Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
28 verses
1ଦୁଷ୍ଟ ଲୋମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।
2ଯଦି ଏକ ଦେଶର ଲୋକମାନେ କାହାକୁ ମାନିବେ ନାହିଁ, ତବେେ ସେ ଦେଶର ଅଧିକ ଅଧିପତିମାନେ ସୃଷ୍ଟି ହୁଅନ୍ତି। ମାତ୍ର ସମାନେେ ଖୁବ୍ କମ୍ ସମୟ ପାଇଁ ଶାସନ କରନ୍ତି। କିନ୍ତୁ ଦେଶର ଧାର୍ମିକ ଶାସନକର୍ତ୍ତା ଥିଲେ, ସେ ଅଧିକ ଦିନ ଶାସନ କରିବେ।
3ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଷ କରନ୍ତି, ସହେି ରାଜା ପ୍ଲାବନକାରୀ ବୃଷ୍ଟି ପରି।
4ବ୍ଯବସ୍ଥା ତ୍ଯାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସମାନଙ୍କେୁ ବିରୋଧ କରନ୍ତି।
5ମନ୍ଦ ଲୋକମାନେ ନ୍ଯାଯ ବୁଝନ୍ତି ନାହିଁ। ମାତ୍ର ସଦାପ୍ରଭୁଙ୍କ ଅନ୍ବଷେଣକାରୀମାନେ ଏହି ବିଷଯକୁ ଭଲ ରେ ବୁଝନ୍ତି।
6ଜଣେ ଗରିବ ଲୋକ ୟିଏ ଦୋଷହୀନ ଭାବରେ ଜୀବନୟାପନ କରେ, ସେ ସହେି ଧନୀ ଲୋକଠାରୁ ଉତ୍ତମ ଯାହାର ପଥ କୁପଥଗାମୀ ହାଇେଛି।
7ଯେଉଁ ଲୋକ ବ୍ଯବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର ପୁଣି ଯେ ଭୋକିଲାମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜ୍ଯା ଦିଏ।
8ଯେଉଁମାନେ ସୁଧ ଓ ବୁଦ୍ଧିଦ୍ବାରା ଆପଣା ସମ୍ପତ୍ତି ବୃଦ୍ଧି କରନ୍ତି, ସମାନେେ ଦୀନହୀନ ପାଇଁ ଦୟା କରିବା ପାଇଁ ତାହା ସଞ୍ଚଯ କରନ୍ତି।
9ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।
10ଯେଉଁ ଲୋକ ସରଳ ଲୋକଙ୍କୁ ମନ୍ଦ ପଥରେ ୟିବାକୁ ଭୁଲାଏ। ସେ ନିଜେ ଗାତ ରେ ପଡ଼ିବ। କିନ୍ତୁ ନିରୀହ ଲୋକମାନେ ଉତ୍ତମ ଜିନିଷର ଅଧିକାରୀ ହବେେ।
11ଧନବାନ ଆପଣା ଦୃଷ୍ଟି ରେ ଜ୍ଞାନବାନ। ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚଯ ନିଏ।
12ଧାର୍ମିକମାନେ ଜଯ କଲେ ମହା ଗୌରବ ହୁଏ। ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ, ଲୋକେ ଆପଣାକୁ ଲୁଚାନ୍ତି।
13ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।
14ଯେଉଁ ଲୋକ ସର୍ବଦା ଭୟ ରେଖ, ସେ ଧନ୍ଯ, ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦ ରେ ପଡ଼ିବ।
15ଯମେନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସହେିପରି ଦୀନହୀନ ପ୍ରଜାଙ୍କ ଉପ ରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।
16ଯେଉଁ ଅଧ୍ଯକ୍ଷ ବୁଦ୍ଧିହୀନ, ସେ ମଧ୍ଯ ଆଜି ଉପଦ୍ରବୀ ହୁଏ। ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।
17ଯେଉଁ ଲୋକ କୌଣସି ଲୋକର ରକ୍ତ ରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ୟ୍ଯନ୍ତ ପଳାଇବ। ତାକୁ କହେି ଅଟକାଇବେ ନାହିଁ।
18ସହେି ଜଣେ ୟିଏ ନିର୍ଦ୍ଦୋଶ ଭାବରେ ଜୀବନ ୟାପନ କରେ, ସେ ନଜକୁ ରକ୍ଷା କରେ। କିନ୍ତୁ ଜଣେ ୟିଏ ତା'ର ନଜ ପଥକୁ ବିପଥରେ ନିଏ ସେ ଅକସ୍ମାତ ପଡ଼ିୟିବ।
19ଆପଣା ଭୂମିକୁ ଯେ ଚଷେ, ସେ ୟଥେଷ୍ଟ ଆହାର ପାଇବ। ଯେଉଁ ଲୋକ ଅସାର ଲୋକର ଅନୁଗାମୀ ହବେ, ତାହାର ୟଥେଷ୍ଟ ଦରିଦ୍ରଦା ପାଇବ।
20ବିଶ୍ବସ୍ତ ଲୋକ ଆଶୀର୍ବାଦ ରେ ବର୍ଦ୍ଧିଷ୍ଣୁ ହବେ। ମାତ୍ର ଯେ ଧନବାନ ହବୋକୁ ଅତି ଉଦ୍ଯମ କରେ, ସେ ନିଶ୍ଚିତ ଦଣ୍ଡିତ ହବେ।
21ଜଣେ ବିଚାରକ ଜଣଙ୍କର ମୁହଁ ଦେଖି ବିଚାର କରିବା ଉଚିତ୍ ନୁହେଁ, କିଅବା ଲାଞ୍ଚ ନଇେ ବିଚାର କରିବା ଉଚିତ୍ ନୁହେଁ।
22କୃପଣ ମନୁଷ୍ଯ ଧନୀ ହବୋକୁ ବ୍ଯଗ୍ର। ମାତ୍ର ତାହାକୁ ଦାରିଦ୍ର୍ଯ ଗ୍ରାସ କରିବ ବୋଲି ସେ ଜାଣେ ନାହିଁ।
23ମୁହଁ ରେ ଚାଟୁବାକ୍ଯ କହିବା ଲୋକ ଅପେକ୍ଷା ମନୁଷ୍ଯକୁ ଅନୁୟୋଗ କରିବା ଲୋକ ଶଷେ ରେ ଅଧିକ ଅନୁଗ୍ରହ ପାଏ।
24ଯେ ଆପଣା ମାତା କି ପିତା ଧନ ଅପହରଣ କରି କ ହେ, "ଏଥି ରେ କିଛି ଅଧର୍ମ ନାହିଁ," ସେ ସଂହାରକର ସଙ୍ଗୀ ଅଟେ।
25ଜଣେ ଲୋଭି ମନୁଷ୍ଯ କଳହ ସୃଷ୍ଟି କରେ। କିନ୍ତୁ ସହେି ମନୁଷ୍ଯ ୟିଏ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ସେ ଉନ୍ନତି କରିବ।
26ଯେଉଁ ଲୋକ ନିଜ ବଳ ଉପ ରେ ବିଶ୍ବାସ ରେଖ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନ ରେ ଚାଲେ, ବିପର୍ୟ୍ଯଯରୁ ରକ୍ଷା ପାଇବ।
27ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହବେ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନକେ ଅଭିଶାପ ପାଇବ।
28ଦୁଷ୍ଟମାନେ ଉନ୍ନୀତ ହେଲେ, ଲୋକେ ଆପଣାମାନଙ୍କୁ ଲୁଚାନ୍ତି। ମାତ୍ର ସମାନେେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି।