Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
18 verses
1ଜ୍ଞାନ ତା'ର ଗୃହ ନିର୍ମାଣ କରିଅଛି। ସେ ତା'ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି।
2ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମଜେ ରେ ଖାଦ୍ୟ ସଜାଇ ଅଛି।
3ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡ଼ାକି କ ହେ,
4" ଯେଉଁ ଲୋକର ଅଭିଜ୍ଞତା ନାହିଁ ମାେ ପାଖକୁ ଆସୁ, ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କ ହେ।"
5ଆସ ମାରେ ଖାଦ୍ୟକୁ ଭକ୍ଷଣ କର ଏବଂ ମାରେଦ୍ରାକ୍ଷାରସ ପାନ କର।
6ଅ ବୋଧ ଲୋକମାନଙ୍କର ସାଙ୍ଗ ପରିତ୍ଯାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବଚେନାର ପଥରେ ଚାଲ।"
7ଜଣେ ୟିଏ ଗୋଟିଏ ମନୁଷ୍ଯକୁ ଭତ୍ସନା କରେ, ୟିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ।
8ନିନ୍ଦକକୁ ଅନୁ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଘୃଣା କରିବ। ଜ୍ଞାନୀକୁ ଅନୁୟୋଗ କର, ତହିଁରେ ସେ ତୁମ୍ଭକୁ ପ୍ ରମେ କରିବ।
9ଯଦି ଜ୍ଞାନୀକୁ ଉପଦେଶ ଦବେ ସେ ଆହୁରି ଜ୍ଞାନବାନ ହବେ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ଯକ୍ତିକୁ ଶିକ୍ଷା ଦବେ, ତା'ର ପାଣ୍ଡିତ୍ଯ ବୃଦ୍ଧି ପାଇବ।
10ସଦାପ୍ରଭୁ ବିଷଯକ ଭୟ ଜ୍ଞାନର ଆରମ୍ଭ ଏବଂ ପବିତ୍ର ସ୍ବରୂପଙ୍କ ବିଷଯକ ଜ୍ଞାନର ସୁବିବଚେନା ଅଟେ।
11କାରଣ ମାେଦ୍ବାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବି ହବେ।
12ଯଦି ତୁମ୍ଭେ ଜ୍ଞାନୀ ଅଟ, ତବେେ ନିଜକୁ ନିଜେ ତୁମ୍ଭେ ଲାଭବାନ ହବେ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ।
13ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ବର ରେ ନିର୍ବୋଧ ବିଷଯ ରେ କ ହେ। ସେ କିଛି ବୁଝିପା ରେ ନାହିଁ।
14ସେ ଆପଣା ଗୃହଦ୍ବାର ନିକଟରେ ଓ ନଗର ରେ ଉଚ୍ଚ ସ୍ଥାନ ରେ ଆସନ ପାରି ବସିବ।
15ଯେତବେେଳେ ଲକମାନେେ ନିଜ ନିଜ ପଥରେ ସଳଖ କରିୟା'ନ୍ତି, ସହେି ପଥିକମାନଙ୍କୁ ଡ଼ାକି କ ହେ,
16" ଯେ ଅବୋଧ ସେ ଏଠାକୁ ଆସୁ," ସେ ମୂର୍ଖ ଲୋକକୁ ଏହି କଥା କ ହେ।
17କିନ୍ତୁ ସେ କ ହେ, "ଯଦି ତୁମ୍ଭେ ଜଳ ଚୋରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଚୋରି କର, ତାହା ତୁମ୍ଭ ନିଜ ଦ୍ବାରା ପ୍ରସ୍ତୁତ ରୋଟୀଠାରୁ ସ୍ବାଦିଷ୍ଟ।"
18ସହେି ମୂର୍ଖ ଲୋକମାନେ ଜାଣନ୍ତି ନାହିଁ ଯେ ମୃତ ପ୍ ରତାେତ୍ମା ତା'ର ଗୃହ ରେ ଅଛି ବୋଲି, ଏବଂ ତା'ର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନ ରେ ଅଛନ୍ତି ବୋଲି।