Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
16 verses
1ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2"ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ସଦାପ୍ରଭୁଙ୍କ ଆଜ୍ଞା ବିଷଯ ରେ କୁହ।
3ଯଦି କହେି ଗାଈ କି ମଷେ କି ଛାଗ ଛାଉଣୀ ମଧିଅରେ ବା ଛାଉଣୀ ବାହା ରେ ବଧ କରେ,
4ସହେି ଲୋକ ସହେି ପ୍ରାଣୀକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ ଓ ସହେି ପ୍ରାଣୀର ଏକ ଅଂଶ ଉପହାର ସ୍ବରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ସେ ଯଦି ତାହା ନକରେ ତବେେ ରକ୍ତପାତର ଅପରାଧ ରେ ଅପରାଧୀ ହବେ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।
5ଏଣୁ ଇଶ୍ରାୟେଲର ସନ୍ତାନଗଣ ନିଜ ନିଜର ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେ ସମସ୍ତ ସମାଗମ ତମ୍ବୁର ଦ୍ବାର ରେ ଯାଜକ ନିକଟକୁ ଆଣିବେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ।
6ତା'ପରେ ସେ ଯାଜକ ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ୟଜ୍ଞବଦେୀ ଉପରେ ସହେି ରକ୍ତ ଛିଞ୍ଚିବେ, ଆଉ ସଦାପ୍ରଭୁଙ୍କୁ ଉପହାର ସ୍ବରୂପ ସହେି ମଦେ ଦଗ୍ଧ କରିବ।
7ତହିଁରେ ସମାନେେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ଯଭିଚାର କରୁଅଛନ୍ତି, ସମାନଙ୍କେ ଉଦ୍ଦେଶ୍ଯ ରେ ଆଉ ବଳିଦାନ କରିବେ ନାହିଁ। ଏହା ସମାନଙ୍କେର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।
8"ତୁମ୍ଭେ ସବୁ ଲୋକଙ୍କୁ କହିବ, ଇଶ୍ରାୟେଲ ବଂଶଜାତ କୌଣସି ଲୋକ କିମ୍ବା ଭ୍ରମଣକାରୀ କିମ୍ବା କୌଣସି ବିଦେଶୀ ଲୋକ ଯବେେ ହାମବେଳି କି ବଳିଦାନ କରେ,
9ତବେେ ସେ ସହେି ବଳିଦାନ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ଯଦି ସେ ତାହା ନକରିବ ତବେେ ସେ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।
10"ଆଉ କୌଣସି ଇଶ୍ରାୟେଲୀୟ କିମ୍ବା ସମାନଙ୍କେ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତବେେ ଆମ୍ଭେ ସହେି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ୍ ରଖିବା।
11କାରଣ ରକ୍ତ ରେ ପ୍ରାଣୀର ଜୀବନ ଥାଏ। ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାଯଶ୍ଚିତ କରିବାକୁ ଆମ୍ଭେ ତାହା ୟଜ୍ଞବଦେୀ ଉପରେ ତୁମ୍ଭମାନଙ୍କୁ ଦଇେଅଛୁ, ଯେ ହତେୁ ପ୍ରାଣର ମୂଲ୍ଯ ରେ ରକ୍ତ ହିଁ ପ୍ରାଯଶ୍ଚିତ କରେ।
12ତେଣୁ ଆମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କହୁଛୁ, ତୁମ୍ଭମାନଙ୍କ ମଧ୍ଯରୁ କହେି ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ।
13"ଆଉ କୌଣସି ଇଶ୍ରାୟେଲୀୟ ହେଉ କିମ୍ବା ସମାନଙ୍କେ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ ହେଉ, ଯଦି ମୃଗଯା କରି କୌଣସି ପଶୁ ବା ପକ୍ଷୀକୁ ଖାଦ୍ୟ ପାଇଁ ବଧ କରେ, ତବେେ ସେ ତାହାର ରକ୍ତ ଭୁମି ରେ ଢାଳି ଧୂଳି ରେ ଢାଙ୍କିବ।
14କାରଣ ସବୁ ପ୍ରାଣୀର ପ୍ରାଣ ରକ୍ତ ରେ ହିଁ ଥାଏ। ଏଣୁ ଆମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କହିଲୁ, ତୁମ୍ଭମାନେେ କୌଣସି ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ। ଯେ ହତେୁ ସକଳ ପ୍ରାଣୀର ରକ୍ତ ହିଁ ତା'ର ପ୍ରାଣ। ଯେ କହେି ତାହା ଭୋଜନ କରେ, ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।
15"ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ଯରୁ ଯେ କହେି ସ୍ବଯଂ ମୃତ କିମ୍ବା ପଶୁ ଭୋଜନ କରେ, ତବେେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହବେ।
16ଯଦି ସେ ତା'ର ବସ୍ତ୍ର ନଧୂଏ କିମ୍ବା ସ୍ନାନ ନକରେ, ତବେେ ସେ ପାପର ଅପରାଧ ବହନ କରିବ।"