Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
22 verses
1ଅନାବୃଷ୍ଟି ବିଷଯ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
2"ଯିହୁଦା ଶାେକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହାଇେଅଛନ୍ତି। ସମାନେେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ୟିରୁଶାଲମର ଲୋକମାନେ ସାହାୟ୍ଯ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।
3ସମାନଙ୍କେର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି। ସମାନେେ ଜଳାଶଯ ନିକଟକୁ ୟାଇ ଜଳ ପାଆନ୍ତି ନାହିଁ ଓ ଶୂନ୍ଯପାତ୍ର ଘନେି ଫରେି ଆସନ୍ତି। ସମାନେେ ଲଜ୍ଜିତ ଓ ଘବରା ହାଇେ ଆପଣା ଆପଣା ମସ୍ତକ ଢ଼ାଙ୍କନ୍ତି।
4ଦେଶ ରେ ଅନାବୃଷ୍ଟି ହତେୁ ଭୂମି ଫାଟି ୟିବାରୁ କୃଷକମାନେ ବିବ୍ରତ ଓ ଲଜ୍ଜିତ ହାଇେ ଆପଣା ଆପଣା ମସ୍ତକ ଢ଼ାଙ୍କିଛନ୍ତି।
5ଏପରିକି ହରିଣୀ ନବଜାତ ଶାବକକୁ ତୃଣ ଅଭାବରୁ ଛାଡ଼ି ଚାଲିୟାଏ।
6ପୁଣି ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ଯ ଗିରି ଉପ ରେ ଠିଆ ହାଇେ ଶୃଗାଳମାନଙ୍କ ପରି ବାଯୁ ସକାେଶ ଧକାନ୍ତି। ତୃଣ ନ ଥିବାରୁ ସମାନଙ୍କେ ଚକ୍ଷୁ କ୍ଷୀଣ ହୁଏ।"
7" ହେ ସଦାପ୍ରଭୁ, ଆମ୍ଭମାନେେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ ଆମ୍ଭମାନେେ ଦୁଃଖଭୋଗ କରୁଅଛୁ। ତଥାପି ତୁମ୍ଭେ ଆପଣା ନାମ ସକାେଶ କାର୍ୟ୍ଯ କର ଓ ଆମ୍ଭମାନଙ୍କୁ ସାହାୟ୍ଯ କର। କାରଣ ଆମ୍ଭମାନେେ ବହୁବାର ତୁମ୍ଭକୁ ପରିତ୍ଯାଗ କରିଅଛୁ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।
8ହେ ପରମେଶ୍ବର, ତୁମ୍ଭେ ଇଶ୍ରାୟେଲର ଆଶା ଓ ତୁମ୍ଭେ ସଙ୍କଟ ସମୟରେ ତ୍ରାଣକର୍ତ୍ତା! ମାତ୍ର ତୁମ୍ଭେ ବର୍ତ୍ତମାନ ଦେଶ ମଧିଅରେ ପ୍ରବାସୀ ତୁଲ୍ଯ ଓ ଗୋଟିଏ ରାତ୍ରି ଅତିବାହିତ କରୁଥିବା ପଥିକ ତୁଲ୍ଯ ହେଉଅଛି।
9ତୁମ୍ଭେ ଜଣେ ଦ୍ବନ୍ଦ ରେ ପଡ଼ିଥିବା ମନୁଷ୍ଯ ତୁଲ୍ଯ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ। କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ଅଛ। ଆମ୍ଭମାନେେ ତୁମ୍ଭ ନାମ ରେ ଖ୍ଯାତ ଅଟୁ। ତେଣୁ ଆମ୍ଭମାନଙ୍କୁ ପରିତ୍ଯାଗ କର ନାହିଁ।
10ସଦାପ୍ରଭୁ ଯିହୁଦା ବିଷଯ ରେ ଏହିକଥା କହନ୍ତି, " ସମାନେେ ପ୍ରକୃତ ରେ ଆମ୍ଭକୁ ପରିତ୍ଯାଗ କରିବାକୁ ଭଲ ପାଆନ୍ତି। ସମାନେେ ନିଜକୁ ପରିତ୍ଯାଗ କରିବାକୁ ଭଲ ପାଆନ୍ତି। ସମାନେେ ନିଜକୁ ସେଥିରୁ ନିବୃତ୍ତ କରି ନାହାଁନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେୁ ଗ୍ରହଣ କରିବେ ନାହିଁ। ସେ ସମାନଙ୍କେର ଅଧର୍ମ ସ୍���ରଣ କରିବେ ଓ ସମାନଙ୍କେୁ ସମସ୍ତ ପାପର ପ୍ରତିଫଳ ଦବେେ।"
11ଆହୁରି ସଦାପ୍ରଭୁ ମାେତେ କହିଲେ, " ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କର ନାହିଁ।
12ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସମାନଙ୍କେର ପ୍ରାର୍ଥନା ଶୁଣିବା ନାହିଁ। ସମାନେେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ବାରା ସମାନଙ୍କେୁ ସଂହାର କରିବା।"
13ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, " ହେ ମାରେ ପ୍ରଭୁ ସଦାପ୍ରଭୁ, ଭବିଷ୍ଯଦବକ୍ତାଗଣ ସମାନଙ୍କେୁ ଭିନ୍ନ କଥା କହୁଛନ୍ତି। ସମାନେେ କହନ୍ତି, 'ତୁମ୍ଭମାନେେ ଖଡ୍ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନ ରେ ଦୃଢ଼ ଶାନ୍ତି ଦବେେ।"'
