Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
22 verses
1ହେ ସଦାପ୍ରଭୁ ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର। ଆମ୍ଭମାନଙ୍କ ପ୍ରତି ହାଇେଥିବା ଅପମାନକୁ ଅବଲୋକନ କର।
2ଆମ୍ଭମାନଙ୍କର ଦେଶ ବିଦେଶୀଯମାନଙ୍କର ହସ୍ତଗତ ହାଇେଅଛି। ଆମ୍ଭମାନଙ୍କର ଗୃହସବୁ ପରଦେଶୀଯମାନେ ଅଧିକାର କରିଛନ୍ତି।
3ଆମ୍ଭମାନେେ ଅନାଥ ଓ ପିତୃହୀନ ହାଇେଅଛୁ। ଆମ୍ଭମାନଙ୍କ ମାଆମାନେ ବିଧବା ତୁଲ୍ଯ ହାଇେଛନ୍ତି।
4ଆମ୍ଭମାନେେ ଆମ୍ଭମାନଙ୍କର ନିଜ ଜଳକୁ ରୂପା ଦଇେ ପାନ କରିଅଛୁ ଓ ଆମ୍ଭମାନେେ କାଠ କିଣି ବ୍ଯବହାର କରିଅଛୁ।
5ଆମ୍ଭମାନଙ୍କ ସ୍କନ୍ଧ ରେ ବଳପୂର୍ବକ ୟୁଆଳି ରଖା ୟାଇଛି। ଆମ୍ଭମାନେେ କ୍ଲାନ୍ତ ହାଇେଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।
6ଆମ୍ଭମାନେେ ଖାଦ୍ୟ ରେ ତୃପ୍ତ ହବୋ ନିମନ୍ତେ, ମିଶରୀଯ ଓ ଅଶୂରୀଯମାନଙ୍କ ସହିତ ଚୁକ୍ତିବଦ୍ଧ ହାଇେଅଛୁ।
7ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସମାନେେ ନାହାନ୍ତି। ମାତ୍ର ସମାନଙ୍କେର ପାପର ଭାର ଆମ୍ଭମାନେେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।
8ଦାସମାନେ ଆମ୍ଭମାନଙ୍କର ଶାସକ ହାଇେଛନ୍ତି। ସମାନଙ୍କେ ହସ୍ତରୁ ଉଦ୍ଧାର କରିବାକୁ କହେି ନାହିଁ।
9ପ୍ରାନ୍ତର ରେ ଖଡ୍ଗ ଥିବାରୁ ଆମ୍ଭମାନେେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ।
10କ୍ଷୁଧାର ତାଡ଼ନା ରେ ଆମ୍ଭମାନେେ ଭୟଙ୍କର ଜ୍ବର ରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି ଢ଼ଳା ହାଇେଅଛି।
11ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର ସ୍ତ୍ରୀ ଲୋକମାନଙ୍କୁ ଧର୍ଷଣ କଲେ।
12ସମାନେେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ। ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ।
13ଯିହୁଦାର ୟୁବକଗଣ ଚକି ବହନ କଲେ। ଆଉ ପିଲାମାନେ କାଠ ଭାର ରେ ଝୁଣ୍ଟି ପଡ଼ିଲେ।
14ପ୍ରାଚୀନବର୍ଗ ନଗରଦ୍ବାର ରେ ଆଉ ବସୁ ନାହାଁନ୍ତି ଓ ୟୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହାଇେଅଛନ୍ତି।
15ଆମ୍ଭମାନଙ୍କ ହୃଦଯରୁ ଆନନ୍ଦ ଚାଲି ୟାଇଛି। ଆମ୍ଭମାନଙ୍କ ନୃତ୍ଯ ଶାେକରେ ପରିଣତ ହାଇେଅଛି।
16ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା ଶାଚେନୀୟ ହାଇେଅଛି, କାରଣ ଆମ୍ଭମାନେେ ପାପ କରିଅଛୁ।
17ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହାଇେଅଛି ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହାଇେଅଛି।
18ସିୟୋନ ପର୍ବତ ଅନାଥା ସ୍ଥାନ ହାଇେଅଛି। କୋକିଶିଆଳିମାନେ ତା ଉପ ରେ ଭ୍ରମଣ କରନ୍ତି।
19ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ନିତ୍ଯସ୍ଥାଯୀ। ତୁମ୍ଭ ରାଜ ସିଂହାସନ ପୁରୁଷାନୁକ୍ରମେ ଚିରକାଳ ଥାଏ।
20ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ଯାଗ କରିଅଛ?
21ହେ ସଦାପ୍ରଭୁ ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫରୋଇ ନିଅ। ତହିଁରେ ଆମ୍ଭମାନେେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫରେି ଆସିବୁ। ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର।
22ମାତ୍ର ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ଯନ୍ତ କ୍ରୁଦ୍ଧ ହାଇେଅଛ। ଆଉ ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ?