Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
13 verses
1ତା'ପ ରେ ଉପରକୁ ଗ୍ଭହିଁଲି, ଏବଂ ହସ୍ତ ରେ ପରିମାପକ ରଜ୍ଜୁ ଧରିବାକୁ ଏକ ବ୍ଯକ୍ତିଙ୍କୁ ଦେଖିଲି।
2ମୁଁ ତାଙ୍କୁ ପଗ୍ଭରିଲି, "ତୁମ୍ଭେ କେଉଁଆଡେ ଯାଉଅଛ?"
3ତା'ପ ରେ ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରି ଆସିଲେ ଏବଂ ଅନ୍ୟ ଜଣେ ସ୍ବର୍ଗଦୂତ ବାହାରି ତାଙ୍କ ସହିତ କଥା ହେଲେ।
4ସେ ତାଙ୍କୁ କହିଲେ, " ଦୌଡିକରି ୟାଅ ଏବଂ ସହେି ୟୁବକଙ୍କୁ କୁହ!
5ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତା'ର ଚତୁର୍ଦ୍ଦିଗ ରେ ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ଯ ହବୋ। ଆମ୍ଭେ ତାକୁ ଆମ୍ଭର ମହିମା ରେ ପୂର୍ଣ୍ଣ କରିବା।"'
6ସଦାପ୍ରଭୁ କୁହନ୍ତି, "ଉତ୍ତର ଦେଶରୁ ପଳାଯନ କର। ହଁ, ଏହା ସତ୍ଯ ଯେ, ଆମ୍ଭେ ତୁମ୍ଭର ଲୋକମାନଙ୍କୁ ଆକାଶର ଚତୁର୍ଦ୍ଦିଗ ବାଯୁ ତୁଲ୍ଯ ବିସ୍ତୃତ କରିଅଛୁ।
7ବର୍ତ୍ତମାନ ବାବିଲ ରେ ବାସ କରୁଥିବା, ତୁମ୍ଭେ ସିୟୋନର ଲୋକମାନେ, ତୁମ୍ଭମାନଙ୍କର ମୁକ୍ତି ପାଇଁ ଦୌଡ଼ନ୍ତି। ସହେି ନଗରୀରୁ ଶୀଘ୍ର ଦୂରକୁ ଗ୍ଭଲିୟାଅ।" ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ କୁହନ୍ତି।
8" ସେ ଆମ୍ଭକୁ ସହେି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫରୋଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭମାନେେ ତାଙ୍କର ଗୌରବ।
9ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ। କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସମାନଙ୍କେ ବିରୁଦ୍ଧ ରେ ଉଠାଇବା ଏବଂ ସହେି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ବାରା ଲୁଟିତ ହବେେ। ତା'ପ ରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ ମାେତେ ପଠାଇଥିଲେ।"
10ସଦାପ୍ରଭୁ କୁହନ୍ତି, " ହେ ସିୟୋନର କନ୍ଯା ଆନନ୍ଦ ରେ ଚିତ୍କାର କର ଏବଂ ଖୁସି ହୁଅ। କାରଣ ତୁମ୍ଭ ସହିତ ନଗର ରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ।
11ସହେି ଦିନ ରେ, ଅନକେ ଦେଶର ଲୋକମାନେ ପରମେଶ୍ବରଙ୍କ ନିକଟକୁ ଆସିବେ। ସମାନେେ ଆମ୍ଭର ଲୋକ ହବେେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ବାସ କରିବା।" ସେତବେେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମାେତେ ତୁମ୍ଭ ନିକଟକୁ ପ୍ ରରଣେ କରିଛନ୍ତି।
12ସହେି ପବିତ୍ର ଭୂମିରେ ଯିହୁଦା ପରମେଶ୍ବରଙ୍କର ଅଂଶ ହବେ। ସଦାପ୍ରଭୁ ପୁନର୍ବାର ୟିରୁଶାଲମକୁ ତାଙ୍କର ସ୍ବତନ୍ତ୍ର ନଗରରୂପେ ବାଛିବେ।
13ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।