Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
30 verses
1ସଦାପ୍ରଭୁ କହିଲେ, " ହେ ଯିରିମିୟ, ତୁମ୍ଭେ ଯିହୁଦା ରାଜପ୍ରାସାଦକୁ ୟାଇ ଯିହୁଦାର ରାଜାଙ୍କୁ ଏହି ବାକ୍ଯ କୁହ।
2' ହେ ଦାଉଦଙ୍କ ସିଂହାସନ ରେ ଉପବିଷ୍ଟ ଯିହୁଦାର ରାଜା, ତୁମ୍ଭେ ତୁମ୍ଭର ଦାସଗଣ ଓ ଏହିସବୁ ଫାଟକ ଦଇେ ପ୍ରବେଶ କର ଏବଂ ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ଶୁଣ।
3ସଦାପ୍ରଭୁ କହନ୍ତି, ନ୍ଯାଯ ବିବଚେନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ଯାଯ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନ ରେ ନିର୍ଦ୍ ଦୋଷର ରକ୍ତପାତ କର ନାହିଁ।
4ଆଉ ଯଦି ତୁମ୍ଭମାନେେ ପ୍ରକୃତ ରେ ଏହିସବୁ କାର୍ୟ୍ଯ କର, ତବେେ ଦାଉଦଙ୍କ ସିଂହାସନ ରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ବ ରେ ଚଢ଼ି, ସେ ଓ ତାଙ୍କର ଦାସଗଣଙ୍କ ସହିତ ସମସ୍ତ ଲୋକ ଏହି ଫାଟକ ଦଇେ ଗୃହ ରେ ପ୍ରବେଶ କରିବେ।
5ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତବେେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମ ରେ ଶପଥ କରି କହୁଅଛୁ ଏହି ଗୃହ ଧ୍ବଂସ ସ୍ତୁପ ରେ ପରିଣତ ହବେ।"
6ଆଉ ଯିହୁଦାର ରାଜଗୃହ ବିଷଯ ରେ ସଦାପ୍ରଭୁ ଏହିକଥା କହନ୍ତି,
7ତୁମ୍ଭର ପ୍ରାସାଦକୁ ଧ୍ବଂସ କରିବାକୁ ପ୍ରେତ୍ୟକକ ବିନାଶକାରୀଙ୍କୁ ଅସ୍ତ୍ର ସହିତ ପଠାଇବା। ସମାନେେ ତୁମ୍ଭର ସୁଦୃଢ଼ ସୁନ୍ଦର ଏରସକାଠ ନିର୍ମିତ କଡ଼ିଗୁଡ଼ିକୁ କାଟି ଅଗ୍ନି ରେ ପକାଇବେ।
8"ଆଉ ଦେଶୀଯମାନେ ଏହି ନଗର ଦଇେ ଗଲା ବେଳେ ପ୍ରେତ୍ୟକକ ଆପଣା ଆପଣା ସଙ୍ଗୀକି ପଚାରିବେ, 'ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ୟିରୁଶାଲମ ନଗରକୁ ଏପରି କଲେ ?"
9ତହିଁରେ ସମାନେେ ଉତ୍ତର ଦବେେ, 'ସଦାପ୍ରଭୁ ପରମେଶ୍ବରଙ୍କ ନିଯମକୁ ପରିତ୍ଯାଗ କରି ଯିହୁଦାବାସୀ ଅନ୍ୟ ଦବଗେଣଙ୍କୁ ପ୍ରଣାମ ଓ ସବୋ କରିଥିବାରୁ।"'
10ତୁମ୍ଭମାନେେ ମୃତ ରାଜାଙ୍କ ସକାେଶ ରୋଦନ କର ନାହିଁ। କିଅବା ତାହା ପାଇଁ ବିଳାପ କର ନାହିଁ। ମାତ୍ର ପ୍ରସ୍ଥାନ କରିବା ରାଜା ନିମନ୍ତେ ଅତିଶଯ କ୍ରନ୍ଦନ କର। କାରଣ ସେ ଆଉ ଫରେିବ ନାହିଁ କି ଆପଣା ଜନ୍ମଭୂମି ଆଉ ଦେଖିବ ନାହିଁ।
11ଯେ ହତେୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲମ୍ ଯେ ଆପଣା ପିତା ଯୋଶିୟର ପଦ ରେ ରାଜତ୍ବ କଲା ଓ ଏହି ସ୍ଥାନରୁ ବାହାରି ଗଲା। ତାହାର ବିଷଯ ରେ ସଦାପ୍ରଭୁ ଏହା କହନ୍ତି, " ସେ ଆଉ ୟିରୁଶାଲମକୁ ��ରେିବ ନାହିଁ।
