Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
19 verses
1ଏହା ହେଉଛି ଭବିଷ୍ଯଦବକ୍ତା ଯିରିମିୟଙ୍କ ବାକ୍ଯ। ହିଲବିଯଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ଯରୁ ଜଣେ ୟିଏ କି ଅନାେଥାତ୍ ପ୍ରଦେଶର ବିନ୍ଯାମୀନଙ୍କର ଗୋଷ୍ଠୀର ଥିଲେ।
2ଆମାନଙ୍କେ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ବର ତ୍ରଯୋଦଶ ବର୍ଷ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
3ଯେତବେେଳେ ଯୋଶିୟଙ୍କ ପୁତ୍ର ଯିହାୟୋକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଯଙ୍କ ପୁତ୍ର ଯିହୁଦାର ରାଜା ସିଦିକିଯଙ୍କ ରାଜତ୍ବର ଏକାଦଶ ବର୍ଷ ପଞ୍ଚମ ମାସ ରେ ଓ ୟିରୁଶାଲମକୁ ନିର୍ବାସିତ ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ସହେି ବାକ୍ଯ ଯିରିମିୟଙ୍କୁ ଦେଲେ।
4ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।
5"ମାତୃଗର୍ଭ ରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହବୋ ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ଯଦବକ୍ତା ରୂପେ ନିୟୁକ୍ତ କଲୁ।"
6ତା'ପ ରେ ମୁଁ କହିଲି, "ହାୟ, ହାୟ, ହେ ସୈନ୍ଯାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କବଳେ ବାଳକ।"
7ମାତ୍ର ସଦାପ୍ରଭୁ ମାେତେ କହିଲେ, ଆମ୍ଭେ ଜଣେ ବାଳକ ବୋଲି, 'କୁହ ନାହିଁ।' କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ୟିବ। ଆଉ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
8ତୁମ୍ଭେ କାହାକୁ ଭୟ କରିବା ଉଚିତ୍ ନୁହେଁ, କାରଣ ସର୍ବଦା ତୁମ୍ଭ ପାଖେ ଆମ୍ଭେ ଅଛୁ ଓ ଆମ୍ଭେ ତୁମ୍ଭକୁ ରକ୍ଷା କରିବା।" ଏହା ସଦାପ୍ରଭୁ କହନ୍ତି।
9ସେତବେେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମାରେ ପାଟି ସ୍ପର୍ଶ କଲେ ଓ ମାେତେ କହିଲେ, " ହେ ଯିରିମିୟ, ଆମ୍ଭେ ଆପଣା ବାକ୍ଯ ତୁମ୍ଭ ମୁଖ ରେ ଦଲେୁ।
10ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।"
11ଏହାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା, " ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ ?"
12ସଦାପ୍ରଭୁ ମାେତେ କହିଲେ, "ତୁମ୍ଭେ ଠିକ୍ ଦେଖୁଅଛ କାରଣ ଆମ୍ଭେ ଦେଖୁଅଛୁ ଯେ, ଆମ୍ଭର ବାକ୍ଯ ସଫଳ କରା���ାଇଛି।"
13ପୁଣି ଦ୍ବିତୀୟ ଥର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ତାହା ହେଲା, " ହେ ଯିରିମିୟ, ତୁମ୍ଭେ କ'ଣ ଦେଖୁଅଛ ?"
14ତା'ପ ରେ ସଦାପ୍ରଭୁ ମାେତେ କହିଲେ, "ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।
15ସଦାପ୍ରଭୁ ପୁଣି କହିଲେ, ଏହା ହବେ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ଯ ସମୂହର ସମୁଦାଯ ଗୋଷ୍ଠୀକୁ ଡ଼ାକିବା।" " ତେଣୁ ସମାନେେ ଆସି ୟିରୁଶାଲମ ନଗର ଦ୍ବାରର ପ୍ରବେଶ ସ୍ଥାନ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖ ରେ ନିଜ ନିଜ ସିଂହାସନ ସ୍ଥାପନ କରିବେ।
16ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧ ରେ ଆମ୍ଭର ବିଚାର ପ୍ରକାଶ କରିବା କାରଣ ସମାନେେ ଦୁଷ୍ଟ ପ୍ରକୃତିର ଲୋକ। ସମାନେେ ଆମ୍ଭକୁ ପରିତ୍ଯାଗ କରିଛନ୍ତି, ସମାନେେ ଅନ୍ୟ ଦବେତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।
17"ଏଣୁ ତୁମ୍ଭ ବିଷଯ ରେ ଆମ୍ଭେ କହିଅଛୁ, ହେ ଯିରିମିୟ, ତୁମ୍ଭେ ଅଣ୍ଟାଭିଡ଼ି ଛିଡ଼ା ହୁଅ। ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସମାନଙ୍କେୁ କୁହ। ସମାନଙ୍କେ ପାଇଁ ଉଦବିଗ୍ନ ହୁଅ ନାହିଁ। ତୁମ୍ଭେ ସମାନଙ୍କେ ପାଇଁ ଭୟଭୀତ ହେଲେ ଆମ୍ଭେ ସମାନଙ୍କେ ସାକ୍ଷାତ ରେ ତୁମ୍ଭକୁ ଉଦବିଗ୍ନ କରିବା।
18କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧ ରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ବରୂପ କଲୁ।
19ଯଦିଓ ସମାନେେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବେ, ସମାନେେ ତୁମ୍ଭକୁ ଜଯ କରିପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା।" ଏହା ସଦାପ୍ରଭୁ କହନ୍ତି।