Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
22 verses
1ପରେ, ଯୋଷଫେ ଜାଣିବାକୁ ପାଇଲେ ଯେ ତାଙ୍କର ପିତା ବହୁତ ଅସୁସ୍ଥ ହାଇେ ପଡ଼ିଛନ୍ତି। ତେଣୁ ଯୋଷଫେ ତାଙ୍କର ଦୁଇ ପୁତ୍ର ମନଃଶ ଓ ଅଫ୍ରାଯିମଙ୍କୁ ନଇେ ତାଙ୍କର ପିତାଙ୍କ ନିକଟକୁ ଗଲେ।
2ଯେତବେେଳେ ଯୋଷଫେ ସଠାେରେ ପହନ୍ଚିଲେ ସେତବେେଳେ କହେିଁ ଜଣେ ୟାକବକୁ କହିଲେ, "ତୁମ୍ଭର ପୁତ୍ର ଯୋଷଫେ ତୁମ୍ଭକୁ ଦେଖିବାକୁ ଆସିଛନ୍ତି।" ଇଶ୍ରାୟେଲ ବହୁତ ଦୁର୍ବଳ ହାଇେ ପଡ଼ିଥିଲେ। କିନ୍ତୁ ସେ ବହୁତ ଚେଷ୍ଟା କଲେ ଏବଂ ବିଛଣା ରେ ବସିଲେ।
3ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, "ସର୍ବଶକ୍ତିମାନ ପରମେଶ୍ବର କିଣାନ ଦେଶର ଲୃସ୍ ନାମକ ସ୍ଥାନ ରେ ମାେତେ ଦର୍ଶନ ଦେଲେ, ପରମେଶ୍ବର ସଠାେରେ ମାେତେ ଆଶୀର୍ବାଦ କଲେ।
4ପରମେଶ୍ବର ମାେତେ କହିଲେ, ' ଦେଖ ମୁଁ ତୁମ୍ଭର ପରିବାରକୁ ବୃଦ୍ଧି କରିବି ଓ ତୁମ୍ଭଠାରୁ ନାନା ଜନସମାଜ ସୃଷ୍ଟି କରିବି। ତୁମ୍ଭର ବଂଶଧରକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦବେି।
5ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶର ରେ ମାରେ ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରଯିମ ଓ ମନଃଶି ମାେ ନିଜର ପୁତ୍ର ପରି। ସମାନେେ ରୂବନେ ଓ ସିମିଯୋନଙ୍କ ପରି ମାେ ପାଇଁ ଅଟନ୍ତି।
6ଏମାନଙ୍କ ପରେ ତୁମ୍ଭର ଯେଉଁ ସନ୍ତାନ ଜନ୍ମ ନବେେ। ସମାନେେ ତୁମ୍ଭର ହବେେଏବଂ ତାଙ୍କର ଭାଇମାନଙ୍କ ସହିତ ସମାନେେ ସମ୍ପତ୍ତି ପାଇବେ।
7ପଦ୍ଦନ ଅରାମଠାରୁ କିଣାନ ଦେଶକୁ ମାରେଆଗମନ କାଳ ରେ ରାହେଲ, ଇଫ୍ରାତାର ରାସ୍ତା ରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥା ରେ (ବୈଥିଲହମେ ରେ) କବର ଦଲେି।"
8ଏହାପରେ ଇଶ୍ରାୟେଲ ଯୋଷଫଙ୍କେର ପୁତ୍ରମାନଙ୍କୁ ଦେଖି ପଚାରିଲେ, "ଏମାନେ କିଏ?"
9ଯୋଷଫେ ଆପଣା ପିତାଙ୍କୁ କହିଲେ, "ଏମାନେ ମାହେର ପୁତ୍ର, ପରମେଶ୍ବର ଏମାନଙ୍କୁ ଏହି ଦେଶ ରେ ମାେତେ ଦଇେଅଛନ୍ତି।"
10ଇଶ୍ରାୟେଲ ବହୁତ ବୃଦ୍ଧ ହାଇେଥିବାରୁ ତାଙ୍କୁ ଭଲ ଦଖାେ ଯାଉ ନଥିଲା। ତେଣୁ ଯୋଷଫେ ତାଙ୍କର ପୁତ୍ରମାନଙ୍କୁ ଇଶ୍ରାୟେଲଙ୍କ ନିକଟକୁ ନେଲେ। ଇଶ୍ରାୟେଲ ସମାନଙ୍କେୁ ଚୁମ୍ବନ ଦେଲେ ଓ କୋଳାଇ ନେଲେ।
11ଏହାପରେ ଇଶ୍ରାୟେଲ, ଯୋଷଫଙ୍କେୁ କହିଲା, "ମୁଁ କବେେ ବି ଭାବି ନଥିଲି ମୁଁ ତୁମ୍ଭକୁ ଆଉ ଦେଖିପାରିବି। କିନ୍ତୁ ଦେଖ! ପରମେଶ୍ବର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦଖାଇେଲେ।"
12ଏହାପରେ ଯୋଷଫେ ପିତାଙ୍କର କୋଳରୁ ସମାନଙ୍��େୁ ନଇେ ଆପେ ଭୂମିଷ୍ଠ ପ୍ରମାଣ କଲେ।