12ଯିହାୟୋଦାରସ୍ (ଶଲମ) ବନ୍ଦୀତ୍ବ ଅବସ୍ଥା ରେ ଯେଉଁ ସ୍ଥାନକୁ ନୀତ ହାଇେଛି ସେ ସହେି ସ୍ଥାନ ରେ ମରିବ। ସେ ଆଉ ଏହି ଦେଶ ଦେଖିପାରିବେ ନାହିଁ।"
13ଯିହାୟୋକୀମ ଜଣେ ଅଧର୍ମୀ ରାଜା ଥିଲେ ୟିଏ କି ଅଧର୍ମ ରେ ଆପଣା ଗୃହ ଓ ଅନ୍ଯାଯ ରେ ଆପଣା କୋଠରୀମାନ ନିର୍ମାଣ କରେ, ୟିଏ ବିନା ମୂଲ୍ଯ ରେ ଆପଣା ପ୍ରତିବେଶୀକି ସବୋ କରାଏ ଓ ତାଙ୍କୁ କିଛି ବତନେ ଦିଏ ନାହିଁ।
14ଯିହାୟୋକୀମ୍ କହନ୍ତି, "ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କଠାେରୀମାନ ନିର୍ମାଣ କରିବି।" ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ ଓ ଏରସ କାଠ ରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗ ରେ କାଠ ରଙ୍ଗ କଲେ। ମାତ୍ର ସେ ସନ୍ତାପର ପାତ୍ର ହେଲେ।
15ହେ ଯିହାୟୋଦାରକୀମ, ତୁମ୍ଭେ ତୁମ୍ଭ ଗୃହ ରେ ବହୁ ଏରସ କାଠ ବ୍ଯବହାର କରି ବଡ଼ ରାଜା ହାଇଯେିବ ବୋଲି ଭାବୁଛ କି ? ତୁମ୍ଭର ପିତା ଧର୍ମ ରେ ଖାଦ୍ୟ ପାନୀଯ ଦଇେ ଉତ୍ତମ ରାଜା ହେଲେ ଓ ଏହି ଧର୍ମାଚରଣ ଯୋଗୁଁ ସଠାେ ରେ ଉନ୍ନତି ହେଲା।
16ଯୋଶିୟ ଦରିଦ୍ର ଓ ଦୀନହୀନଙ୍କର ଯତ୍ନ ନେଉଥିବାରୁ ତାଙ୍କ ମଙ୍ଗଳ ହେଲା। ସଦାପ୍ରଭୁ କହନ୍ତି, "ଏହାକି ଆମ୍ଭକୁ ଜ୍ଞାତ ହବୋର ନୁହେଁ ?"
17ମାତ୍ର ହେ ଯିହାୟୋଦାରକୀମ, ତୁମ୍ଭେ କବଳେ ନିଜର ସ୍ବାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ଯ ଓ ନିର୍ଦ୍ ଦୋଷର ରକ୍ତପାତ ରେ ବୁଡ଼ି ରହିଛି।
18ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ୟିହୋଯାକୀମ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, "ଯିହୁଦାର ଲୋକମାନେ, 'ହାୟ, ଆମ୍ଭର ଭାଇ ! ଅବା ହାୟ, ଆମ୍ଭ ଭଉଣୀ ବୋଲି ଡ଼ାକି ତାଙ୍କ ପାଇଁ ବିଳାପ କରିବେ ନାହିଁ।"ହାୟ ପ୍ରଭୁ, ହାୟ ତାଙ୍କର ମହିମା ! ଏହା କହି ଲୋକେ ତାହା ପାଇଁବିଳାପ କରିବେ ନାହିଁ।
19ତାହାର କବର ଗଧର କବର ତୁଲ୍ଯ ହବେ, ସେ ଘୋଷଡ଼ା ୟାଇ ୟିରୁଶାଲମର ଦ୍ବାର ବାହା ରେ ପକାୟିବ।
20" ହେ ଯିହୁଦା, ତୁମ୍ଭେ ଲିବାନୋନ୍ର ପର୍ବତ ଉପ ରେ କ୍ରନ୍ଦନ କର। ତୁମ୍ଭେ ବାଶନର ପର୍ବତ ଉପ ରେ ଉଚ୍ଚ ସ୍ବର ରେ ପାଟି କର ଓ ଅବାରୀମର ପର୍ବତରୁ ବିଳାପ କର। କାରଣ ତୁମ୍ଭର 'ପ୍ ରମେିକମାନେ' ବିନଷ୍ଟ ହାଇେଅଛନ୍ତି।
