Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
23 verses
1ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
2" ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ୟାଅ। ସଠାେ ରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ଯ ଶୁଣାଇବା।"
3ତେଣୁ ମୁଁ କୁମ୍ଭକାର ଗୃହକୁ ଗଲି ଓ ଦେଖିଲି କୁମ୍ଭକାର ଚକ୍ର ରେ ମାଟିର କାମ କରୁଛି।
4ସେ ମାଟିର ପାତ୍ର ନିର୍ମାଣ କରୁଥିଲା ବେଳେ ସେଥି ରେ କିଛି ଦୋଷ ଦେଖିଲା। ତେଣୁ ସେ ପାତ୍ରର ମାଟିକୁ ପୁନର୍ବାର ନିଜ ଇଚ୍ଛାନୁସା ରେ ସଜାଡ଼ି ନୂଆ ପତ୍ର ନିର୍ମାଣ କଲା।
5ତା'ପ ରେ ସଦାପ୍ରଭୁଙ୍କର ବାଣୀ ମାେ ନିକଟରେ ଉପସ୍ଥିତ ହେଲା।
6" ହେ ଇଶ୍ରାୟେଲର ଗୃହ, ତୁମ୍ଭେ ଜାଣ ଆମ୍ଭେ ତୁମ୍ଭ ସହିତ ଜଣେ କୁମ୍ଭକାର ପରି କାର୍ୟ୍ଯ କଲେ। ତୁମ୍ଭମାନେେ ମାେ ହସ୍ତ ରେ କୁମ୍ଭକାରର ମୃତ୍ତିକା ସଦୃଶ ଅଟ।
7ସମୟ ଆସିବ ଯେତବେେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ଯ ବିଷଯ ରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା।
8ମାତ୍ର ଯଦି ସହେି ଗୋଷ୍ଠୀ ଆପଣା ଆପଣା ଦୁଷ୍କର୍ମରୁ ଫରନ୍େତି ତବେେ ଆମ୍ଭେ ସମାନଙ୍କେ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନ ରେ ସ୍ଥିର କରିଥିଲୁ, ସେଥିରୁ ଆମ୍ଭେ କ୍ଷାନ୍ତ ହବୋ।
9ପୁଣି ଏକ ସମୟ ଆସିବ ଯେତବେେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ଯ ବିଷଯ ରେ ଗଠନ ଓ ରୋପଣର କଥା କହିବା।
10ପୁଣି ଯେତବେେଳେ ଦେଖିବୁ ଯବେେ ଆମ୍ଭର ଆଜ୍ଞା ପାଳନ ନ କରି ଦୁଷ୍କର୍ମ କରନ୍ତି, ତବେେ ଆମ୍ଭେ ସମାନଙ୍କେ ପାଇଁ ଯେଉଁ ମଙ୍ଗଳ କାମନା କରିଥିଲୁ ତହିଁରୁ ଆମ୍ଭେ କ୍ଷାନ୍ତ ହବୋ।
11" ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ୟିରୁଶାଲମ ନିବାସୀଙ୍କୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଫରେ ଓ ଆପଣା ଆପଣା ପଥ ସଂ ଶାଧେନ କରି ସୁକର୍ମ କର।'
12ମାତ୍ର ଯିହୁଦାବାସୀ କହନ୍ତି, 'ତୁମ୍ଭ କଥା ଆମ୍ଭେ ଶୁଣିବୁ ନାହିଁ। କାରଣ ତୁମ୍ଭମାନେେ ଆପଣା ଆପଣା ସଂକଳ୍ପ ଅନୁସାରେ କର୍ମ କରିବ। ଆମ୍ଭମାନେେ ପ୍ରେତ୍ୟକକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣ ବାଧ୍ଯତାନୁସା ରେ କର୍ମ କରି ଚାଲିବୁ।"'
13ଏଣୁ ସଦାପ୍ରଭୁ ଏହି କଥା କହନ୍ତି, "ତୁମ୍ଭମାନେେ ଏବେ ନାନା ଦେଶୀଯ ଲୋକମାନଙ୍କୁ ପ୍ରଚାର କର। 'କିନ୍ତୁ ଏହା କିଏ ଶୁଣୁଅଛି। ଇ��୍ରାୟେଲର କୁମାରୀ କନ୍ଯାଗଣ ଅତ୍ଯନ୍ତ ମର୍ମନ୍ତୁଦ କାର୍ୟ୍ଯ କରିଅଛନ୍ତି।'