13ଯୋଷଫେ ସେ ଦୁହିଁଙ୍କୁ ନଇେ ଆପଣା ଦକ୍ଷିଣ ହସ୍ତ ରେ ଇଫ୍ରଯିମକୁ ଧରି ଇଶ୍ରାୟେଲଙ୍କ ବାମ ଭାଗ ରେ ଓ ବାମ ହସ୍ତ ରେ ମନଃଶିକୁ ଧରି ଇଶ୍ରାୟେଲଙ୍କ ଦକ୍ଷିଣ ଭାଗ ରେ ଉପସ୍ଥିତ କରାଇଲେ।
14ଇଶ୍ରାୟେଲ ନିଜର ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରଯିମର ମୁଣ୍ଡ ରେ ତାଙ୍କର ବାମ ହସ୍ତ ରଖିଲେ। ଏହାପରେ ଇଶ୍ରାୟେଲ ତାଙ୍କର ବାମହସ୍ତ ମନଃଶିର ମସ୍ତ ଉପରେ ରଖିଲେ ୟିଏକି ପ୍ରଥମେ ଜନ୍ମ ହାଇେଥିଲା।
15ଅନନ୍ତର ଇଶ୍ରାୟେଲ ଯୋଷଫଙ୍କେୁ ଆଶୀର୍ବାଦ କରି କହିଲେ,
16ସେ ଦୂତ ଥିଲେ ୟିଏ ମାେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସମାନେେ ମାେ ନାମ ରେ ମାରେ ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସମାନେେ ବୃଦ୍ଧି ପାଇବେ ଏବଂ ଦେଶ ସମାନଙ୍କେର ପରିବାର ଦ୍ବାରା ଜନପୂର୍ଣ୍ଣ ହାଇଯେିବ।"
17ଯୋଷଫେ ଦେଖିଲେ, ତାଙ୍କର ପିତା ତାଙ୍କର ପୁତ୍ର ଇଫ୍ରଯିମଙ୍କ ମୁଣ୍ଡ ରେ ଦକ୍ଷିଣ ହସ୍ତ ରଖିଥିଲେ। ଏହା ଯୋଷଫଙ୍କେୁ ଖୁସି କରି ନଥିଲା। ଯୋଷଫେ ତାଙ୍କର ହସ୍ତକୁ ଧରି ଇଫ୍ରଯିମଙ୍କ ମୁଣ୍ଡରୁ ତାଙ୍କର ହାତ କାଢିଲେ ଏବଂ ସହେି ହସ୍ତକୁ ମନଃଶିର ମୁଣ୍ଡ ରେ ଥୋଇଲେ।
18ଯୋଷଫେ ତାଙ୍କର ପିତାଙ୍କୁ କହିଲେ, "ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ଭୁଲ ରେ ରଖି ଅଛନ୍ତି। ମନଃଶି ପ୍ରଥମଜାତ ସନ୍ତାନ। ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ମନଃଶିର ମସ୍ତକରେ ରଖନ୍ତୁ।"
19କିନ୍ତୁ ତାଙ୍କର ପିତା ଅସମ୍ମତ ହାଇେ କହିଲେ, " ହେ ପୁତ୍ର, ମୁଁ ତାହା ଜାଣେ। ମୁଁ ମଧ୍ଯ ଜାଣେ ସେ ମଧ୍ଯ ଏକ ଗୋଷ୍ଠୀ ହବେ ଓ ସେ ମହାନ ହବେ। ମାତ୍ର ତୁମ୍ଭର କନିଷ୍ଠ ପୁତ୍ର ତା'ଠାରୁ ଅଧିକ ମହାନ ହବେ ଓ ତାହାର ବଂଶ ବହୁ ଗୋଷ୍ଠୀକ ହବେ।"
20ତେଣୁ ଇଶ୍ରାୟେଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ, "ଯେତବେେଳେ ଇଶ୍ରାୟେଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ ସମାନେେ ତୁମ୍ଭର ନାମ ନବେେ। ସମାନେେ କହିବେ, "ଇଫ୍ରଯିମ ଓ ମନଃଶି ପରି ପରମେଶ୍ବର ତୁମ୍ଭଙ୍କୁ କରନ୍ତୁ।"
21ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, " ମାରେ ମୃତ୍ଯୁ ସମୟ ପ୍ରାଯ ସନ୍ନିକଟ। ପରମେଶ୍ବର ତୁମ୍ଭକୁ ସଦଯ ହୁଅନ୍ତୁ। ସେ ତୁମ୍ଭକୁ ପୁନ୍ନର୍ବାର ତୁମ୍ଭର ପୂର୍ବପୁରୁଷଙ୍କ ଦେଶକୁ ନଇେ ଯିବେ।
22ମୁଁ ତୁମ୍ଭକୁ କିଛି ଦଲେି ଯାହା ତୁମ୍ଭ ଭାଇମାନଙ୍କୁ ଦଇନେଥିଲି, ମୁଁ ଆପଣା ଖଡ୍ଗ ଓ ଧନୁଦ୍ବାରା ଇମାରେୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସହେି ଅଧିକ ଅଂଶ ତୁମ୍ଭକୁ ଦଲେି।"