Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
12 verses
1ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ, ତବେେ ସବୁ କିଛି ପରିବର୍ତ୍ତନ ହୁଅନ୍ତା ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ପ୍ରବାହିତ ହୁଅନ୍ତେ।
2ଦେଶୀଯମାନେ ଯେପରି ତୁମ୍ଭ ସାକ୍ଷାତ ରେ କମ୍ପମାନ ହବେେ ଓ ଏଥି ସକାେଶ ତୁମ୍ଭ ବିପକ୍ଷଗଣଙ୍କୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ ପର୍ବତଗୁଡ଼ିକ ଜ୍ବଳନ୍ତ ଝାଟି ସଦୃଶ ଓ ଉତ୍ତପ୍ତ ଜଳ ଫୁଟିଲା ସଦୃଶ ହବେେ।
3ଯେତବେେଳେ ତୁମ୍ଭେ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କଲ, ଆମ୍ଭେ ଆଶାକରି ନ ଥିଲୁ। ତାପ ରେ ତୁମ୍ଭେ ଓହ୍ଲାଇ ଆସିଲ ଓ ପର୍ବତ ତୁମ୍ଭ ଆଗ ରେ କମ୍ପନ କରିବାକୁ ଆରମ୍ଭ କରିବ।
4କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷ ରେ କାର୍ୟ୍ଯ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ବର କଥା ଶୁଣି ନାହାଁନ୍ତି କିମ୍ବା କର୍ଣ୍ଣଗୋଚର ହାଇେ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।
5ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସହେିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳ ରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳ ରେ ଆମ୍ଭମାନେେ ଦୋଷ କଲୁ।
6ଆମ୍ଭମାନେେ ସମସ୍ତେ ପାପ ରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭମାନେେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାଯୁ ତୁଳ୍ଯ ଆମ୍ଭମାନଙ୍କୁ ଉଡ଼ାଇ ନିଏ।
7ତୁମ୍ଭ ନାମ ରେ ପୂଜା କରିବାକୁ ଓ ତୁମ୍ଭକୁ ଅନୁସରଣ କରିବା ନିମନ୍ତେ ନିଜକୁ ଉତ୍ତଜେିତ କରିବାକୁ କହେି ନାହିଁ। କାରଣ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ବିମୁଖ ହାଇେଅଛି ଓ ଆମ୍ଭମାନଙ୍କ ପାପଦ୍ବାରା ଆମ୍ଭମାନଙ୍କୁ କ୍ଷଯ କରିଅଛ।
8ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ। ଆମ୍ଭମାନେେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର। ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ।
9ହେ ସଦାପ୍ରଭୁ, ଅତ୍ଯନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନରେଖ ନାହିଁ। ଆମ୍ଭମାନେେ ବିନତି କରୁଛୁ, ଆମ୍ଭପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।
10ତୁମ୍ଭର ପବିତ୍ର ନଗରଗୁଡ଼ିକ ପ୍ରାନ୍ତର ପାଲଟିଛି। ସିଯୋନ ପ୍ରାନ୍ତର ହାଇେଅଛି ଓ ୟିରୁଶାଲମ ଧ୍ବଂସ ହାଇେଅଛି।
11ଆମ୍ଭମାନଙ୍କର ପିତୃପୁରୁଷଗଣ ଯେଉଁ ସ୍ଥାନ ରେ ତୁମ୍ଭର ପ୍ରଶଂସା କରୁଥିଲେ, ଆମ୍ଭମାନଙ୍କର ସହେି ପବିତ୍ର ଓ ରମଣୀଯ ଗୃହ ଅଗ୍ନି ରେ ଦ'ିଭୂତ ହାଇେଅଛି, ଆଉ ମଧ୍ଯ ଆମ୍ଭମାନଙ୍କର ମୂଲ୍ଯବାନ ପଦାର୍ଥଗୁଡ଼ିକ ବିନ୍ଟେ ହାଇେଅଛି।
12ହେ ସଦାପ୍ରଭୁ, ଏସବୁ ହେଲାପ ରେ ମଧ୍ଯ ତୁମ୍ଭେ କ'ଣ ନିଜକୁ ଆମ୍ଭଠାରୁ କ୍ଷାନ୍ତ କରି ରଖିବ ? ତୁମ୍ଭେ କ'ଣ ନୀରବ ରହି ଆମ୍ଭମାନଙ୍କୁ କ୍ଲେଶ ଦଇେ ଚାଲିବ ?