Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
11 verses
1ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ବର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ବାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶାେଭା ପାଉଥିଲା। ତାହାଙ୍କର ମୁଖ ସୂର୍ୟ୍ଯଙ୍କ ପରି ଉଜ୍ଜ୍ବଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା।
2ସହେି ଦୂତଙ୍କ ହାତ ରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ।
3ସେ ସିଂହ ଗର୍ଜନ ପରି ଜାରେ ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତବଜ୍ର ତାହାର ଉତ୍ତର ଦେଲେ।
4ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହଲିେ। ସେତବେେଳେ ମାେତେ ଆକାଶବାଣୀ ଶୁଭିଲା, "ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସଗେୁଡ଼ିକ ଗୁପ୍ତ ରଖ।"
5ତା'ପରେ ସହେି ସ୍ବର୍ଗଦୂତ ଯକେି ସମୁଦ୍ର ଓ ପୃଥିବୀ ଉପରେ ପାଦଦଇେ ଠିଆ ହାଇେଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ବର୍ଗକୁ ଉଠାଇଲେ।
6ଯେ ନିତ୍ଯଜୀବିତ, ଯେ ଆକାଶ ଓ ତନ୍ମଧ୍ଯସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ଯସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମ ରେ ସହେି ସ୍ବର୍ଗଦୂତ ଶପଥକରି କହିଲେ, "ଆଉ ଅଧିକ ବିଳମ୍ବ ହବେ ନାହିଁ।
7କିନ୍ତୁ ସପ୍ତମ ଦୂତ ସହେି ଦିନମାନଙ୍କ ରେ ତୂରୀ ବଜାନ୍ତେ ପରମେଶ୍ବର ଆପଣା ସବେକ ଭବିଷ୍ଯତ୍ ବକ୍ତାମାନଙ୍କୁ କହିଥିବା ବାକ୍ଯ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହବେ।"
8ତା'ପରେ ମୁଁ ସହେି ସ୍ବର ସ୍ବର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ବର ମାେତେ କହିଲା, "ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହାଇେଥିବା ଦୂତଙ୍କ ହାତରୁ ଖାେଲା ଚର୍ମପତ୍ରଟି ନିଅ।"
9ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମାେତେ କହିଲେ, "ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପଟେକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।"
10ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନଲେି ଓ ଖାଇଲି। ମାେ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତବେେଳେ ମୁଁ ଏହାକୁ ଢ଼ୋକିଲି, ପଟେ ରେ ଏହା ଖଟା ଲାଗିଲା।
11ତା'ପରେ ସମାନେେ ମାେତେ କହିଲେ, "ଅନକେ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟ ରେ ତୁମ୍ଭକୁ ଆହୁରି ଭବିଷ୍ଯଦ୍ ବାଣୀ କହିବାକୁ ପଡ଼ିବ।"