Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
18 verses
1ମାଲିକମାନେ ! ଯାହା ସୁନ୍ଦର ଓ ଯଥାର୍ଥ ତାହା ତୁମ୍ଭ ସବେକମାନଙ୍କୁ ଦିଅ। ମନରେଖ ଯେ ସ୍ବର୍ଗ ରେ ତୁମ୍ଭମାନଙ୍କର ମଧ୍ଯ ଜଣେ ମାଲିକ ଅଛନ୍ତି।
2ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲା ବେଳେ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ।
3ଆମ୍ଭ ପାଇଁ ମଧ୍ଯ ପ୍ରାର୍ଥନା କର। ପରମେଶ୍ବରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ବରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟ ରେ ପରମେଶ୍ବର ଯେଉଁ ଗୁପ୍ତ ସତ୍ଯ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଚାର କରିପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ଯ ପ୍ରଚାର କରୁଛି ବୋଲି ମୁଁ କାରାଗାର ରେ ବନ୍ଦୀ।
4ମୁଁ ଯେପରି ଏହି ସତ୍ଯ ଲୋକମାନଙ୍କ ଆଗ ରେ ସ୍ପଷ୍ଟ କରିପାରିବି, ସେଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍।
5ଅବିଶ୍ବାସୀ ଲୋକମାନଙ୍କ ସହିତ ବ୍ଯବହାର କଲା ବେଳେ ବୁଦ୍ଧି ସହ ବ୍ଯବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପୟୋଗ କର।
6କଥାବାର୍ତ୍ତା କଲା ବେଳେ, ସବୁବେଳେ ଦୟାଭାବ ରଖ ଓ ବିବକେୀ ହୁଅ। ତବେେ ତୁମ୍ଭମାନେେ ସମସ୍ତଙ୍କୁ ଉଚିତ ଉତ୍ତର ଦବୋକୁ ସକ୍ଷମ ହବେ।
7ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମାରେ ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ବାସୀ ସବେକ ଓ ମାେ ସହିତ ପ୍ରଭୁଙ୍କର ଜଣେ ସବେକ ଅଟନ୍ତି। ମାେ ସହିତ ଏଠା ରେ ଯାହା କିଛି ଘଟୁଛି, ସହେି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ।
8ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭମାନେେ କିପରି ଅଛୁ, ତାହା ତୁମ୍ଭମାନେେ ଜାଣ।
9ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠା ରେ ଥିବା ଜଣେ ବିଶ୍ବାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠା ରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ।
10ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମାେ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟ ରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ବାଗତ କରିବ)।
11ୟୁସ୍ତ ନାମ ରେ ମଧ୍ଯ ଖ୍ଯାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ୟିହୁଦୀ ବିଶ୍ବାସୀମାନଙ୍କ ମଧିଅରେ କବଳେ ଏମାନେ ପରମେଶ୍ବରଙ୍କ ରାଜ୍ଯ ପାଇଁ ମାେ ସହିତ କାମ କରନ୍ତି। ସମାନେେ ଏପର୍ୟ୍ଯନ୍ତ ମାରେସାନ୍ତ୍ବନାର କାରଣ ହାଇେଛନ୍ତି।
12ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସବେକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭମାନେେ ଆଧ୍ଯାତ୍ମିକ ଭାବରେ ପରିପକ୍ବ ହୁଅ, ଓ ପରମେଶ୍ବର ଯାହା କିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି।
13ସେ ତୁମ୍ଭମାନଙ୍କ ପାଇଁ ଲାଅଦିକୀଆ ଏବଂ ହିଏରାପଲିର ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି ବୋଲି ମୁଁ ଜାଣେ।
14ଦୀମା ଓ ଆମ୍ଭର ପ୍ରିୟ ବୈଦ୍ଯ ଲୂକ ନମସ୍କାର କରୁଛନ୍ତି।
15ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁମ୍ଫା ଓ ତାଙ୍କ ଘ ରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ।
16ଏହି ପତ୍ରଟି ତୁମ୍ଭ ପାଖ ରେ ପଢ଼ା ଯାଇ ସାରିଲା ପରେ, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ ଯେଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ଯ ତୁମ୍ଭମାନେେ ପଢ଼।
17ଆର୍ଖିପ୍ପଙ୍କୁ କୁହ : "ପ୍ରଭୁ ଯେଉଁ କାମ ତୁମ୍ଭକୁ ଦଇେଛନ୍ତି, ତାହା ତୁମ୍ଭେ ନିଶ୍ଚିତ ହାଇେ କର।"
18ମୁଁ ପାଉଲ, ନିଜ ହସ୍ତାକ୍ଷର ରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛି। ମାରେ ବନ୍ଦୀଦଶା ସ୍ମରଣ କର। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କର ଅନୁଗ୍ରହ ରହୁ। ଆମେନ୍।