Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
14 verses
1ରାଜା ସିଦିକିଯ ମଲ୍କିଯର ପୁତ୍ର ପଶ୍ହୂରକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ସଦାପ୍ରଭୁଙ୍କର ବାକ୍ଯ ଦଇେ ଯିରିମିୟ ନିକଟକୁ ପଠାଇଲେ।
2ପଶ୍ହୂର ଓ ସଫନିଯ ଯିରିମିୟଙ୍କୁ କହିଲେ, "ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷ ରେ ସମସ୍ତ ଆଶ୍ଚର୍ୟ୍ଯ କ୍ରିଯା କରିପାରନ୍ତି, ଯେପରି ସେ ଅତୀତ ରେ କରିଥିଲେ। ଆଉ ମଧ୍ଯ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।"
3ତା'ପ ରେ ଯିରିମିୟ, ସଫନିଯ ଓ ପଶ୍ହୂରଙ୍କୁ କହିଲେ, "ତୁମ୍ଭମାନେେ ସିଦିକିଯଙ୍କୁ ଏହିକଥା କହିବ।
4ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ହସ୍ତସ୍ଥିତ ଯେଉଁସବୁ ୟୁଦ୍ଧାସ୍ତ୍ର ଦ୍ବାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କଲଦୀଯମାନଙ୍କ ସହିତ ପ୍ରାଚୀର ବାହା ରେ ୟୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା।
5ପୁଣି ଆମ୍ଭେ ନିଜେ ବିସ୍ତୃତ ହସ୍ତ ଓ ବଳବାନ୍ ବାହୁ ସାହାୟ୍ଯ ରେ କୋର୍ଧ ରେ, ପ୍ରଚଣ୍ଡ ରୋଷ ରେ ଓ ମହା କୋପ ରେ ତୁମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା।
6ଆଉ ଆମ୍ଭେ ଏହି ନଗରବାସୀ ମନୁଷ୍ଯ ଓ ପଶୁ ସମସ୍ତଙ୍କୁ ସଂହାର କରିବା ଓ ସମାନେେ ମହାମାରୀ ରେ ମରିବେ।"
7ଏସବୁ ଘଟିଲା ପ ରେ ସଦାପ୍ରଭୁ କହନ୍ତି, "ଆମ୍ଭେ ଯିହୁଦା ରାଜା ସିଦିକିଯଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସମାନଙ୍କେୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତ ରେ, ସମାନଙ୍କେ ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ଆଉ ସମାନେେ ସମାନଙ୍କେୁ ଦୟା, କରୁଣା ଓ କ୍ଷମା ନ କରି ଖଡ୍ଗ ରେ ବଧ କରିବେ।'
8"ଆଉ ମଧ୍ଯ ତୁମ୍ଭେ ସେ ଲୋକମାନଙ୍କୁ କହିବ, ସଦାପ୍ରଭୁ ଏହିକଥା କହନ୍ତି, ଦେଖ, 'ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖ ରେ ଜୀବନର ପଥ ଓ ମୃତ୍ଯୁର ପଥ ରଖିଅଛୁ।
9ଏବଂ ସହେି ଲୋକମାନେ, ଯେଉଁମାନେ ଏହି ନଗର ମଧିଅରେ ରହିବେ, ସମାନେେ ମରିବେ। ସମାନେେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବେ। ମାତ୍ର ସହେି ଲୋକମାନେ ଯେଉଁମାନେ ଆକ୍ରମଣ କରୁଥିବା କଲ୍ଦୀଯମାନଙ୍କର ପକ୍ଷ ନିଅନ୍ତି, ସମାନେେ ବଞ୍ଚିବେ ଓ ସମାନେେ ସହେିମାନଙ୍କର ଜୀବନକୁ ସତେ ଯେପରି ଖଣ୍ଡେ ଲୁଣ୍ଠିତ ବସ୍ତୁ ତୁଲ୍ଯ ରକ୍ଷା କରିବେ।
10ପୁଣି ସଦାପ୍ରଭୁ କହନ୍ତି ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ।"ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତ ରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନି ରେ ଦଗ୍ଧ କରିବ।'
11"ଆଉ ଯିହୁଦାର ରାଜବଂଶ ବିଷଯ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ।
12ହେ ଦାଉଦବଂଶ, ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭମାନେେ ପ୍ରଭାତ ରେ ସୁବିବଚେନା କର। ଅପରାଧୀଙ୍କ ହସ୍ତରୁ ଲୁଣ୍ଠିତ ଲୋକମାନଙ୍କୁ ଉଦ୍ଧାର କର। ତାହା ନ ହେଲେ ତୁମ୍ଭମାନେେ ତୁମ୍ଭମାନଙ୍କର ଦୁଷ୍ଟାଚରଣ ଯୋଗୁଁ ଆମ୍ଭ ପ୍ରଚଣ୍ଡ କୋର୍ଧାଗ୍ନି ରେ ଭସ୍ମୀଭୂତ ହବେ ଓ କହେି ତାହାକୁ ନିର୍ବାଣ କରିପାରିବେ ନାହିଁ।
13" ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳ ନିବାସୀନି ୟିରୁଶାଲମ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ। ତୁମ୍ଭମାନେେ କହୁଅଛ 'ଆମ୍ଭମାନଙ୍କ ବିପକ୍ଷ ରେ କହେି ଆକ୍ରମଣ କରିବେ ନାହିଁ କି ଆମ୍ଭର ସୁଦୃଢ଼ ନଗରୀକୁ କହେି ପରାସ୍ତ କରିପାରିବେ ନାହିଁ।'
14ମାତ୍ର ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସା ରେ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ଯ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ତୁମ୍ଭମାନଙ୍କ ଚତୁଃପାଶର୍ବ ରେ ଥିବା ସମସ୍ତ ଦ୍ରବ୍ଯ ଗ୍ରାସ କରିବ।"