Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
10 verses
1ପାଉଲ, ସିଲ୍ବାନ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।
2ପ୍ରାର୍ଥନା କଲା ବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଉ।
3ଆମ୍ଭମାନଙ୍କର ପରମପିତା ପରମେଶ୍ବରଙ୍କୁ ଆମ୍ଭ ପ୍ରାର୍ଥନା ରେ ନିବଦନେ କଲା ବେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ବିଶ୍ବାସ ହତେୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ଯବାଦ ଦେଉ। ତୁମ୍ଭମାନେେ ତୁମ୍ଭମାନଙ୍କର ପ୍ ରମେ ହତେୁ ଯେଉଁ କାର୍ୟ୍ଯ କରିଛ, ସେଥିପାଇଁ ତାହାଙ୍କୁ ଧନ୍ଯବାଦ ଦେଉ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭରସା ହତେୁ ତୁମ୍ଭମାନେେ ଦୃଢ଼ ହାଇେ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ଯବାଦ ଅର୍ପଣ କରୁଛୁ।
4ଭାଇ ଓ ଭଉଣୀମାନେ! ପରମେଶ୍ବର ତୁମ୍ଭକୁ ପ୍ ରମେ କରନ୍ତି। ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି।
5ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚାର କହିଛୁ। କିନ୍ତୁ ଆମ୍ଭେ କବଳେ ଶବ୍ଦ ବ୍ଯବହାର କରି ନାହୁଁ। ସହେି ସୁସମାଚାର ଆମ୍ଭେ ଶକ୍ତି ଓ ପବିତ୍ର ଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ଯ। ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ କିଭଳି ଜୀବନ ବିତାଉଥିଲୁ, ସଭେଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ଚାହୁଁଥିଲୁ।
6ଏବେ ତୁମ୍ଭମାନେେ ମଧ୍ଯ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି ହାଇଯୋଇଛ। ଅତ୍ଯଧିକ କଷ୍ଟ ପାଇଲା ପରେ ମଧ୍ଯ ତୁମ୍ଭମାନେେ ସହେି ଶିକ୍ଷାକୁ ଆନନ୍ଦ ରେ ଗ୍ରହଣ କରିଛ। ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି।
7ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକମାନଙ୍କ ପାଇଁ ତୁମ୍ଭମାନେେ ଆଦର୍ଶ ହାଇେଥିଲ।
8ମାକିଦନିଆ ଓ ଆଖାଯା ରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହାଇେଥିଲା। ପ୍ରେତ୍ୟକକ ସ୍ଥାନ ରେ ପରମେଶ୍ବରଙ୍କଠା ରେ ତୁମ୍ଭ ବିଶ୍ବାସ ପରିଚିତ ହାଇେଛି। ଅତଏବ ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଆମ୍ଭର କିଛି କହିବାର ଆବଶ୍ଯକ ନାହିଁ।
9ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।
10ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଙ୍କର ସ୍ବର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ବର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଛନ୍ତି। ପରମେଶ୍ବରଙ୍କ ଆଗାମୀ କୋରଧପୂର୍ଣ୍ଣ ବିଚାରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।