Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
18 verses
1ଆମ୍ଭେ କ'ଣ ପୁନର୍ବାର ନିଜ ପ୍ରଶଂସା ନିଜେ କରିବାକୁ ଆରମ୍ଭ କରିଅଛୁ ? ଆମ୍ଭେ କ'ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନବୋ ଦରକାର କି ? କେତକେ ଲୋକ ଏପରି କରନ୍ତି।
2ତୁମ୍ଭମାନେେ ନିଜେ ଆମ୍ଭର ପ୍ରଶଂସା ପାତ୍ର ଅଟ। ଏହା ଆମ୍ଭ ହୃଦୟ ରେ ଲେଖି ହାଇେ ରହିଛି। ଏହା ସମସ୍ତଙ୍କୁ ଜଣା ଓ ସମସ୍ତେ ତାହାକୁ ପଢ଼ି ପାରିବେ।
3ଏହା ସ୍ପଷ୍ଟ ଯେ, ତୁମ୍ଭମାନେେ ଆମ୍ଭ ମାଧ୍ଯମ ରେ ଖ୍ରୀଷ୍ଟଙ୍କ ପ୍ ରରେିତ ଏକ ପତ୍ର ସ୍ବରୂପ। ଏହି ଚିଠିଟି କାଳି ରେ ନୁହେଁ, ମାତ୍ର ଜୀବନ୍ତ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଲଖାେ ଯାଇଛି। ଏହା ପ୍ରସ୍ତର ଫଳକ ଉପରେ ଖାଦେିତ ନୁହେଁ ବରଂ ମନୁଷ୍ଯର ହୃଦୟ ରେ ଲିଖିତ।
4ଯୀଶୁ ଖ୍ରୀଷ୍ଟଙ୍କ ହତେୁ ପରମେଶ୍ବରଙ୍କ ଠା ରେ ଆମ୍ଭର ନିଶ୍ଚିତ ଭରସା ଥିବାରୁ ଆମ୍ଭେ ଏହା କହି ପାରୁ।
5ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରିପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ଯ ପରମେଶ୍ବରଙ୍କଠାରୁ ପ୍ରାପ୍ତ ହାଇେଛି।
6ସେ ଆମ୍ଭକୁ ଗୋଟିଏ ନୂତନ ଚୁକ୍ତିର ସବେକ ହବୋ ପାଇଁ ଯୋଗ୍ଯ ବିବଚେିତ କରିଛନ୍ତି। ଏହା ଲିଖିତ ନିୟମ ନୁହେଁ, ବରଂ ଆତ୍ମାର ଗୋଟିଏ ଚୁକ୍ତି ଅଟେ। ଲିଖିତ ନିୟମ ମୃତ୍ଯୁ ଆଣେ। କିନ୍ତୁ ଆତ୍ମା ଜୀବନ ପ୍ରଦାନ କରେ।
7ମୃତ୍ଯୁଦାୟକ ସବୋର ବ୍ଯବସ୍ଥା ଶିଳା ଲଖାେ ହାଇେ ଥିଲା। ଏହା ପରମେଶ୍ବରଙ୍କ ମହିମା ରେ ପୂର୍ଣ୍ଣ ଥିଲା। ତଦ୍ଦ୍ବାରା ମାଶାଙ୍କେ ଚେ ହରୋ ଏତେ ତଜେସ୍ବୀ ହେଲା ଯେ, ଇଶ୍ରାୟେଲର ଲୋକେ ତାହାଙ୍କ ଚେ ହରୋକୁ ଦେଖି ମଧ୍ଯ ପାରିଲେ ନାହିଁ। ଏହି ତଜେ ପରେ ଲୋପ ପାଇଗଲା।
8ତା ହେଲେ ଆତ୍ମାଙ୍କର ଜୀବନଦାୟକ ସବୋ କେତେ ଅଧିକ ମହିମାୟୁକ୍ତ ନ ହବେ ?
9ଯାହା ଲୋକମାନଙ୍କୁ ଦୋଷୀ ପ୍ରମାଣିତ କରେ ସଭେଳି ସବୋ ରେ ଯଦି ପ୍ରଭୁଙ୍କ ମହିମା ଅଛି ; ତା' ହେଲେ ଯେଉଁ ସବୋ ଲୋକମାନଙ୍କୁ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଗଣିତ କରେ, ତାହାର ମହିମା ନିଶ୍ଚିତଭାବେ ଅଧିକ ହବେ।
10ପୁରାତନ ସବୋ ରେ ମହିମା ଥିଲା, କିନ୍ତୁ ଅଧିକ ମହିମାୟୁକ୍ତ ନୂତନ ସବୋ ସହିତ ତୁଳନା କଲେ, ସହେି ପ୍ରଥମ ମହିମା କିଛି ନୁହେଁ।
11ଯେଉଁ ସବୋ ଅଦୃଶ୍ଯ ହେଲା, ତାହା ଯଦି ମହିମା ସହିତ ଆସିଥିଲା, ତା' ହେଲେ ଏହି ଅନନ୍ତ କାଳସ୍ଥାଯୀ ସବୋ ଅତ୍ଯଧିକ ମହିମାମୟ ହବୋ ସ୍ବାଭାବିକ।
12ଆମ୍ଭମାନଙ୍କଠା ରେ ଏହି ପ୍ରକାରର ଭରସା ରଖିଥିବା ହତେୁ ଆମ୍ଭେ ଅତି ସାହସୀ।
13ଆମ୍ଭେ ମାଶାଙ୍କେ ଭଳି ନୋହୁଁ। ସେ ନିଜ ମୁଖ ମଣ୍ଡଳ ଉପରେ ଗୋଟିଏ ଆବରଣ ପକାଇଥିଲେ। ଇଶ୍ରାୟେଲର ଲୋକେ ଯେପରି ତାହାଙ୍କ ମୁହଁକୁ ଦେଖି ନ ପାରିବେ ତେଣୁ ମାଶାେ ମୁଖ ଆଚ୍ଛାଦନ କରିଥିଲେ। ତହିଁର ମହିମା କମି କମି ଯାଉଥିଲା, ଓ ଲୋକେ ଏହି ସବୋର ଅନ୍ତ ଦେଖନ୍ତୁ, ମାଶାେ ଏହା ଇଚ୍ଛା କରୁ ନ ଥିଲେ।
14କିନ୍ତୁ ସମାନଙ୍କେର ମନଗୁଡ଼ିକ ଅବରୁଦ୍ଧ ହାଇେ ଯାଇଥିଲା। ଏପରିକି ଆଜି ମଧ୍ଯ ସମାନେେ ଯେତବେେଳେ ପୁରାତନ ଚୁକ୍ତିକୁ ପଢ଼ନ୍ତି ସହେି ଆବରଣଟି ଅର୍ଥକୁ ଲୁଚାଇ ରେଖ। ସେ ଆବରଣ କଢ଼ା ଯାଇ ନାହିଁ। କବଳେ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି।
15କିନ୍ତୁ ଏପରି କି ଆଜି ଯେତବେେଳେ ଏହି ଲୋକମାନେ ମାଶାଙ୍କେ ନିୟମକୁ ପଢ଼ନ୍ତି, ସହେି ଆବରଣ ହତେୁ ସମାନେେ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ।
16କିନ୍ତୁ ଜଣେ ଲୋକ ଯେତବେେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସହେି ଆବରଣଟି ବାହାର କରିଦିଆ ଯାଏ।
17ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠା ରେ ପ୍ରଭୁଙ୍କର ଆତ୍ମା ବିଦ୍ଯମାନ, ସହେିଠା ରେ ସ୍ବାଧୀନତା ଅଛି।
18ଆମ୍ଭ ଚେ ହରୋଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରିପାରୁ। ଆମ୍ଭେ ତାହାଙ୍କ ଭଳି ହବୋକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତ ରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।