର ଦାସମାନଙ୍କୁ କହିଲେ, "ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀଯ ଦବେତାଗଣ ଅଛନ୍ତି ସମାନଙ୍କେୁ ଦୂରକର, ନିଜ ନିଜକୁ ଶୁଚିକର ଏବଂ ବସ୍ତ୍ର ପରି ପରିବର୍ତ୍ତନ କର।
3ଆମ୍ଭମାନେେ ଏହି ସ୍ଥାନ ପରିତ୍ଯାଗ କରି ବୈଥଲକେୁ ୟିବା। ମୁଁ ସଠାେରେ ଏକ ୟଜ୍ଞବଦେୀ ନିର୍ମାଣ କରିବି ଏବଂ ତାହା ପରମେଶ୍ବରଙ୍କୁ ଉତ୍ସର୍ଗ କରିବି ୟିଏ ମାରେଅସୁବିଧା ସମୟରେ ମାେତେ ଦୟା କରିଛନ୍ତି, ଯେଉଁଠାକୁ ମୁଁ ଗଲି ପରମେଶ୍ବର ମାେ ସହିତ ରହି ଆସିଛନ୍ତି।"
4ତେଣୁ ସମସ୍ତ ଲୋକେ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଯାକୁବକୁ ଦେଲେ। ସମାନେେ ମଧ୍ଯ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ୟାକବକୁ ଦେଲେ। ଯାକୁବ ସଗେୁଡ଼ିକ ନଇେ ଶିଖିମ ନିକଟବର୍ତ୍ତୀ ଆଲୋନ ବୃକ୍ଷ ମୂଳେ ପୋତି ଦେଲେ।
5ଯାକୁବ ଏବଂ ତାଙ୍କର ପରିବାର ସହେି ସ୍ଥାନ ପରିତ୍ଯାଗ କଲେ। ସହେି ନଗରର ଚତୁଃପାଶର୍ବର ଲୋକମାନେ ସମାନଙ୍କେୁ ବହୁତ ଭୟ କରୁଥିଲେ। ସହେି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ଯା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ।
6ତେଣୁ ଯାକୁବ ଏବଂ ତାଙ୍କର ଲୋକମାନେ ୟାଇ ଲୃସ୍ ରେ ପହନ୍ଚିଲେ। ଲୃସ୍ ଯାହାର ବର୍ତ୍ତମାନର ନାମ ବୌଥଲେ। ଏହା କିଣାନ ଦେଶ ରେ ଅବସ୍ଥିତ।
7ଯାକୁବ ୟଜ୍ଞବଦେୀ ନିର୍ମାଣ କଲେ। ଯାକୁବ ସହେି ସ୍ଥାନର ନାମ ଦେଲେ "ଏଲ୍-ବୈଥେଲ୍।" ଯାକୁବ ଏପରି ନାମ ସ୍ଥିର କଲେ କାରଣ ସହେି ସ୍ଥାନ ରେ ପରମେଶ୍ବର ତାଙ୍କୁ ପ୍ରଥମେ ଦଖାେ ଦଇେଥିଲେ। ଯେତବେେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ।
8ସହେି ସ୍ଥାନ ରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ଯୁ ହେଲା ଏବଂ ତାକୁ ବୈଥଲରେ ଅଧଃସ୍ଥିତ ଆଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସହେି ସ୍ଥାନର ନାମ ଆଲୋନ-ବାଖୁତ୍ ହେଲା।
9ଯେତବେେଳେ ଯାକୁବ ପଦ୍ଦନ୍-ଅରାମକୁ ଫରେିଲେ ପରମେଶ୍ବର ତାଙ୍କୁ ପୁନର୍ବାର ଦଖାେ ଦେଲେ। ପରମେଶ୍ବର ଯାକୁବଙ୍କୁ ଆଶୀର୍ବାଦ କଲେ।
10ପରମେଶ୍ବର ଯାକୁବଙ୍କୁ କହିଲେ, "ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସହେି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡ଼କା ୟିବ ନାହିଁ। ତୁମ୍ଭର ନୂତନ ନାମ ଇଶ୍ରାୟେଲ ହବେ।" ଆଉ ସେ ତାଙ୍କର ନାମ ଇଶ୍ରାୟେଲ ରଖିଲେ।
11ପରମେଶ୍ବର ତାଙ୍କୁ କହିଲେ, "ଆମ୍ଭେ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭର ପରିବାର ବହୁତ ବଡ଼ ହବେ। ତୁମ୍ଭର ପରିବାରରୁ ଅନକେ ଜାତିଗଣ ହବେ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।
