Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
26 verses
1ହେ ପରମେଶ୍ବର, ଆମ୍ଭେ ତୁମ୍ଭ ବିଷଯରେ ଶୁଣିଅଛୁ। ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୁର୍ବରେ ତୁମ୍ଭେ ୟାହାସବୁ କରିଥିଲ ତାହା ଆମ୍ଭମାନେେ ଶୁଣିଅଛୁ। ସମାନେେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
2ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ଯକୁ ସମାନଙ୍କେଠାରୁ ଛଡ଼ାଇ ନଇେ ତାହା ଆମ୍ଭମାନଙ୍କୁ ଦଇେଅଛ। ତୁମ୍ଭେ ସହେି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। ତୁମ୍ଭେ ସମାନଙ୍କେୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ଯ କରିଛ।
3ଆମ୍ଭର ପିତୃପୁରୁଷଙ୍କ ଖଡ୍ଗ ଦ୍ବାରା ଏ ରାଜ୍ଯ ମିଳି ନାହିଁ। ସମାନଙ୍କେର ବଳିଷ୍ଠ ବାହୁ ୟୁଗଳ ସମାନଙ୍କେୁ ବିଜଯୀ କରି ନାହିଁ। ଏହା କବଳେ ସମ୍ଭବ ହାଇେଛି, ତୁମ୍ଭେ ସମାନଙ୍କେ ସାଙ୍ଗରେ ଥିଲ। ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। କାରଣ ତୁମ୍ଭେ ସମାନଙ୍କେୁ ଭଲ ପାଉଥିଲ।
4ହେ ମାରେ ପରମେଶ୍ବର, ତୁମ୍ଭେ ମାରେ ରାଜା ଅଟ। ଆଜ୍ଞା ଦିଅ ଓ ୟାକୁବର ଲୋକଙ୍କୁ ମୁକ୍ତ କରାଅ।
5ହେ ମାରେ ପରମେଶ୍ବର, ତୁମ୍ଭରି ସାହାୟ୍ଯରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦବେୁ। ତୁମ୍ଭର ନାମକୁ ନଇେ ଆମ୍ଭମାନେେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଚାଲିୟିବୁ।
6ମୁଁ ମାରେ ଧନୁରେ ବିଶ୍ବାସ କରେ ନାହିଁ, କିଅବା ମାରେ ଖଣ୍ଡା ମାେତେ ରକ୍ଷା କରିପାରିବ ନାହିଁ।
7ହେ ପରମେଶ୍ବର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ। ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ।
8ଆମ୍ଭେ ସାରାଦିନ ପରମେଶ୍ବରଙ୍କ ପ୍ରଶଂସା କରିଛୁ। ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ।
9କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଛାଡ଼ି ଚାଲିଗଲ। ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ। ତୁମ୍ଭେ ଆମ୍ଭ ସହିତ ୟୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।
10ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ। ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନଇଗେଲେ।
11ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ଯ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ। ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଛ।
12ହେ ପରମେଶ୍ବର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ଯରେ ବିକ୍ରୀ କରି ଦେଉଛି ଓ ସମାନଙ୍କେର ଉଚିତ୍ ଦାମ ପାଇଁ ମଧ୍ଯ ଆଲୋଚନା କରି ନାହିଁ।
13ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ। ସମାନେେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
14ତୁମ୍ଭେ ଆମ୍ଭକୁ ଏକ ବିପର୍ୟ୍ଯଯର କାହାଣୀରେ ପରିଣତ କରିଛ, ୟାହା ଲୋକମାନେ କହୁଛନ୍ତି। ଯେଉଁ ଲୋକଙ୍କର ନିଜର ରାଜ୍ଯ ମଧ୍ଯ ନାହିଁ, ସମାନେେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି।
15ଲଜ୍ଜାରେ ମୁଁ ଢ଼ାଙ୍କି ହାଇୟୋଇଛି। ସାରାଦିନ ମୁଁ ସହେି ତିରସ୍କାର ଦେଖୁଛି।
16ଲୋକମାନେ ୟାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ, ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମାରେ ଶତ୍ରୁ।
17ହେ ପରମେଶ୍ବର, ଆମ୍ଭେ ତୁମ୍ଭକୁ ଭୁଲି ୟାଇ ନାହୁଁ। ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ। ଯେତବେେଳେ ତୁମ୍ଭର ନିଯମକୁ ସ୍ବୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭମାନେେ ମିଥ୍ଯା କହି ନାହୁଁ।
18ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭ ନିକଟରୁ ଦୂରଇେ ୟାଇ ନାହୁଁ। ଆମ୍ଭମାନେେ ତୁମ୍ଭକୁ ଅନୁସରଣ କରିବାରେ ପଛଇେ ନାହୁଁ।
19ହେ ପରମେଶ୍ବର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ। ଯେଉଁଠାରେ ଶୃଗାଳମାନେ ବାସ କରନ୍ତି। ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦଲେ ୟାହା ମୃତ୍ଯୁଭଳି ଗାଢ଼ ଅନ୍ଧକାର ଅଟେ।
20ଆମ୍ଭେ କ'ଣ ଆମ୍ଭ ପରମେଶ୍ବରଙ୍କ ନାମ ଭୁଲି ୟାଇଛୁ ? ଆମ୍ଭେ କ'ଣ ଅନ୍ୟ କୌଣସି ଦବେତାଙ୍କୁ ଡ଼ାକିଛୁ ? ନା।
21ପ୍ରକୃତରେ ପରମେଶ୍ବର ସେ ସବୁ କଥା ଜାଣନ୍ତି। ସେ ମଧ୍ଯ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।
22ହେ ପରମେଶ୍ବର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ଯୁବରଣ କରୁଛୁ। ଆମ୍ଭେ ହେଉଛୁ ସହେି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ଯା କରିବାକୁ ନିଆ ଯାଉଥାଏ।
23ମାରେ ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ। କାହିଁକି ତୁମ୍ଭେ ଶାଇେ ରହିଛ ? ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିୟାଅ ନାହିଁ।
24ହେ ପରମେଶ୍ବର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ। ତୁମ୍ଭେ କ'ଣ ଆମ୍ଭର ଦୁଃଖ ଓ ୟନ୍ତ୍ରଣା ସବୁ ଭୁଲି ୟାଇଅଛ।
25ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠଲେି ଦିଆ ହାଇେଛି। ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି।
26ହେ ପରମେଶ୍ବର, ଜାଗ୍ରତ ହୁଅ। ଆମ୍ଭକୁ ସାହାୟ୍ଯ କର। ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ହତେୁ ଆମ୍ଭମାନଙ୍କୁ ଉଦ୍ଧାର କର।