21"ଆମ୍ଭେ ତୁମ୍ଭର ସୌଭାଗ୍ଯ ସମୟରେ ତୁମ୍ଭକୁ କଥା କହିଲୁ ଓ ତୁମ୍ଭକୁ ସାବଧାନ କଲୁ। ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ। ଆମ୍ଭ ବାକ୍ଯ ପ୍ରତି ତୁମ୍ଭେ ବାଲ୍ଯାବସ୍ଥାରୁ ଅବଧାନ କରି ନାହଁ।
22"ତୁମ୍ଭ ପ୍ରତି ଶାସ୍ତି ସ୍ବରୂପ ବାଯୁ ତୁମ୍ଭର ସମସ୍ତ ମଷେପାଳକଙ୍କୁ ଉଡ଼ାଇ ନବେ ଓ ତୁମ୍ଭର ଆଚ୍ଛାଦନ ବନ୍ଦୀତ୍ବ ସ୍ଥାନକୁ ୟିବ। ସହେି ସମୟରେ ତୁମ୍ଭେ ନିଜର ସକଳ ଦୁଷ୍ଟାଚରଣ ଯୋଗୁଁ ଲଜ୍ଜିତ ଓ ଆକୁଳିତ ହବେ।
23" ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହ ରେ ଉଚ୍ଚ ପର୍ବତ ଉପ ରେ ବାସ କରି ଲିବା ନୋନ ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ। ମାତ୍ର ଯେତବେେଳେ ତୁମ୍ଭେ ଶାସ୍ତି ପାଇବ, ତୁମ୍ଭେ ପ୍ରସବ ବଦନୋ ତୁଲ୍ଯ ବିଳାପ କରିବ।"
24ସଦାପ୍ରଭୁ କହନ୍ତି, "ଆମ୍ଭେ ଜୀବିତ ଥିବା ପ୍ରମାଣେ" "ଯିହୁଦାର ରାଜା ଯିହାୟୋକୀମର ପୁତ୍ର ଯିହାୟୋଦାରକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମାହେର ତୁଲ୍ଯ ହେଲେ ହେଁ ଆମ୍ଭେ ତୁମ୍ଭକୁ ସଠାରୁେ କାଢ଼ି ପକାଇବା।
25ହେ ଯିହାୟୋଦାରକୀନ, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷଯ ରେ ତୁମ୍ଭେ ଭୟ କରୁଅଛ, ସମାନଙ୍କେ ହସ୍ତ ରେ ଅର୍ଥାତ୍ ବାବିଲର ରାଜା ନବୂଖଦନିତ୍ସରଙ୍କ ହସ୍ତ ରେ ଓ କଲଦୀଯମାନଙ୍କ ହସ୍ତ ରେ ଆମ୍ଭେ ତୁମ୍ଭକୁ ସମର୍ପି ଦବୋ।
26ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ ତୁମ୍ଭମାନଙ୍କର ଯେଉଁ ଦେଶ ରେ ଜନ୍ମ ହାଇେ ନ ଥିଲା ସହେିପରି ଦେଶ ରେ ନିକ୍ଷପେ କରିବା। ସହେିଠା ରେ ତୁମ୍ଭମାନେେ ମରିବ।
27ହେ କନିଯ, ତୁମ୍ଭେ ଯେଉଁ ଦେଶକୁ ଫରେିବାକୁ ଇଚ୍ଛା କରୁଛ, ତୁମ୍ଭେ ସେ ଦେଶକୁ ଫରେିପାରିବ ନାହିଁ।"
28କନିଯ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ଯ ଯାହା ବାହା ରେ ନିକ୍ଷିପ୍ତ ହବୋ ଯୋଗ୍ଯ। ସେ ଏକ ଅପ୍ରୀତିକର ପାତ୍ର। ସେ ଓ ତାହାର ବଂଶ କାହିଁକି ଦୂରିକୃତ ହାଇେ ଅଜ୍ଞାତ ଦେଶ ରେ ନିକ୍ଷିପ୍ତ ହେଲେ ?
29ହେ ପୃଥିବୀ, ଯିହୁଦା ଦେଶ ! ସଦାପ୍ରଭୁଙ୍କ ବାକ୍ଯ ଶୁଣ।
30ସଦାପ୍ରଭୁ କହନ୍ତି, "କନିଯ ବିଷଯ ରେ ଏହି କଥା ଲେଖ, ' ସେ ନିଃସନ୍ତାନ ହବେ। ସେ ନିଜ ଜୀବନକାଳ ମଧିଅରେ ଭାଗ୍ଯବାନ୍ ହବେ ନାହିଁ। କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନ ରେ ବସିବ ନାହିଁ କି ଯିହୁଦା ଉପ ରେ ଆପଣା ଶାସନ କତ୍ତୃର୍ତ୍ବ କରି ଭାଗ୍ଯବାନ ହବେ ନାହିଁ।"'