Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
39 verses
1ବ୍ଯବସ୍ଥା ଆମ୍ଭକୁ ଭବିଷ୍ଯ ରେ ଘଟିବାକୁ ଥିବା ଉତ୍ତମ ବିଷୟଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ଯବସ୍ଥା ପ୍ରକୃତ ବିଷୟଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ଯବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁ ହେ। ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସହେି ବଳି ସମର୍ପଣ କାର୍ୟ୍ଯ କରି ଚାଲିଥାନ୍ତି। କିନ୍ତୁ ବ୍ଯବସ୍ଥା କବେେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ।
2ଯଦି ବ୍ଯବସ୍ଥା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥାନ୍ତା ତା' ହେଲେ ସହେି ବଳିଗୁଡ଼ିକ ବନ୍ଦ ହାଇେ ଯାଇ ସାରିଥାଆନ୍ତା। ସହେି ଲୋକମାନେ ମଧ୍ଯ ପାପରୁ ଶୁଦ୍ଧ ହାଇଯୋଇ ସାରିଥାନ୍ତେ। ସମାନେେ ଏବେ ସୁଦ୍ଧା ନିଜ ପାପ ପାଇଁ ନିଜକୁ ଦୋଷୀ ଅନୁଭବ କରୁ ନ ଥାନ୍ତେ। କିନ୍ତୁ ବ୍ଯବସ୍ଥା କଦାପି ତାହା କରି ପାରିବ ନାହିଁ।
3ସମାନେେ ଯେଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ ସମାନଙ୍କେୁ ସମାନଙ୍କେର ପାପଗୁଡ଼ିକ ସ୍ମରଣ କରାଇ ଦିଏ।
4ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛଳେିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହଁନ୍ତି।
5ଅତଏବ ଯେତବେେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ :
6ହାମବେଳି ଓ ପାପାର୍ଥକ ବଳି ରେ ତୁମ୍ଭେ ଖୁସି ହୁଅ ନାହିଁ। ବଳି ଦ୍ବାରା ପାପହରଣ କଥାର ମଧ୍ଯ ତୁମ୍ଭେ ଖୁସି ନୁହଁ।
7ତା'ପରେ ମୁଁ କହିଲି : 'ପରମେଶ୍ବର ମୁଁ ଅଛି ଏଠା ରେ ବ୍ଯବସ୍ଥା ପୁସ୍ତକରେ ମାେ ବିଷୟ ରେ ଲଖାେ ଅଛି। ତୁମ୍ଭେ ଚାହିଁ ଥିବା କାର୍ୟ୍ଯଗୁଡ଼ିକ ମୁଁ କରିବା ପାଇଁ ଆସିଛି।"' ଗୀତସଂହିତା 40:6-8
8ଏହି ଶାସ୍ତ୍ର ରେ ସେ ପ୍ରଥମେ କହିଥିଲେ, "ତୁମ୍ଭେ ବଳି ଓ ନବୈେଦ୍ଯମାନ ଚାହଁ ନାହିଁ। ତୁମ୍ଭେ ହାମବେଳି ଦ୍ବାରା ବା ପାପହରଣ ହବୋ ପାଇଁ ଦିଆଯାଉଥିବା ବଳିଗୁଡ଼ିକ ଦ୍ବାରା ପ୍ରସନ୍ନ ହୁଅ ନାହିଁ।" ବ୍ଯବସ୍ଥା ଆଜ୍ଞା ଦିଏ ଏହି ବଳିଦାନ ପାଇଁ।
9ତା'ପରେ ସେ କହିଲେ "ପରମେଶ୍ବର, ମୁଁ ଏଠା ରେ ଅଛି। ମୁଁ ତୁମ୍ଭେ ଚାହୁଁଥିବା କାମ କରିବା ପାଇଁ ଆସିଛି।" ଅତଏବ ପରମେଶ୍ବର ତାହାଙ୍କର ପ୍ରଥମ ବଳିଦାନ ପ୍ରଥା ସମାପ୍ତ କରି ନୂତନପ୍ରଥା ଆରମ୍ଭ କଲେ।
10ପରମେଶ୍ବର ଚାହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ବାରା ତାହାଙ୍କ ଶରୀରର ବଳିଦାନ ହତେୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ୟ୍ଯାପ୍ତ ହେଲା ଭଳି ଥରମାେତ୍ର ସହେି ବଳିଦାନ କଲେ।
11ଯାଜକମାନେ ପ୍ରତିଦିନ ଠିଆ ହାଇେ ସମାନଙ୍କେର ଧାର୍ମିକ ସବୋ କାର୍ୟ୍ଯ କରନ୍ତି। ସହେି, ସମାନ ବଳିଗୁଡ଼ିକ ସମାନେେ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ ସହେିଭଳି ବଳି କବେେ ହେଲେ ପାପହରଣ କରି ପା ରେ ନାହିଁ।
12ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରି ଥିଲେ, ଓ ସହେି ବଳିଦାନ ସବୁଦିନ ପାଇଁ ପର୍ୟ୍ଯାପ୍ତ ଅଟେ।
13ତା'ପରେ ଖ୍ରୀଷ୍ଟ ପରମେଶ୍ବରଙ୍କ ଡାହାଣ ପଟେ ବସିଲେ। ସଠାେରେ ଖ୍ରୀଷ୍ଟ ଏବେ ନିଜ ଶତ୍ରୁମାନଙ୍କୁ ତାହାଙ୍କ ଶକ୍ତି ତଳେ ରହିବା ପାଇଁ ଅପେକ୍ଷା ରେ ଅଛନ୍ତି।
14ମାତ୍ର ଗେ���ଟିଏ ବଳିଦାନ ଦ୍ବାରା ଯୀଶୁ ନିଜ ଲୋକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରି ଦେଲେ। ସହେି ଲୋକମାନଙ୍କୁ ପବିତ୍ର କରାଯାଇଛି।
15ପବିତ୍ର ଆତ୍ମା ମଧ୍ଯ ଆମ୍ଭକୁ ଏହା ବିଷୟ ରେ କୁହନ୍ତି। ପ୍ରଥମ ରେ ସେ କୁହନ୍ତି :
16"ପ୍ରଭୁ କହିଲେ, ଭବିଷ୍ଯତ ରେ ମାେ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ହୃଦୟ ରେ ରଖିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ମନ ରେ ଲେଖିବି।" ୟିରିମିୟ 31:33
17ଏହା ମଧ୍ଯ କୁହନ୍ତି :
18ଓ ଏହିସବୁଗୁଡ଼ିକୁ କ୍ଷମା କରି ଦିଆଗଲା ପରେ, ଆଉ ପାପଗୁଡ଼ିକ ପାଇଁ ବଳିଦାନର କୌଣସି ଆବଶ୍ଯକତା ନାହିଁ।
19ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।
20ଯୀଶୁଙ୍କ ଦ୍ବାରା ଖାଲିେ ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦଇେ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ ଦଇେ ଯାଏ ଯାହା କି ଯୀଶୁଙ୍କ ଶରୀର ଅଟେ।
21ପରମେଶ୍ବରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ଯ ଜଣେ ମହାୟାଜକ ଅଛନ୍ତି।
22ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।
23ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗ ରେ ବ୍ଯକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ବରଙ୍କଠା ରେ ବିଶ୍ବାସ କରିପାରିବା।
24ଆମ୍ଭେ ପରସ୍ପର ବିଷୟ ରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍।
25କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ଯାଗ କରନ୍ତି, ଆମ୍ଭେ ସପରେି ଏକାଠି ମିଳିତ ହବୋ ବନ୍ଦ କରିବା ଉଚିତ୍ ନୁହେଁ। ତା' ପରିବର୍ତେ, ସହେି ଦିନଟି ନିକଟତର ହେଉଛି ଦେଖି ଆମ୍ଭମାନେେ ଏକାଠି ମିଳିତ ହାଇେ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।
26ସତ୍ଯକୁ ଜାଣିଲା ପରେ ମଧ୍ଯ ଯଦି ଆମ୍ଭେ ପାପକାମ କରି ଚାଲିବା ପାଇଁ ଇଚ୍ଛା କରିବା, ତା' ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ।
27ଆମ୍ଭେ ଯଦି ପାପ କରି ଚାଲୁଥିବା, ତା ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଚାରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ବରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି।
28ଯେଉଁଲୋକ ମାଶାଙ୍କେ ବ୍ଯବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନିଜଣ ସାକ୍ଷୀ ଆବଶ୍ଯକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଇଥିଲା।
