Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
9 verses
1ହେ ଶ୍ରେଷ୍ଠ, ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି ? ପରମେଶ୍ବରଙ୍କ ବିଶ୍ବସ୍ତ ପ୍ରମେ ମାେତେ ଦିନ ତମାମ ସୁରକ୍ଷା କରିବ।
2ତୁମ୍ଭେ ଲୋକମାନଙ୍କୁ ଧ୍ବଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ବା କ୍ଷୁରତୁଲ୍ଯ ତିକ୍ଷ୍ମ। ତୁମ୍ଭେ ମିଥ୍ଯା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ !
3ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ। ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ଯା କହିବାକୁ ଅଧିକ ଭଲ ପାଉଛ।
4ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ବାକୁ ଭଲ ପାଉଛ।
5ଏଣୁ ପରମେଶ୍ବର ଚିରଦିନ ପାଇଁ ତୁମ୍ଭକୁ ଧ୍ବଂସ କରିବେ। ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
6ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହବେେ। ସମାନେେ ତୁମ୍ଭକୁ ପରିହାସ କରି କହିବେ।
7" ଦେଖ ତାଙ୍କୁ କ'ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ବରଙ୍କୁ ବିଶ୍ବାସ କଲା ନାହିଁ। ସେ ଭାବିଲା, ତା'ର ଧନ ଏବଂ ମିଥ୍ଯା ତାକୁ ଉଦ୍ଧାର କରିବ।"
8କିନ୍ତୁ ମୁଁ ପରମେଶ୍ବରଙ୍କ ମନ୍ଦିରରେ ବଢୁଥିବା ଏକ ସତଜେ ଜିତବୃକ୍ଷ ତୁଲ୍ଯ ଅଛି। ମୁଁ ଅନନ୍ତକାଳ ପରମେଶ୍ବରଙ୍କ ପ୍ରମରେେ ବିଶ୍ବାସ କରେ।
9ପରମେଶ୍ବର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି। ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।