14ସେତବେେଳେ ସଦାପ୍ରଭୁ ମାେତେ କହିଲେ, " ହେ ଯିରିମିୟ, ସହେି ଭବିଷ୍ଯଦବକ୍ତାମାନେ ଆମ୍ଭ ବିଷଯ ରେ ମିଥ୍ଯା ଭବିଷ୍ଯଦବାଣୀ ପ୍ରଚାର କରନ୍ତି। ଆମ୍ଭେ ସମାନଙ୍କେୁ ପ୍ରଚାର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସମାନଙ୍କେୁ କହିବାକୁ ଆଜ୍ଞା ଦଇେ ନାହୁଁ। ସମାନେେ ମିଥ୍ଯା ଭବିଷ୍ଯଦବାଣୀ ଓ ମୂଲ୍ଯହୀନ ଦବୈିତ୍ବ ପ୍ରଚାର କରୁଛନ୍ତି। ସମାନେେ ସମାନଙ୍କେର ହୃଦଯର ପ୍ରବଞ୍ଚନାମୂଳକ ଭବିଷ୍ଯଦବାକ୍ଯ ପ୍ରଚାର କରିଛନ୍ତି।
15ଏଣୁ ଯେଉଁ ଭବିଷ୍ଯଦବକ୍ତାମାନେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସମାନଙ୍କେୁ ପ୍ ରରଣେ ନ କଲେ ହେଁ ସମାନେେ କହନ୍ତି, "ଏ ଦେଶ ରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହବେ ନାହିଁ, ସହେିମାନଙ୍କ ବିଷଯ ରେ ସଦାପ୍ରଭୁ କହନ୍ତି,' ସହେି ଭବିଷ୍ଯଦବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ବାରା ବିନଷ୍ଟ ହବେେ।
16ପୁଣି ଯେଉଁ ଲୋକମାନଙ୍କ ନିକଟରେ ସମାନେେ ଭବିଷ୍ଯତ୍ ବାକ୍ଯ ପ୍ରଚାର କରନ୍ତି। ସମାନେେ ଦୁର୍ଭିକ୍ଷ ଓ ଖଡ୍ଗ ହତେୁରୁ ୟିରୁଶାଲମର ସଡ଼କରେ ପକାଯିବେ। ଆଉ ସମାନଙ୍କେୁ ସମାନଙ୍କେର ସ୍ତ୍ରୀ ଏବଂ ସମାନଙ୍କେର ପୁତ୍ର କନ୍ଯାମାନଙ୍କୁ କବର ଦବୋକୁ କହେି ନ ଥିବେ। କାରଣ ଆମ୍ଭେ ସମାନଙ୍କେର ଦୁଷ୍ଟତା ସମାନଙ୍କେର ଉପ ରେ ଢ଼ାଳିଦବୋ।
17" ହେ ଇଫ୍ରଯିମ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, 'ଆମ୍ଭ ଚକ୍ଷୁରୁ ଦିବାରାତ୍ର ଲୋତକ ବହିବ, ତାହା କବେେ ନିବୃତ୍ତ ହବେ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ଯା ପାଇଁ ଆମ୍ଭ ହୃଦଯ କାନ୍ଦିବ। ଯେ ହତେୁ ତାହା ମହାଭଙ୍ଗ ରେ ଓ ମହା ଦୁଃଖଦାୟକ କ୍ଷତ ରେ ଭଗ୍ନ ହାଇେଅଛି।
18ଆମ୍ଭେ ଯବେେ ବାହାର ହାଇେ କ୍ଷେତ୍ରକୁ ୟାଉଁ, ତବେେ ସଠାେ ରେ ଖଡ୍ଗାହତ ଲୋକଙ୍କୁ ଦେଖୁ। ପୁଣି ଯବେେ ନଗର ରେ ପ୍ରବେଶ କରୁ ତବେେ ସଠାେ ରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ। କାରଣ ଭବିଷ୍ଯତ୍ ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶ ରେ ଭ୍ରମଣ କରନ୍ତି, ସମାନେେ କିଛି ଜାଣନ୍ତି ନାହିଁ।"'
19ଲୋକମାନେ କହନ୍ତି, " ହେ ପରମେଶ୍ବର, ତୁମ୍ଭେ କ'ଣ ଯିହୁଦାକୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ ? ତୁମ୍ଭେ କ'ଣ ସିୟୋନକୁ ଘୃଣା କରିଅଛ ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭମାନେେ ଆଉ ସୁସ୍ଥ ହାଇେ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ ? ଆମ୍ଭମାନେେ ଶାନ୍ତି ଚାହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭମାନେେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କବଳେ ଆଶଙ୍କା ଉପସ୍ଥିତ ହେଲା।
20ହେ ପରମେଶ୍ବର, ଆମ୍ଭମାନେେ ଆମ୍ଭମାନଙ୍କର ଦୁଷ୍ଟତା ଓ ଆମ୍ଭ ପୂର୍ବପୁରୁଷମାନଙ୍କର ଅଧର୍ମ ସ୍ବୀକାର କରୁଅଛୁ। ହଁ, ଆମ୍ଭମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।
21ହେ ସଦାପ୍ରଭୁ, ତୁମ୍ଭର ସୁନାମ ନିମନ୍ତେ ଆମ୍ଭମାନଙ୍କୁ ପ୍ରତ୍ଯାଖାନ କର ନାହିଁ। ଆପଣା ଗୌରବମଯ ସିଂହାସନର ଅପମାନ କର ନାହିଁ। ଆପଣା ଗୌରବମଯ ସିଂହାସନର ଅପମାନ କର ନାହିଁ। ତୁମ୍ଭେ ଆମ୍ଭମାନଙ୍କ ସହିତ କରିଥିବା ନିଯମ ସ୍ମରଣ କର। ତୁମ୍ଭ କୃତ ସହେି ନିଯମ ଭଙ୍ଗ କର ନାହିଁ।
22ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।"