Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
8 verses
1ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।
2ପରମେଶ୍ବର କହନ୍ତି, "ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ଅନ୍ଯାଯ ବିଚାର କରିବ ? ତୁମ୍ଭେ କେତକୋଳ ପର୍��୍ଯନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ ?"
3"ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର। ଅତ୍ଯାଚାରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ଯାଯ ବ୍ଯବହାର କର।
4ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର। ଦୁଷ୍ଟଗଣର ହସ୍ତରୁ ସମାନଙ୍କେୁ ରକ୍ଷା କର।
5"ୟାହାସବୁ ଘଟୁଛି ସମାନେେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସମାନେେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସମାନଙ୍କେର ପୃଥିବୀ ସମାନଙ୍କେର ଚତୁଃପାଶର୍ବରେ ତଳକୁ ପଡ଼ୁଛି।"
6ମୁଁ (ପରମେଶ୍ବର) କହିଲି, "ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।
7ତଥାପି ତୁମ୍ଭମାନେେ ମନୁଷ୍ଯ ପରି ମରିବ। ତୁମ୍ଭେ ରାଜକୁମାର ପରି ମୃତ୍ଯୁବରଣ କରିବ।"
8ହେ ପରମେଶ୍ବର, ଉଠ! ପୃଥିବୀର ବିଚାର କର !ସମସ୍ତ ଜାତିଗଣ ତୁମ୍ଭର ଅଟେ।