Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
9 verses
1ହେ ସର୍ବଗୋଷ୍ଠୀଯମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
2ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜ ଅଟନ୍ତି।
3ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାୟ୍ଯ କରନ୍ତି। ସେ ସହେି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
4ପରମେଶ୍ବର ଆମ୍ଭମାନଙ୍କୁ ଦେଶ ଦବୋ ପାଇଁ ମନୋନୀତ କରିଛନ୍ତି। ସେ ୟାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥଲେ।
5ସଦାପ୍ରଭୁ ଯେତବେେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି ସେତବେେଳେ ତୂରୀ ଓ ଜଯଜଯକାର ନାଦରେ ଗଗନ ପବନ ମୁଖରିତ ହୁଏ।
6ପରମେଶ୍ବରଙ୍କ ଗୁଣ କୀର୍ତ୍ତନ କର। ତାଙ୍କର ପ୍ରଶଂସାରେ ଶତ ମୁଖର ହାଇେ ଉଠ। ଆମ୍ଭର ରାଜାଙ୍କୁ ପ୍ରଶଂସା କର। ତାଙ୍କର ମହିମା ଗାନ କର।
7ପରମେଶ୍ବର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା। ତଣେୁ ତାଙ୍କର ମହିମା ଗାନ କର।
8ପରମେଶ୍ବର ତାଙ୍କର ପବିତ୍ର ସିଂହାସନରେ ବସନ୍ତି। ପରମେଶ୍ବର ସମସ୍ତ ରାଜ୍ଯମାନଙ୍କୁ ଶାସନ କରନ୍ତି।
9ସହେି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ଓ ସମାନେେ ଅବ୍ରହାମର ପରମେଶ୍ବରଙ୍କ ରାଜ୍ଯର ଲୋକମାନଙ୍କ ସହିତ ମିଶନ୍ତି। ସହେିସବୁ ନେତାମାନେ ପରମେଶ୍ବରଙ୍କ ଆଶ୍ରିତ। ପରମେଶ୍ବର ସମାନଙ୍କେ ଉର୍ଦ୍ଧ୍ବରେ ଅଟନ୍ତି।