29ତା' ହେଲେ ଯେଉଁ ଲୋକ ପରମେଶ୍ବରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା'ପାଇଁ କଣ ଦଣ୍ଡବିଧାନ ହବୋ ଉଚିତ ? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ। ନୂତନ ନିୟମ ଆରମ୍ଭ କରି ଥିବା ଉକ୍ତ ପ୍ରତି ଯେଉଁଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସହେି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ କାରଣ ସହେି ରକ୍ତ ସହେି ଲୋକକୁ ଥରେ ପବିତ୍ର କରିଥିଲା।
30ଆମ୍ଭେ ଜାଣୁ ଯେ, ପରମେଶ୍ବର କହିଥିଲେ : "ମନ୍ଦ କାମ କରିଥିବା ଲୋକଙ୍କୁ ମୁଁ ଦଣ୍ଡ ଦବେି, ମୁଁ ତାହାଙ୍କୁ ପ୍ରତିଦାନ ଦବେି।"318 ପରମେଶ୍ବର ଆହୁରି ମଧ୍ଯ କହିଥିଲେ : "ପ୍ରଭୁ ତାହାଙ୍କ ଲୋକଙ୍କର ବିଚାର କରିବେ।"
31ଜୀବନ ପରମେଶ୍ବରଙ୍କ ହାତ ରେ ଜଣେ ପାପୀ ପଡ଼ିୟିବା, ଗୋଟିଏ ଭୟଙ୍କର କଥା।
32ପ୍ରଥମଥର ସତ୍ଯ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନକେ ପ୍ରକାରର ଯାତନା ସହିତ ତୁମ୍ଭମାନେ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭମାନେେ ଦୃଢ଼ ରହିଥିଲ।
33ସେତବେେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନକେ ଲୋକଙ୍କ ଆଗ ରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। େ ବେଳବେଳେ ଏହି ଭଳି ଖରାପ ବ୍ଯବହାର ମଧ୍ଯ ଦଇେ ଗତି କରୁଥିବା ଲୋକଙ୍କୁ ତୁମ୍ଭମାନେେ ସାହାୟ୍ଯ କଲ।
34ଯେଉଁମାନେ ବନ୍ଦୀଘ ରେ ରଖା ଯାଇଥିଲେ, ସମାନଙ୍କେର ଅସୁବିଧାଗୁଡ଼ିକରେ ତୁମ୍ଭମାନେେ ଭାଗନଲେ, ଓ ସମାନଙ୍କେୁ ସାହାୟ୍ଯ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନଇେ ୟିବା ପରେ ମଧ୍ଯ ତୁମ୍ଭମାନେେ ଆନନ୍ଦ ରେ ଥିଲ। ତୁମ୍ଭମାନେେ ଆନନ୍ଦ ରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖ ରେ ଯାହା କିଛି ଅଛି ତାହା ଅତ୍ଯଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।
35ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭମାନେେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭମାନେେ ପ୍ରଚୁର ମାତ୍ରା ରେ ପୁରସ୍କାର ପାଇବ।
36ତୁମ୍ଭମାନେେ ର୍ଧୈୟ୍ଯବାନ ହବୋ ଦରକାର। ପରମେଶ୍ବର ଯାହା ଇଚ୍ଛା କରନ୍ତି, ସହେି ସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭମାନେେ ପାଇବ।
37ଆଜି ଅଳ୍ପ ସମୟରେ,
38ଯେଉଁ ଲୋକ ମାେ ସହିତ ଧାର୍ମିକ, ତା'ର ବିଶ୍ବାସ ହତେୁ ସେ ଜୀବିତ ରହିବ। କିନ୍ତୁ ଯଦି ସେ ଲୋକ ଭୟ ରେ ମୁହଁ ମାେଡ଼େ, ମୁଁ ତା' ଉପରେ ପ୍ରସନ୍ନ ହବେି ନାହିଁ।" ହବକ୍କୂକ୍ 2:3-4
39କିନ୍ତୁ ଆମ୍ଭେ ସହେି ଲୋକମାନଙ୍କ ପରି ନୋହୁଁ ଯେଉଁମାନେ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। ଯେଉଁମାନଙ୍କର ବିଶ୍ବାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍ଭେ ସମାନଙ୍କେ ଭଳି ଅଟୁ।