12ଆମ୍ଭେ ଅବ୍ରହାମ ଓ ଇସ୍ହାକକୁ ଯେଉଁ ଦେଶ ଦାନ କରିଅଛୁ। ସହେି ଦେଶ ତୁମ୍ଭକୁ ଓ ତୁମ୍ଭର ଭବିଷ୍ଯତ ବଂଶଧରକୁ ଦବୋ।"
13ଏହାପରେ ପରମେଶ୍ବର ସହେି ସ୍ଥାନ ଛାଡ଼ିଲେ।
14ଯାକୁବ ସଠାେରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସଠାେରେ ପଯେ ନବୈେଦ୍ଯ ଓ ତୈଳ ଢ଼ାଳିଲେ।
15ସେ ସହେି ସ୍ଥାନର ନାମ ବୈଥଲେ ରଖିଲେ। କାରଣ ଏହି ସ୍ଥାନ ରେ ପରମେଶ୍ବର ତାଙ୍କ ସହିତ କଥା ହାଇେଥିଲେ।
16ଯାକୁବ ଏବଂ ତାଙ୍କର ଦଳ ବୈଥଲେ ଛାଡ଼ିଲେ, ସମାନେେ ଇଫ୍ରାଥା ରେ ଉପସ୍ଥିତ ହବୋପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବଦନୋ ହେଲା ଏବଂ ତା'ର ପ୍ରସବ କରିବ ରେ ଅତିଶଯ କଷ୍ଟ ହେଲା।
17ପ୍ରସବ ବଦନୋ ଅତିଶଯ କଷ୍ଟ ହବୋରୁ ଧାତ୍ରୀ ତାହାକୁ କହିଲେ, "ଭୟ କରନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।"
18ରାହେଲ ପୁତ୍ର ସନ୍ତାନ ଜନ୍ମ ଦଇେ ମଲା। ମଲା ପୂର୍ବରୁ ରାହେଲ ସହେି ସନ୍ତାନର ନାମ ଦଇେଥିଲା, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ଯାମିନ୍।
19ଇଫ୍ରାଥା ୟିବା ପରେ ତାହା ବୌଥଲେ ହମେ ନିକଟରେ ରାହେଲକୁ କବର ଦିଆଗଲା।
20ରାହେଲର କବରସ୍ଥାନ ରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସହେି ସ୍ତମ୍ଭ ଆଜିପର୍ୟ୍ଯନ୍ତ ରାହେଲ କବରକୁ ଚିହ୍ନାଏ।
21ଏହାପରେ ଇଶ୍ରାୟେଲ ସଠାରୁେ ୟାତ୍ରା କଲେ। ସେ ଏଦର ଗଡ ପାର ହାଇେ ତହିଁ ନିକଟରେ ଛାଉଣୀ ପକାଇଲେ।
22ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।
23ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।
24ଯୋଷେଫ୍ ଓ ବିନ୍ଯାମିନ୍ ରାହେଲର ସନ୍ତାନ।
25ଦାନ ଓ ନପ୍ତାଲି ରାହେଲର ଦାସୀ ବିଲ୍ଲହାର ସନ୍ତାନ।
26ଗାଦ୍ ଓ ଆଶରେ ଲୟୋର ଦାସୀ ସିଳ୍ପାର ପୁତ୍ରଗଣ।
27ଏହାପରେ ସେ କିରିଯଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନ ରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସହେି ସ୍ଥାନ ରେ ଯାକୁବ ଆପଣା ପିତା ଇସ୍ହାକ୍ ନିକଟରେ ଉପସ୍ଥିତ ହେଲେ।
28ଇସ୍ହାକ 180 ବର୍ଷ ପଞ୍ଚିଲେ।
29ଏହାପରେ ଇସ୍ହାକ ଦୁର୍ବଳ ହାଇେ ମୃତ୍ଯୁବରଣ କଲେ। ଇସ୍ହାକ ପୂର୍ଣ୍ଣାଯୁ ହାଇେ ପ୍ରାଣତ୍ଯାଗ କଲେ ଏବଂ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରପ୍ତ ହେଲେ। ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କର ପିତାଙ୍କ ନିକଟରେ କବର ଦେଲେ।