Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
35 verses
1ହେ ମାରେ ପୁତ୍ର, ମାରେଶିକ୍ଷା ପାଶୋର ନାହିଁ। ମାରେ ଆଜ୍ଞାମାନ ମନେପକାଅ।
2ମାରେ ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମଯ ଓ ଶାନ୍ତି ପ୍ରଦାୟକ ହବେ।
3ପ୍ ରମେ, ବିଶ୍ବାସ ଏବଂ ସତ୍ଯତା ତୁମ୍ଭକୁ କବେେ ପରିତ୍ଯାଗ କରିବା ଉଚିତ୍ ନୁହଁ। ଆପଣା ଗଳା ରେ ସଗେୁଡ଼ିକ ବାନ୍ଧି ରଖ। ଆପଣା ହୃଦଯ ରେ ସଗେୁଡ଼ିକ ଲେଖିରଖ।
4ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହବେ, ପରମେଶ୍ବର ଓ ମନୁଷ୍ଯମାନଙ୍କଠାରୁ ସୁବିବଚେନା ଲାଭ କରିବ।
5ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।
6ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।
7ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର : ମନ୍ଦଠାରୁ ଦୂ ରଇେ ରୁହ।
8ଯଦି ତୁମ୍ଭେ ଏପରି କର, ତବେେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାଜ ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହାଇେ ତୁମ୍ଭକୁ ଶକ୍ତିଶାଳୀ କରିବ।
9ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।
10ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହବେ ଓ ତୁମ୍ଭ କୁଣ୍ଡ ରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।
11ହେ ମାରେ ପୁତ୍ର, େ ବେଳବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦଖାଇେ ଶାସ୍ତିବିଧାନ କରନ୍ତି। ସେଥି ରେ ତୁମ୍ଭେ କୋରଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର।
12କାହିଁକି ? ସଦାପ୍ରଭୁ ଯେଉଁମାନଙ୍କୁ ଭଲପା'ନ୍ତି, ସମାନଙ୍କେୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସହେିପରି ଶାସ୍ତିବିଧାନ କରନ୍ତି।
13ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ଯ।
14ରୂପାର ବାଣିଜ୍ଯଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ଯବସାଯଠାରୁ ବିଦ୍ଯା ମଧ୍ଯ ଅଧିକ ଲାଭଦାୟକ।
15ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ଯବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ଯ ହବୋକୁ ଯୋଗ୍ଯ ନୁହେଁ।
16ସହେିଲୋକ ଡାହାଣ ହସ୍ତ ରେ ଦୀର୍ଘାଯୁ ଏବଂ ବାମ ହସ୍ତ ରେ ଧନ ଓ ସମ୍ମାନ ଧାରଣ କରିଛି।
17ଜ୍ଞାନୀ ଲୋକମାନେ ସୁଖ ଶାନ୍ତି ରେ ବାସ କରନ୍ତି।
18ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ବରୂପ। ଯେଉଁମାନେ ତା'ର ଆଶ୍ରଯ ନିଅନ୍ତି ସମାନେେ ଜୀବନ ପାଆନ୍ତି। ସହେିମାନେ ବାସ୍ତବ ରେ ଧନ୍ଯ।
19ସଦାପ୍ରଭୁ ଜ୍ଞାନ ରେ ଭରପୁର ପୃଥିବୀ ସ୍ଥାପନ କଲେ। ସେ ତାଙ୍କ ଜ୍ଞାନ ରେ ଆକାଶ ମଣ୍ଡଳ ସୃଷ୍ଟି କଲେ।
20ସଦାପ୍ରଭୁ ତାଙ୍କ ଜ୍ଞାନ ରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ।
21ହେ ମାରେ ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ବଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର।
22ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହବେ।
23ତବେେ ତୁମ୍ଭେ ଆପଣା ପଥରେ ନିର୍ଭୟ ରେ ଚାଲିବ। ତୁମ୍ଭେ କେଉଁଠା ରେ ଝୁଣ୍ଟିବ ନାହିଁ।
24ଶଯନ ସମୟରେ ତୁମ୍ଭର ଭୟ ହବେ ନାହିଁ। ତୁମ୍ଭେ ଶଯନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହବେ।
25ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ।
26କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ପାଦକୁ ଫାନ୍ଦରୁ ପଡ଼ିବା ପୂର୍ବରୁ ରକ୍ଷା କରିବେ।
27ଯେତବେେଳେ ତୁମ୍ଭେ ପାରିବ, ସେତବେେଳେ ତୁମ୍ଭେ ଅନ୍ୟମାନଙ୍କର ଉପକାର କର।
28ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭକୁ କିଛି ପଦାର୍ଥ ମାଗେ ଏବଂ ତାହା ଯଦି ତୁମ୍ଭ ନିକଟରେ ଥାଏ ତବେେ ତାକୁ ସାଙ୍ଗେ ସାଙ୍ଗେ ଦିଅ। "କାଲି ଆସ, ଏପରି କୁହ ନାହିଁ।"
29ଯେତବେେଳେ ତୁମ୍ଭର ପଡ଼ୋଶୀ ସେ ବିଶ୍ବାସ କରି ତୁମ୍ଭ ପାଖ ରେ ବାସ କରେ। ତୁମ୍ଭେ ପଡ଼ୋଶୀଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କର ନାହିଁ।
30ବିନା କାରଣ ରେ ତୁମ୍ଭର ପଡ଼ୋଶୀକୁ ବିଚାରାଳଯକୁ ନିଅ ନାହିଁ। ସେ ଯଦି ନିର୍ଦ୍ ଦୋଷ ହାଇେଥାଏ, ତବେେ ତାଙ୍କ ପ୍ରତି ଏପରି କର ନାହିଁ।
31କିଛି ଲୋକ ଅଛନ୍ତି ଯେଉଁମାନେ ସହଜ ରେ ରାଗିୟାନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସପରେି ହୁଅ ନାହିଁ।
32କାହିଁକି ? କାରଣ ସଦାପ୍ରଭୁ ଉତ୍ତମ ସରଳ ଧାର୍ମିକ ଲୋକମାନଙ୍କୁ ପ୍ ରମେ କରନ୍ତି କିନ୍ତୁ କୁକର୍ମ ଲୋକମାନଙ୍କୁ ଘୃଣା କରନ୍ତି।
33ସଦାପ୍ରଭୁ କୁକର୍ମ ଲୋକମାନଙ୍କ ଗୃହ ବିରୁଦ୍ଧ ରେ ଥାଆନ୍ତି। କିନ୍ତୁ ଧାର୍ମିକ ଲୋକମାନଙ୍କର ଗୃହକୁ ଆଶୀର୍ବାଦ କରନ୍ତି।
34ସଦାପ୍ରଭୁ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି। ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।
35ଜ୍ଞାନବାନ୍ଙ୍କର ଜୀବନ ସମାନଙ୍କେୁ ସମ୍ମାନ ଦିଏ। ମାତ୍ର ଅଜ୍ଞାନମାନଙ୍କର ଜୀବନ ସମାନଙ୍କେୁ ଲଜ୍ଯା ଦିଏ।