Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
28 verses
1ଯଦି ଜଣେ ଜ୍ଞାନୀ ହବୋକୁ ଚା ହେଁ, ସେ ତା'ର ଭୁଲକୁ ଠିକ୍ କରିବାକୁ ଭଲ ପାଏ। ଯେଉଁ ଲୋକ ଅନୁ ଯୋଗ ଘୃଣା କରେ ସେ ମୂର୍ଖ।
2ସତ୍ ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପା'ନ୍ତି। କିନ୍ତୁ ଯେଉଁ ବ୍ଯକ୍ତି କୁପଥ କଳ୍ପନା କରେ, ସେ ଭ୍ରଷ୍ଟ ହବେ।
3କୁପଥ ଦ୍ବାରା କହେି ସୁରକ୍ଷିତ ହବେ ନାହିଁ। କିନ୍ତୁ ଧାର୍ମିକ ଲୋକମାନେ ନିରାପଦ ରେ ରହିବେ।
4ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ।
5ଧାର୍ମିକମାନଙ୍କର ଯୋଜନାସବୁ ଯଥାର୍ଥ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଉପଦେଶ ପ୍ରବଞ୍ଚନାପୂର୍ଣ୍ଣ।
6ଦୁଷ୍ଟମାନେ ରକ୍ତପାତ କରିବାକୁ ସମାନଙ୍କେର ଶବ୍ଦଗୁଡ଼ିକ ବ୍ଯବହାର କରନ୍ତି। କିନ୍ତୁ ନଷ୍ଠାପର ଲୋକମାନଙ୍କର ଶବ୍ଦଗୁଡ଼ିକ ଅନ୍ୟ ଲୋକମାନଙ୍କୁ ବିପର୍ୟ୍ଯଯରୁ ରକ୍ଷା କରନ୍ତି।
7ଦୁଷ୍ଟମାନେ ସମ୍ପୂର୍ଣ୍ଣ ଭାବେ ବିନାଶ ହୁଅନ୍ତି। ସମାନଙ୍କେ ସତ୍ତା ଲୋପ ପାଏ। ମାତ୍ର ଧାର୍ମିକମାନେ ମରିଗଲେ ମଧ୍ଯ ସମାନେେ ସ୍ମୃତି ରେ ହିଁ ରହନ୍ତି।
8ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ଯ ପ୍ରଶଂସିତ ହବେ। କିନ୍ତୁ ସହେି ମନୁଷ୍ଯ ଯାହାର ହୃଦଯ ଦୁଷ୍ଟ ଓ ଜିଦ୍ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ।
9ଯେଉଁ ଲୋକ ତୁଚ୍ଛୀକୃତ ଆଉ ଯାହାର ଦାସ ଅଛି, ସେ ଅନ୍ୟମାନଙ୍କଠାରୁ ଶ୍ ରେଷ୍ଠ, ୟିଏ ନିଜକୁ ମହତ୍ତ୍ବ ବୋଲି ଛଳନା କରେ, କିନ୍ତୁ ତା ପାଖ ରେ ୟଥେଷ୍ଟ ଖାଦ୍ୟ ନ ଥାଏ।
10ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।
11ଯେଉଁ ଲୋକ ଆପଣା ଭୂମି ଚଷେ, ସେ ୟଥେଷ୍ଟ ଆହାର ପାଇବ। ମାତ୍ର ଯେ ବୃଥା ଅଭିମାନ ରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ।
12ଦୁଷ୍ଟ ଲୋକମାନେ କୁକର୍ମକାରୀ ଲୋକମାନଙ୍କର ଫାନ୍ଦକୁ ଆଦରି ନିଅନ୍ତି। ମାତ୍ର ଧାର୍ମିକର ମୂଳ ଫଳଦାୟକ ଅଟେ।
13ଦୁଷ୍ଟର ଓଷ୍ଠ ରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।
14ମନୁଷ୍ଯ ଆପଣା ମୁଖର ଫଳ ଦ୍ବାରା ମଙ୍ଗଳ ରେ ପରିତୃପ୍ତ ହବେ। ଏବଂ ସେ ହସ୍ତକୃତ କର୍ମଫଳ ତାହାକୁ ଭୋଗ କରିବାକୁ ହବେ।
15ଅଜ୍ଞାନର ପଥ ତା'ର ନିଜ ଦୃଷ୍ଟି ରେ ଯଥାର୍ଥ ମାତ୍ର ଜ୍ଞାନବାନ ମାନେ ପରାମର୍ଶ ଶୁଣନ୍ତି।
16ଅଜ୍ଞାନର ବିରକ୍ତି ହଠାତ୍ ପ୍ରକାଶ ପାଏ ; କିନ୍ତୁ ବିଜ୍ଞ ମନୁଷ୍ଯ ଅପମାନକୁ ଉପେକ୍ଷା କରେ।
17ସତ୍ଯବାଦୀମାନେ ନ୍ଯାଯପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ଯାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି।
18ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସମାନଙ୍କେର ଶବ୍ଦଗୁଡ଼ି�� ଦ୍ବିଶାଣିତ ଖଡ୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।
19ମିଥ୍ଯାବାଦୀର କଥା କବଳେ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ଯତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।
20ଅନିଷ୍ଟ ଚିନ୍ତାକାରୀର ହୃଦଯ ରେ ପ୍ରବଞ୍ଚନା ଥାଏ। ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ହୃଦଯ ଆନନ୍ଦପ୍ରଦ ହୁଏ।
21ଧାର୍ମିକ ପ୍ରତି କୌଣସି ବିପର୍ୟ୍ଯଯ ଘଟିବ ନାହିଁ, ମାତ୍ର ଦୁଷ୍ଟ ଲୋକମାନଙ୍କର ବହୁତ ସମସ୍ଯା ହବେ।
22ମିଥ୍ଯାବାଦୀର ଶବ୍ଦଗୁଡ଼ିକ ସଦାପ୍ରଭୁଙ୍କ ଦ୍ବାରା ଘୃଣିତ ଅଟେ। ମାତ୍ର ଯେଉଁମାନେ ସତ୍ଯ କୁହନ୍ତି, ସମାନେେ ତାଙ୍କର ସୁଖକର ଲୋକମାନେ ଅଟନ୍ତି।
23ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ।
24ଜଣେ କର୍ମଶୀଳଙ୍କ ହସ୍ତ କତ୍ତୃର୍ତ୍ବ କରିବ, ମାତ୍ର ଅଳସୁଆ ଲୋକ ଦାସ ହବେ।
25ମନୁଷ୍ଯର ମନୋବ୍ଯଥା ମନକୁ ନତ କରେ। ମାତ୍ର ମଙ୍ଗଳର ବାକ୍ଯ ତାହାର ହରଷ ଜନ୍ମାଏ।
26ଧାର୍ମିକ ଲୋକ ଆପଣା ପ୍ରତିବେଶୀର ଠିକ୍ ପଥ ପ୍ରଦର୍ଶକ, ମାତ୍ର ଦୁଷ୍ଟମାନଙ୍କ ପଥ ସମାନଙ୍କେୁ ଭୁଲାଏ।
27ଅଳସୁଆ ମୃଗଯା ରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ଯମାନଙ୍କର ବହୁମୂଲ୍ଯ ସମ୍ପତ୍ତି ପରିଶ୍ରମର ପକ୍ଷ ରେ ରହେ।
28ଧାର୍ମିକତା ରୂପ ପଥରେ ଜୀବନ ଥାଏ। ପୁଣି ତହିଁର ଗମନ ମାର୍ଗ ରେ ମୃତ୍ଯୁ ନ ଥାଏ।