14ତୁମ୍ଭମାନେେ ଜାଣ ଲିବାନୋନ କ୍ଷେତ୍ରସ୍ଥ ଶୈଳ ଉପରିସ୍ଥ ହିମସବୁ କବେେ ତରଳି ୟିବ ନାହିଁ ଓ ଝରଣାର ସୁଶୀତଳ ଜଳ କବେେ ଶୁଷ୍କ ହବେ ନାହିଁ।
15ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାଶୋରି ଅସାର ଦବଗେଣଙ୍କୁ ଧୂପ ଉତ୍ସର୍ଗ କରିଛନ୍ତି। ଆଉ ସମାନେେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସମାନଙ୍କେୁ ଗମନ କରାଇବା ନିମନ୍ତେ ପ୍ରବର୍ତ୍ତାଇଛନ୍ତି। ସମାନଙ୍କେ ପୁରାତନ ପଥରେ ବିଘ୍ନ ଜନ୍ମାଇ ଅଛନ୍ତି।
16ଯିହୁଦା ଏକ ଶୂନ୍ଯ ମରୁପ୍ରାନ୍ତର ରେ ପରିଣତ ହବେ। ସମାନେେ ଗମନ କଲା ବେଳେ ଶୀସ୍ ଶବ୍ଦ କରିୟାଆନ୍ତି। ତହିଁର ନିକଟ ଦଇେ ଗମନକାରୀ ପ୍ରେତ୍ୟକକ ଲୋକ ବିସ୍ମିତ ହାଇେ ଆପଣା ମସ୍ତକ ହରାଇବ।
17ଆମ୍ଭେ ପୂର୍ବୀଯ ପବନ ରେ ଚ୍ଛିନ୍ନ ହେଲାପ ରେ ଶତ୍ରୁ ସମ୍ମୁଖ ରେ ସମାନଙ୍କେୁ ଚ୍ଛିନ୍ନଭିନ୍ନ କରିବା। ଆମ୍ଭେ ସମାନଙ୍କେ ବିପଦ ଦିନ ରେ ସମାନଙ୍କେୁ ସାହାୟ୍ଯ ନ କରି ସମାନଙ୍କେ ପ୍ରତି ବିମୁଖ ହବୋ।"
18ଯିରିମିୟଙ୍କ ଶତ୍ରୁଗଣ କହିଲେ, "ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।"
19ହେ ସଦାପ୍ରଭୁ, ମାେ ପ୍ରତି କର୍ଣ୍ଣପାତ କର ଏବଂ ମାେ ସହିତ ୟୁକ୍ତି କରୁଥିବା ଲୋକମାନଙ୍କର କଥା ଶୁଣ।
20ଲୋକେ ମଙ୍ଗଳ ପରିଶାଧେର କ'ଣ ଅମଙ୍ଗଳ କରିବେ ? ତୁମ୍ଭେ ସ୍ମରଣ କର, ମୁଁ କିପରି ସମାନଙ୍କେର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖ ରେ ଛିଡ଼ା ହାଇେଥିଲି ଓ ସମାନଙ୍କେୁ ଦଣ୍ଡ ନ ଦବୋ ପାଇଁ କହିଥିଲି। ମାତ୍ର ସମାନେେ ମାରେ ବିନାଶ ନିମନ୍ତେ ଗର୍ତ୍ତ ଖାେଳି ଅଛନ୍ତି।
21ତେଣୁ ସମାନଙ୍କେର ସନ୍ତାନଗଣ ଦୁର୍ଭିକ୍ଷ ରେ କବଳିତ ହୁଅନ୍ତୁ। ସମାନଙ୍କେର ଶତ୍ରୁ ସମାନଙ୍କେୁ ଖଡ୍ଗ ରେ ପରାସ୍ତ କରନ୍ତୁ। ସମାନଙ୍କେର ସ୍ତ୍ରୀମାନେ ସନ୍ତାନହୀନା ଓ ବିଧବା ହୁଅନ୍ତୁ। ସମାନଙ୍କେର ପୁରୁଷଗଣ ମୃତ୍ଯୁବରଣ କରନ୍ତୁ ଓ ସମାନଙ୍କେର ୟୁବାଗଣ ୟୁଦ୍ଧ ରେ ନିହତ ହୁଅନ୍ତୁ।
22ଯେତବେେଳେ ତୁମ୍ଭେ ହଠାତ୍ ଦଳେ ଚଢ଼ଉକାରୀ ସମାନଙ୍କେ ବିରୁଦ୍ଧ ରେ ଆଣ, ସମାନଙ୍କେର ଗୃହରୁ କ୍ରନ୍ଦନର ସ୍ବର ଶୁଣାଯାଉ। କାରଣ ସମାନେେ ମାେତେ ଧରିବା ପାଇଁ ଗର୍ତ୍ତ ଖାେଳି ଅଛନ୍ତି ଓ ମାେ ଚରଣ ପାଇଁ ଗୋପନ ରେ ଫାନ୍ଦ ବସାଇ ଅଛନ୍ତି।
23ହେ ସଦାପ୍ରଭୁ, ମାରେ ବିନାଶ ପାଇଁ ସମାନଙ୍କେର ଯୋଜନା ତୁମ୍ଭେ ଜାଣୁଅଛ। ସମାନଙ୍କେର ଅଧର୍ମ କ୍ଷମା କର ନାହିଁ। ତୁମ୍ଭ ଦୃଷ୍ଟି ରେ ସମାନଙ୍କେର ପାପ ଲୋପ କର ନାହିଁ। ତୁମ୍ଭେ ସମାନଙ୍କେୁ ବିନାଶ କର। ଆପଣା କୋରଧ ସମାନଙ୍କେ ପ୍ରତି ବ୍ଯବହାର କର।